Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 14:48 - ପବିତ୍ର ବାଇବଲ

48 “ଗୃହ ପୁନଃନିର୍ମାଣ ଓ ପୁନଃଲେପନ ଶେଷ ହେଲା ପରେ, ଯାଜକ ସେହି ଗୃହକୁ ଆସିବ ଓ ଦେଖିବ। ଯଦି ଦାଗ ବୃଦ୍ଧି ନ ପାଇଥାଏ, ତେବେ ସେ ତାହା ଶୁଚି ବୋଲି ଘୋଷଣା କରିବ। କାରଣ ଦାଗ ଉଭେଇ ଯାଉଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

48 ଆଉ, ଯାଜକ ଆସି ଦେଖନ୍ତେ, ଯେବେ ଦେଖ, ସେହି ଗୃହ ଲେପନ କଲା ଉତ୍ତାରେ ଦାଗ ସେହି ଗୃହରେ ବଢ଼ି ନାହିଁ, ତେବେ ଯାଜକ ସେହି ଗୃହକୁ ଶୁଚି ବୋଲି ପ୍ରକାଶ କରିବ, କାରଣ ଦାଗ ଗଲା।

Gade chapit la Kopi

ଓଡିଆ ବାଇବେଲ

48 ଆଉ, ଯାଜକ ଆସି ଦେଖନ୍ତେ, ଯଦି, ସେହି ଗୃହ ଲେପନ କଲା ଉତ୍ତାରେ ଦାଗ ସେହି ଗୃହରେ ବଢ଼ି ନାହିଁ, ତେବେ ଯାଜକ ସେହି ଗୃହକୁ ଶୁଚି ବୋଲି ପ୍ରକାଶ କରିବ, କାରଣ ଦାଗ ଅଦୃଶ୍ୟ ହୋଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

48 ଆଉ, ଯାଜକ ଆସି ଦେଖନ୍ତେ, ଯଦି, ସେହି ଗୃହ ଲେପନ କଲା ଉତ୍ତାରେ ଦାଗ ସେହି ଗୃହରେ ବଢ଼ି ନାହିଁ, ତେବେ ଯାଜକ ସେହି ଗୃହକୁ ଶୁଚି ବୋଲି ପ୍ରକାଶ କରିବ, କାରଣ ଦାଗ ଅଦୃଶ୍ୟ ହୋଇଅଛି।

Gade chapit la Kopi




ଲେବୀୟ ପୁସ୍ତକ 14:48
10 Referans Kwoze  

ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତେକ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହୋଇଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭ ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଧାର୍ମିକ କରାଯାଇଛି।


ସେହି ସମୟରେ ଯୀଶୁ ଅନେକ ଲୋକଙ୍କୁ ସେମାନଙ୍କ ରୋଗରୁ ସୁସ୍ଥ, ବେଦନା ଦୂର ଓ ଦୁଷ୍ଟାତ୍ମା କବଳରୁ ମୁକ୍ତ କରି ଦେଉଥିଲେ। ସେ ଅନେକ ଅନ୍ଧକୁ ଦୃଷ୍ଟିଶକ୍ତି ଦେଉଥିଲେ।


ଯୀଶୁ ତାକୁ କହିଲେ, “ଆଗୋ ନାରୀ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରି ଦେଇଛି। ଶାନ୍ତିରେ ଯାଅ ଏବଂ ତୁମ୍ଭ ରୋଗରୁ ମୁକ୍ତ ହୁଅ।”


ସେ ଯୀଶୁଙ୍କ ବସ୍ତ୍ର ଛୁଇଁବା ମାତ୍ରେ ତା'ର ରକ୍ତସ୍ରାବ ବନ୍ଦ ହୋଇଗଲା ଓ ତା'ର ଶରୀରର ରୋଗ ଭଲ ହୋଇଗଲା ବୋଲି ସେ ଅନୁଭବ କଲା।


“ଆସ, ସଦାପ୍ରଭୁଙ୍କ ପାଖକୁ ଫେରିଯିବା। ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ୟ ଆମ୍ଭକୁ ସୁସ୍ଥ କରିବେ। ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତରେ ପଟି ବାନ୍ଧି ଦେବେ।


ପରମେଶ୍ୱରଙ୍କ ଦଣ୍ଡରେ ଯେଉଁ କ୍ଷତ ହୁଏ ପୁଣି ସେ ନିଜେ ସେମାନଙ୍କର କ୍ଷତରେ ପଟି ବାନ୍ଧନ୍ତି। ପରମେଶ୍ୱର ହୁଏତ ଜଣକୁ ଆଘାତ କରନ୍ତି, କିନ୍ତୁ ତାଙ୍କ ହାତ ସୁସ୍ଥତା ମଧ୍ୟ ଆଣେ।


ତହୁଁ ଯାଜକ ଛାଉଣିର ବାହାରକୁ ଯିବ, ପୁଣି ଯାଜକ ଦେଖିବ ଯଦି ଘା’ ସୁସ୍ଥ ହୋଇଥାଏ।


“ଯଦି କାନ୍ଥରେ ପ୍ରସ୍ତର ବଦଳ କଲାପରେ ଓ ଗୃହ ଗ୍ଭଞ୍ଛିଲା ପରେ ଓ ନୂତନ ଲେପନ କଲାପରେ ଯେବେ ସେହି ଦାଗ ପୁନର୍ବାର କାନ୍ଥରେ ଫୁଟି ବାହାରେ,


ଯଦି କେହି ସେହି ଘରେ ଭୋଜନ କରିଥିବ କିମ୍ବା ଶୟନ କରିଥିବ ତେବେ ସେ ତା'ର ବସ୍ତ୍ର ଧୋଇବ।


“ପୁଣି ସେହି ଗୃହକୁ ଶୁଚି କରିବାକୁ ଯାଜକ ଦୁଇଟି ପକ୍ଷୀ, ଏରସ କାଠ, ଲାଲ ବସ୍ତ୍ର ଓ ବନସ୍ପତି ନେବା ଉଚିତ୍।


Swiv nou:

Piblisite


Piblisite