Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 14:14 - ପବିତ୍ର ବାଇବଲ

14 “ତା'ପରେ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେବ, ପୁଣି ଯାଜକ ସେହି ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣର ପ୍ରାନ୍ତରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳିରେ ଲଗାଇବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏଉତ୍ତାରେ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେବ; ପୁଣି, ଯାଜକ ସେହି ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣର ପ୍ରାନ୍ତରେ ଓ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳିରେ ତାହା ଲଗାଇବ;

Gade chapit la Kopi

ଓଡିଆ ବାଇବେଲ

14 ଏଥିଉତ୍ତାରେ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେବ; ପୁଣି, ଯାଜକ ସେହି ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ତାହା ଲଗାଇବ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏଥିଉତ୍ତାରେ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେବ; ପୁଣି, ଯାଜକ ସେହି ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ତାହା ଲଗାଇବ;

Gade chapit la Kopi




ଲେବୀୟ ପୁସ୍ତକ 14:14
16 Referans Kwoze  

ସେହି ଅଣ୍ଡିରା ମେଷକୁ ହତ୍ୟା କର ଏବଂ ତା'ର କିଛି ରକ୍ତ ସଂଗ୍ରହ କର। ସେହି ରକ୍ତକୁ ହାରୋଣର ଦକ୍ଷିଣକର୍ଣ୍ଣ ପ୍ରାନ୍ତରେ ଓ ତା'ର ପୁତ୍ରଗଣର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରେ ଲଗାଅ। ସେମାନଙ୍କର ଦକ୍ଷିଣହସ୍ତର ବୃଦ୍ଧା ଆଙ୍ଗୁଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଠି ଉପରେ ଏହା ଲଗାଅ। ପୁଣି ଯଜ୍ଞବେଦିର ଗ୍ଭହିଆଡ଼େ ରକ୍ତ ଛିଞ୍ଚ।


ଅତଏବ, ଆସ ପରମେଶ୍ୱରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନଯାପନ ପ୍ରଣାଳୀରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରତ୍ୟେକ ବିଷୟକୁ ଦୂର କରିବା।


ମୋର ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହେବି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମୋ’ ଶରୀରରେ ପ୍ରକାଶିତ କରିବି।


କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ମୂଲ୍ୟ ଦେଇ କିଣିଛନ୍ତି। ସେଥିପାଇଁ ନିଜ ଶରୀର ମାଧ୍ୟମରେ ପରମେଶ୍ୱରଙ୍କୁ ଗୌରବ ଦିଅ।


ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ୱରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭେମାନେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ୱରୂପ ପରମେଶ୍ୱରଙ୍କୁ ଅର୍ପଣ କର। ଏହା କେବଳ ତାହାଙ୍କୁ ସମର୍ପିତ ହେବ। ଏହା ପରମେଶ୍ୱରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ଆତ୍ମିକ ଉପାସନା ଅଟେ।


ଲୋକେ ଜାଣିଥିବା ଗୋଟିଏ ଉଦାହରଣ ଦେଇ ମୁଁ ଏ କଥା ତୁମ୍ଭମାନଙ୍କୁ ବୁଝାଉଛି। ଏହାକୁ ବୁଝିବା କଷ୍ଟକର ହୋଇଥିବା କାରଣରୁ ମୁଁ ଏହିଭଳି ବୁଝାଉଛି। ଅତୀତରେ ତୁମ୍ଭେମାନେ ନିଜ ଶରୀରର ଅଙ୍ଗଗୁଡ଼ିକୁ ପାପର ଦାସ ହେବାକୁ ଓ ମନ୍ଦ କର୍ମରେ ନିଯୁକ୍ତ କରିଥିଲ। ଫଳ ସ୍ୱରୂପ ତୁମ୍ଭେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲ। ଠିକ୍ ସେହିଭଳି ଏବେ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼ିକୁ ଭଲ କାମ କରିବା ପାଇଁ ସମର୍ପଣ କର। ତେବେ ତୁମ୍ଭେମାନେ କେବଳ ପରମେଶ୍ୱରଙ୍କ ପାଇଁ ବଞ୍ଚିବ।


ପାପର ସେବା କରିବା ପାଇଁ ତୁମ୍ଭମାନଙ୍କ ଶରୀରର ଅଙ୍ଗଗୁଡ଼ିକକୁ ଅନୁମତି ଦିଅ ନାହିଁ। ମନ୍ଦ କାମ କରିବା ପାଇଁ ଶରୀରକୁ ବ୍ୟବହାର କର ନାହିଁ। ତା’ ପରିବର୍ତ୍ତେ ନିଜକୁ ପରମେଶ୍ୱରଙ୍କଠାରେ ସମର୍ପଣ କର। ଯେଉଁମାନେ ମରି ଥିଲେ ଓ ଏବେ ଜୀବିତ ଅଛନ୍ତି ସେ ଲୋକଙ୍କ ଭଳି ହୁଅ। ନିଜ ଶରୀରର ଅଙ୍ଗଗୁଡ଼ିକୁ ଭଲ କାମ କରିବା ପାଇଁ ପରମେଶ୍ୱରଙ୍କଠାରେ ସମର୍ପଣ କର।


ପରମେଶ୍ୱର କୁହନ୍ତି, “ଆମ୍ଭେ କାହିଁକି ତୁମ୍ଭମାନଙ୍କ ପ୍ରତି ଶାସ୍ତି ବିଧାନ କରି ଗ୍ଭଲିବୁ। ତୁମ୍ଭମାନଙ୍କୁ ଦଣ୍ଡ ଦେଲୁ। ମାତ୍ର ତୁମ୍ଭମାନଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ତୁମ୍ଭେମାନେ ମୋ’ ବିରୁଦ୍ଧରେ ବିଦ୍ରୋହ କରି ଗ୍ଭଲିଛ। ବର୍ତ୍ତମାନ ସମସ୍ତ ମସ୍ତକ ଓ ସମସ୍ତ ହୃଦୟ ପୀଡ଼ିତ।


ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭେମାନେ ମଧ୍ୟ ଜୀବନ୍ତ ପଥର ଭଳି। ପରମେଶ୍ୱର ଗୋଟିଏ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସେହି ମନ୍ଦିରରେ ପରମେଶ୍ୱରଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୃହୀତ ହେବା ଭଳି ଆଧ୍ୟାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହେବା ପାଇଁ, ନିଜକୁ ନିୟୋଜିତ କର।


“ତା'ପରେ ଯାଜକ ପାପାର୍ଥକ ବଳି ଉତ୍ସର୍ଗ କରିବ ଓ ସେହି ଶୋଧନୀୟ ଲୋକର ଅଶୌଚ ହେତୁ ପ୍ରାୟଶ୍ଚିତ କରିବ। ଏହା ପରେ ସେ ହୋମବଳି ବଧ କରିବ।


ତା'ପରେ ଯାଜକ ସେହି ଦୋଷାର୍ଥକ ବଳି ପାଇଁ ଉର୍ଦ୍ଦିଷ୍ଟ ମେଷବତ୍ସ ବଧ କରିବ। ଆଉ ସେଥିରୁ କିଛି ରକ୍ତ ନେଇ ଯାଜକ ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳିରେ ଲଗାଇବ।


“ତୁମ୍ଭେମାନେ ମାରାତ୍ମକ ଚର୍ମ ରୋଗ ପ୍ରତି ସାବଧାନ ହେବା ଉଚିତ୍। ଲେବୀୟ ଯାଜକମାନେ ତୁମ୍ଭକୁ ଯେଉଁସବୁ ଶିକ୍ଷା ଦିଅନ୍ତି, ତଦନୁସାରେ କର୍ମକରିବା ପାଇଁ ଯତ୍ନ ପୂର୍ବକ ମନୋଯୋଗ କର। ମୁଁ ସେମାନଙ୍କୁ ଯେପରି ଆଜ୍ଞା ଦେଇଅଛି ସେହିରୂପେ କରିବାକୁ ତୁମ୍ଭେମାନେ ମନୋଯୋଗ କରିବା ଉଚିତ୍।


Swiv nou:

Piblisite


Piblisite