Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 14:22 - ପବିତ୍ର ବାଇବଲ

22 ପୁଣି ସେହି ଦରିଦ୍ର ଲୋକର ପ୍ରାପ୍ତିର ସାଧ୍ୟ ଅନୁସାରେ ଦୁଇଟି କପୋତ କିମ୍ବା ଦୁଇଟି ପାରା ଆଣିବ। ଆଉ ସେଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହୋମବଳି ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ପୁଣି, ତାହାର ପ୍ରାପ୍ତିର ସାଧ୍ୟାନୁସାରେ ଦୁଇ ଘୁଘୁ ଅବା ଦୁଇ କାପ୍ତାଛୁଆ ଆଣିବ; ଆଉ, ଏଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହୋମବଳି ହେବ।

Gade chapit la Kopi

ଓଡିଆ ବାଇବେଲ

22 ପୁଣି, ତାହାର ପ୍ରାପ୍ତିର ସାଧ୍ୟାନୁସାରେ ଦୁଇ କପୋତ ଅବା ଦୁଇ ପାରାଛୁଆ ଆଣିବ; ଆଉ, ଏଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହୋମବଳି ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ପୁଣି, ତାହାର ପ୍ରାପ୍ତିର ସାଧ୍ୟାନୁସାରେ ଦୁଇ କପୋତ ଅବା ଦୁଇ ପାରାଛୁଆ ଆଣିବ; ଆଉ, ଏଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହୋମବଳି ହେବ।

Gade chapit la Kopi




ଲେବୀୟ ପୁସ୍ତକ 14:22
11 Referans Kwoze  

“କିନ୍ତୁ ସେମାନଙ୍କ ମଧ୍ୟରୁ ଯେଉଁମାନେ ରକ୍ଷା ପାଇବେ, ସେମାନେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସେମାନେ ସେମାନଙ୍କର ପାପ ପାଇଁ ଶୋକ କରିବେ ଓ ପର୍ବତ ଉପରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକାରେ କପୋତ ବାହୁନିବା ପରି।


ହେ ମୋୟାବ ନିବାସୀଗଣ, ତୁମ୍ଭେମାନେ ତୁମ୍ଭମାନଙ୍କ ନଗରସବୁ ତ୍ୟାଗ କରି ଶୈଳମାନଙ୍କରେ ବାସ କର। ଏବଂ ଏକ କପୋତ ପରି ହୁଅ ଯିଏ କି ତା'ର ବସା ଗିରିପଥର ମୁହଁ ପାର୍ଶ୍ୱରେ ତିଆରି କରେ।”


ଆମ୍ଭେମାନେ ନ୍ୟାୟ ପାଇଁ ଭାଲୁପରି ଗର୍ଜନ କରୁ ଓ କପୋତ କରି ଅତିଶୟ ବିଳାପ କରୁ। ଆମ୍ଭେମାନେ ନ୍ୟାୟକୁ ଅପେକ୍ଷା କରୁ ମାତ୍ର ତାହା ନ ଥାଏ। ପୁଣି ପରିତ୍ରାଣକୁ ଅପେକ୍ଷା କରୁ ମାତ୍ର ତାହା ଆମ୍ଭଠାରୁ ଦୂରେଇ ଥାଏ।


ମୁଁ କପୋତ, ଗ୍ଭତକ ଓ ସାରସ ପକ୍ଷୀ ପରି ଶବ୍ଦ କଲି। ଉପରକୁ ଦୃଷ୍ଟି କରି କରି ମୋର ଚକ୍ଷୁ କ୍ଳାନ୍ତ ହୋଇଗଲା। ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ, ତୁମ୍ଭେ ମୋତେ ସାହାଯ୍ୟ କର।”


ହେ ମୋର କପୋତି, ତୁମ୍ଭେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ। ମୋତେ ତୁମ୍ଭ ରୂପ ଦେଖିବାକୁ ଦିଅ। ମୋତେ ତୁମ୍ଭ ରବ ଶୁଣିବାକୁ ଦିଅ। କାରଣ ତୁମ୍ଭର ରବ ସୁମିଷ୍ଟ ଓ ତୁମ୍ଭର ରୂପ ମନୋହର।


ଘରେ ରହୁଥିବା ଲୋକମାନେ ମଧ୍ୟ ଧନ ଭାଗ ପାଇବେ। ସେମାନେ ରୌପ୍ୟ ମଣ୍ଡିତ କପୋତର ଡେଣା ପାଇବେ। ସେମାନେ ସୁବର୍ଣ୍ଣରେ ଝଲମଲ କରୁଥିବା ଡେଣା ପାଇବେ।”


“ଯଦି ସେ ମେଷ ଶାବକ ଦେବାକୁ ଅକ୍ଷମ ତେବେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆପଣା କୃତ ଦୋଷାର୍ଥକ ବଳିଦାନ ରୂପେ ଆଣିବ। ତହିଁରୁ ଗୋଟିଏ ପାପ ନିମନ୍ତେ ଓ ଅନ୍ୟଟି ହୋମବଳି ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।


“ଆଉ ଯଦି ଲୋକଟି ଦରିଦ୍ର ଓ ସେ ସମସ୍ତ ଦ୍ରବ୍ୟ ଦେବାକୁ ଅକ୍ଷମ, ତେବେ ସେ ନିଜର ପ୍ରାୟଶ୍ଚିତ ପାଇଁ ଦୋଳନୀୟ ନୈବେଦ୍ୟ ରୂପେ ଦୋଷାର୍ଥକ ବଳି ପାଇଁ ଗୋଟିଏ ମେଷବତ୍ସା ଓ ଶସ୍ୟ ନୈବେଦ୍ୟରୂପେ ଏକ ଐଫାର ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଳ ଆଣିବ।


ତହୁଁ ଯାଜକ ଦୋଷାର୍ଥକ ବଳିର ମେଷବତ୍ସ ଓ ସେହି ଏକ ଲୋଗ୍ ତୈଳ ନେବ। ତା'ପରେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ତାହା ଦୋଳନ କରିବ।


ଅଷ୍ଟମ ଦିନରେ ସେହି ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେ ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଯାଜକକୁ ଅର୍ପଣ କରିବ।


ପୁଣି ଅଷ୍ଟମ ଦିନରେ ନାସରୀୟ ଦୁଇଟି କପୋତ କିମ୍ବା ପାରା ସମାଗମ-ତମ୍ବୁ ଦ୍ୱାରରେ ଯାଜକ ନିକଟକୁ ଆଣିବ।


Swiv nou:

Piblisite


Piblisite