Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 13:4 - ପବିତ୍ର ବାଇବଲ

4 “ସମୟେ ସମୟେ ଜଣଙ୍କ ଶରୀରର ଚର୍ମ ଉପରେ ଧଳା ଛଉ ଦେଖାଯାଏ, ଯଦି ସେ ଚିହ୍ନ ଚର୍ମଠାରୁ ନୀଚ୍ଚ ନ ଥାଏ, ତେବେ ଯାଜକ ତାକୁ ଅନ୍ୟ ଲୋକମାନଙ୍କଠାରୁ ସାତ ଦିନ ପର୍ଯ୍ୟନ୍ତ ପୃଥକ କରି ରଖିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପୁଣି, ଚିକ୍କଣ ଚିହ୍ନ ଯେବେ ତାହା ଶରୀରର ଚର୍ମରେ ଶ୍ଵେତବର୍ଣ୍ଣ ହୋଇଥାଏ ଓ ତାହା ଚର୍ମଠାରୁ ନୀଚ ନ ଥାଏ ଓ ତାହାର ଲୋମ ଶ୍ଵେତବର୍ଣ୍ଣ ହୋଇ ନ ଥାଏ, ତେବେ ଯାହାର ଘା ହୋଇଅଛି, ଯାଜକ ତାହାକୁ ସାତ ଦିନ ରୁଦ୍ଧ କରି ରଖିବ।

Gade chapit la Kopi

ଓଡିଆ ବାଇବେଲ

4 ପୁଣି, ଚିକ୍କଣ ଚିହ୍ନ ଯଦି ତାହା ଶରୀରର ଚର୍ମରେ ଶ୍ଵେତବର୍ଣ୍ଣ ହୋଇଥାଏ ଓ ତାହା ଚର୍ମଠାରୁ ନୀଚ ନ ଥାଏ ଓ ତାହାର ଲୋମ ଶ୍ଵେତବର୍ଣ୍ଣ ହୋଇ ନ ଥାଏ, ତେବେ ଯାହାର ଘା’ ହୋଇଅଛି, ଯାଜକ ତାହାକୁ ସାତ ଦିନ ପର୍ଯ୍ୟନ୍ତ ପୃଥକ୍ କରି ରଖିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପୁଣି, ଚିକ୍କଣ ଚିହ୍ନ ଯଦି ତାହା ଶରୀରର ଚର୍ମରେ ଶ୍ଵେତବର୍ଣ୍ଣ ହୋଇଥାଏ ଓ ତାହା ଚର୍ମଠାରୁ ନୀଚ ନ ଥାଏ ଓ ତାହାର ଲୋମ ଶ୍ଵେତବର୍ଣ୍ଣ ହୋଇ ନ ଥାଏ, ତେବେ ଯାହାର ଘାʼ ହୋଇଅଛି, ଯାଜକ ତାହାକୁ ସାତ ଦିନ ପର୍ଯ୍ୟନ୍ତ ପୃଥକ କରି ରଖିବ।

Gade chapit la Kopi




ଲେବୀୟ ପୁସ୍ତକ 13:4
14 Referans Kwoze  

ତହୁଁ ମରିୟମ ସାତ ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ ରହିଲା। ସେ ପୁନର୍ବାର ଭିତରକୁ ନ ଆସିବା ଯାଏ ଲୋକମାନେ ଯାତ୍ରା କଲେ ନାହିଁ।


କେତେ ଜଣଙ୍କ ପାପ ସବୁ ସ୍ପଷ୍ଟ ହୋଇ ଦେଖାଯାଏ କାରଣ ସେମାନଙ୍କର ବିଗ୍ଭର ହେବ ବୋଲି ସେମାନଙ୍କର ପାପଗୁଡ଼ିକ ଆଗତୁରା ଦେଖାଯାଏ। କିନ୍ତୁ ଅନ୍ୟ କେତେ ଜଣଙ୍କ ପାପ ପରେ ଜଣାପଡ଼େ।


ଅତଏବ, ଠିକ୍ ସମୟ ନ ଆସିବା ପର୍ଯ୍ୟନ୍ତ ଅର୍ଥାତ୍ ପୁନରାଗମନ ପର୍ଯ୍ୟନ୍ତ, କୌଣସି କଥାର ବିଗ୍ଭର କରିବା ଅନୁଚିତ୍। ସେ ଅନ୍ଧକାରରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତରେ ଥିବା ଗୁପ୍ତ ଉଦ୍ଦେଶ୍ୟ ଗୁଡ଼ିକୁ ପ୍ରକାଶ କରିବେ। ସେତେବେଳେ ପରମେଶ୍ୱର ପ୍ରତ୍ୟେକଙ୍କୁ ଯାହାର ପ୍ରାପ୍ୟ ପ୍ରଶଂସା ତାହା ପ୍ରଦାନ କରିବେ।


ଯେତେବେଳେ ଇସ୍ରାଏଲ ମୋ'ଠାରୁ ବିପଥଗାମୀ ହେଲେ, ଲେବୀୟମାନେ ମୋ'ଠାରୁ ଦୂରେଇ ଗଲେ ଏବଂ ଯିଏ ମୂର୍ତ୍ତି ପୂଜାର ପ୍ରଥା ଅନୁସରଣ କଲେ, ସେମାନେ ସେମାନଙ୍କର ପାପ ପାଇଁ ଦଣ୍ଡ ବହନ କରିବେ।


ତେବେ ତୁମ୍ଭେ ବୁଝିବ, ଖୋଜିବ, ଭଲରୂପେ ପଗ୍ଭରି ବୁଝିବ। ଯଦି ତାହା ସତ୍ୟ ହୁଏ ଓ ତୁମ୍ଭ ମଧ୍ୟରେ ଏପରି ଘୃଣ୍ୟ କର୍ମ କରାଯାଇ ଅଛି,


ତହୁଁ ଯାଜକ ତା'ର ଶରୀରର ଚର୍ମ ଉପରିସ୍ଥ ଘା’ ଦେଖିବ, ଆଉ ଯେବେ ଘା’ର ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ, ପୁଣି ଘା’ ଯେବେ ତା’ ଶରୀରର ଚର୍ମଠାରୁ ନୀଚ୍ଚ ଦିଶେ ତେବେ ତାହା କୁଷ୍ଠରୋଗର ଘା’ ଅଟେ। ଆଉ ଯାଜକ ତାହାକୁ ଦେଖିବ ଓ ତାକୁ ଅଶୁଚି ବୋଲି ପ୍ରକାଶ କରିବ।


ସପ୍ତମ ଦିନରେ ଯାଜକ ସେହି ଚିହ୍ନକୁ ଦେଖିବ। ଯଦି ସେହି ଘା’ ବଦଳି ନ ଥାଏ କିମ୍ବା ଚର୍ମ ଉପରେ ଅଧିକ ବ୍ୟାପି ନ ଥାଏ, ତେବେ ଯାଜକ ତାକୁ ଆହୁରି ସାତ ଦିନ ଅନ୍ୟମାନଙ୍କଠାରୁ ପୃଥକ କରି ରଖିବ।


ତେବେ ତାହା ଶରୀରର ଚର୍ମରେ କୁଷ୍ଠରୋଗ ଅଟେ, ପୁଣି ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ସେ ତାହାକୁ ସମାଜରୁ ପୃଥକ କରିବ ନାହିଁ, କାରଣ ସେ ଅଶୁଚି।


ପୁଣି ଯାଜକ ଯଦି ଦେଖିବ ସେହି ଘା’ ଚର୍ମର ନୀଚସ୍ଥ ହୋଇ ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନ ଥାଏ, ତେବେ ଯାଜକ ସେହି ଲୋକକୁ ସାତ ଦିନ ପୃଥକ ରଖିବ।


ମାତ୍ର ଯଦି ଯାଜକ ଦେଖିବ, ସେହି ଚି‌‌କ୍‌‌‌କଣ ଚିହ୍ନରେ ଶ୍ୱେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାକୁ ସାତ ଦିନ ପୃଥକ କରି ରଖିବ।


ଯାଜକ ସେହି ଦାଗ ଦେଖିବ ଓ ସେହି ଦାଗଥିବା ଦ୍ରବ୍ୟକୁ ସାତ ଦିନ ପୃଥକ ରଖିବ।


ତେବେ ଯାଜକ ଗୃହରୁ ବାହାରି ଆସିବ ଓ ସେ ଗୃହକୁ ସାତ ଦିନ ରୁଦ୍ଧ କରି ରଖିବ।


ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯଦି ତା'ର ପିତା ତା'ର ମୁହଁରେ ଛେପ ପକାଇଥା’ନ୍ତା, ସେ କ’ଣ ସାତ ଦିନ ଲଜ୍ଜିତା ହୋଇ ନ ଥା’ନ୍ତା? ତେଣୁ ସେ ସାତ ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ, ଅନ୍ୟମାନଙ୍କଠାରୁ ରୁଦ୍ଧା ହୋଇ ରହୁ, ତା'ପରେ ସେ ଛାଉଣି ଭିତରକୁ ଆସି ପାରିବ।”


Swiv nou:

Piblisite


Piblisite