Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 14:4 - ପବିତ୍ର ବାଇବଲ

4 ଯଦି ଲୋକଟି ସୁସ୍ଥ ତେବେ ଯାଜକ ତାହା ପାଇଁ ଦୁଇ ଜୀଅନ୍ତା ଶୁଚି ପକ୍ଷୀ, କିଛି ଏରସ୍ କାଠ, ସିନ୍ଦୁରବର୍ଣ୍ଣ (ଲୋମ) ଓ ବନସ୍ପତିର ପତ୍ର ନେବା ପାଇଁ ଆଜ୍ଞା ଦେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତେବେ ଯେଉଁ ଲୋକ ଶୁଚି ହେବାକୁ ଅଛି, ଯାଜକ ସେହି ଲୋକ ନିମନ୍ତେ ଦୁଇ ଜୀଅନ୍ତା ଶୁଚି ପକ୍ଷୀ ଓ ଏରସ କାଠ ଓ ସିନ୍ଦୂରବର୍ଣ୍ଣ (ଲୋମ) ଓ ଏସୋବ ନେବା ପାଇଁ ଆଜ୍ଞା ଦେବ।

Gade chapit la Kopi

ଓଡିଆ ବାଇବେଲ

4 ତେବେ ଯେଉଁ ଲୋକ ଶୁଚି ହେବାକୁ ଅଛି, ଯାଜକ ସେହି ଲୋକ ନିମନ୍ତେ ଦୁଇ ଜୀଅନ୍ତା ଶୁଚି ପକ୍ଷୀ, ଏରସ କାଠ, ସିନ୍ଦୂର ବର୍ଣ୍ଣ (ଲୋମ) ଓ ଏସୋବ ନେବା ପାଇଁ ଆଜ୍ଞା ଦେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତେବେ ଯେଉଁ ଲୋକ ଶୁଚି ହେବାକୁ ଅଛି, ଯାଜକ ସେହି ଲୋକ ନିମନ୍ତେ ଦୁଇ ଜୀଅନ୍ତା ଶୁଚି ପକ୍ଷୀ, ଏରସ କାଠ, ସିନ୍ଦୂର ବର୍ଣ୍ଣ (ଲୋମ) ଓ ଏସୋବ ନେବା ପାଇଁ ଆଜ୍ଞା ଦେବ।

Gade chapit la Kopi




ଲେବୀୟ ପୁସ୍ତକ 14:4
11 Referans Kwoze  

ତହୁଁ ଯାଜକ ଏରସ କାଠ, ଏସୋବ୍ ଓ ଲାଲ ରଙ୍ଗର ସୂତା ନେଇ ସେହି ଗାଈ ଦାହର ଅଗ୍ନି ମଧ୍ୟରେ ପକାଇବ।


ପ୍ରଥମରେ, ବ୍ୟବସ୍ଥାର ପ୍ରତ୍ୟେକ ଈଶ୍ୱରୀୟ ଆଜ୍ଞା ମୋଶା ଲୋକମାନଙ୍କୁ କହିଥିଲେ। ତା'ପରେ ମୋଶା ବାଛୁରିଗୁଡ଼ିକର ରକ୍ତ ସହିତ ଜଳ ମିଶାଇଲେ। ତା'ପରେ ସେ ଲାଲ ରଙ୍ଗ ଓ ଏସୋବର ଡାଳଟିଏ ନେଇ ଜଳ ମିଶ୍ରିତ ରକ୍ତ ବ୍ୟବସ୍ଥା ପୁସ୍ତକ ତଥା ସବୁଲୋକଙ୍କ ଉପରେ ଛିଞ୍ଚିଲେ।


ତା'ପରେ ସେ ସେହି ଜୀଅନ୍ତା ପକ୍ଷୀ, ଏରସ କାଠ, ସିନ୍ଦୁରବର୍ଣ୍ଣ (ଲୋମ) ଓ ବନସ୍ପତି ବୃକ୍ଷର ପତ୍ର ନେଇ ସେହି ସ୍ରୋତଜଳ ଉପରେ ବଧ କରାଯାଇଥିବା ପକ୍ଷୀର ରକ୍ତରେ ସେହିସବୁକୁ ବଡ଼ାଇବ।


ଔଷଧିୟ ବୃକ୍ଷର ପ୍ରୟୋଗ କରି ମୋତେ ବିଧି ସହକାରେ ଶୁଦ୍ଧ କର। ମୁଁ ବରଫରୁ ଅଧିକ ଶୁକ୍ଳ ହେବା ପର୍ଯ୍ୟନ୍ତ ମୋତେ ପ୍ରକ୍ଷାଳନ କର।


ବିଡ଼ାଏ ଏସୋବ୍ ନେଇ ପାତ୍ରରେ ଥିବା ରକ୍ତରେ ବୁଡ଼ାଇ ଦ୍ୱାରର କପାଳି ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ। ପୁଣି ପ୍ରଭାତ ଯାଏ ତୁମ୍ଭମାନଙ୍କର କେହିଗୃହ ଦ୍ୱାରର ବାହାରକୁ ନ ଯାଉ।


ତା'ପରେ ଜଣେ ଶୁଚିମନ୍ତ ବ୍ୟକ୍ତି ଏକ ଏସୋବ୍ ଶାଖା ନେଇ ସେହି ଜଳରେ ବୁଡ଼ାଇବା ଉଚିତ୍। ସେ ସେହି ତମ୍ବୁ ଉପରେ, ସମସ୍ତ ପାତ୍ର ଉପରେ, ସେଠାରେ ଥିବା ସମସ୍ତ ଲୋକ ଉପରେ ଓ ଅସ୍ଥି, କି ହାତ କି ମୃତ କବର ଛୁଇଁଥିବା ଲୋକ ଉପରେ ତାହା ଛିଞ୍ଚିବ।


“ଯଦି ସେ ମେଷ ଶାବକ ଦେବାକୁ ଅକ୍ଷମ ତେବେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆପଣା କୃତ ଦୋଷାର୍ଥକ ବଳିଦାନ ରୂପେ ଆଣିବ। ତହିଁରୁ ଗୋଟିଏ ପାପ ନିମନ୍ତେ ଓ ଅନ୍ୟଟି ହୋମବଳି ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।


“ଯଦି କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କୌଣସି ପକ୍ଷୀ ବଳି ଉତ୍ସର୍ଗ କରିବ, ତେବେ ତାହା କପୋତ କିମ୍ବା ପାରା ଶାବକ ହୋଇଥିବ।


ପୁଣି ଯାଜକ ମୃତ୍ତିକାପାତ୍ରସ୍ଥିତ ସ୍ରୋତଜଳ ଉପରେ ଏକ ପକ୍ଷୀକି ବଧ କରିବାକୁ ଆଦେଶ ଦେବ।


Swiv nou:

Piblisite


Piblisite