Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 13:23 - ପବିତ୍ର ବାଇବଲ

23 ମାତ୍ର ଯଦି ସେହି ଚି‌‌କ୍‌‌‌କଣ ଚିହ୍ନ ସ୍ୱସ୍ଥାନରେ ଥାଇ ଆଉ ନ ବଢ଼େ, ତେବେ ତାହା ବଥର ଚିହ୍ନ ଅଟେ। ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ମାତ୍ର ଯେବେ ସେହି ଚିକ୍କଣ ଚିହ୍ନ ସ୍ଵସ୍ଥାନରେ ଥାଇ ନ ବଢ଼େ, ତେବେ ତାହା ବଥର ଚିହ୍ନ ଅଟେ; ପୁଣି ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।

Gade chapit la Kopi

ଓଡିଆ ବାଇବେଲ

23 ମାତ୍ର ଯଦି ସେହି ଚିକ୍କଣ ଚିହ୍ନ ସ୍ୱସ୍ଥାନରେ ଥାଇ ନ ବଢ଼େ, ତେବେ ତାହା ବଥର ଚିହ୍ନ ଅଟେ; ପୁଣି ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ମାତ୍ର ଯଦି ସେହି ଚିକ୍କଣ ଚିହ୍ନ ସ୍ୱ ସ୍ଥାନରେ ଥାଇ ନ ବଢ଼େ, ତେବେ ତାହା ବଥର ଚିହ୍ନ ଅଟେ; ପୁଣି ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।

Gade chapit la Kopi




ଲେବୀୟ ପୁସ୍ତକ 13:23
13 Referans Kwoze  

ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରିପାରେ। ସେତେବେଳେ ତୁମ୍ଭେମାନେ ଆତ୍ମିକ ଲୋକ ହୋଇଥିବାରୁ, ଭଦ୍ରତା ସହକାରେ ଭୁଲକାର୍ଯ୍ୟ କରୁଥିବା ଲୋକଟିକୁ ସଂଶୋଧନ ହେବା ପାଇଁ ସାହାଯ୍ୟ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭେମାନେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷାରେ ପଡ଼ି ନ ଯାଅ।


କିନ୍ତୁ ଏବେ ତୁମ୍ଭେମାନେ ତାହାକୁ କ୍ଷମା ଦେବା ଉଚିତ୍ ଓ ତାହାକୁ ସାନ୍ତ୍ୱନା ପ୍ରଦାନ କରିବା ଉଚିତ୍। ଏହା ତାହାକୁ ଉତ୍ସାହିତ କରିବ ଓ ସେ ଅଧିକ ଦୁଃଖରେ ଭାଙ୍ଗି ପଡ଼ିବ ନାହିଁ।


ଏବେ ପିତରଙ୍କର, ଯୀଶୁ କହିଥିବା କଥା ମନେ ପଡ଼ିଲା। ଯୀଶୁ କହିଥିଲେ, “କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର ଅସ୍ୱୀକାର କରିବ।” ପିତର ବାହାରକୁ ବାହାରିଯାଇ ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ।


ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ତାକୁ ପରିତ୍ୟାଗ କରେ, ସେ ଦୟା ପାଇବ।


ଦାଉଦ ନାଥନକୁ କହିଲେ, “ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ଅପରାଧ କରିଅଛି।” ନାଥନ ଦାଉଦଙ୍କୁ କହିଲେ, “ଏଥିରେ ସଦାପ୍ରଭୁ ତୁମ୍ଭର ଅପରାଧ କ୍ଷମା କରିଅଛନ୍ତି, ତୁମ୍ଭେ ମରିବ ନାହିଁ।


ଯିହୁଦା ସେ ସମସ୍ତ ବସ୍ତୁକୁ ଦେଖିଲା ଏବଂ କହିଲା, “ସେ ଠିକ୍ ଅଛି। ମୁଁ ଭୁଲ୍ କରିଥିଲି। ମୁଁ ପ୍ରତିଜ୍ଞା କରିଥିଲି ଶେଲାକୁ ଦେବା ପାଇଁ କିନ୍ତୁ ତାହା କରି ନ ଥିଲି।” ଏବଂ ଯିହୁଦା ଆଉ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିଲା ନାହିଁ।


ଆଉ ଯଦି ତାହା ଚର୍ମରେ ବ୍ୟାପେ, ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠରୋଗ ଘା’।


“ଯଦି ଚର୍ମ ଉପରେ ପୋଡ଼ାର ଗୋଟିଏ ଘା’ ଥାଏ ଓ ସେହି ଦାହର ବଢ଼ିଲା ମାଂସରେ ରକ୍ତ ଶ୍ୱେତବର୍ଣ୍ଣ କିମ୍ବା ଶ୍ୱେତବର୍ଣ୍ଣ ଚି‌‌କ୍‌‌‌କଣ ଚିହ୍ନ ହୁଏ, ତେବେ ଯାଜକ ତାହା ଦେଖିବ। ଯଦି ଉଜ୍ଜ୍ୱଳ ଚିହ୍ନରେ ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ ଓ ଚର୍ମର ନୀଚସ୍ଥ ଦେଖାଯାଏ, ତେବେ ତାହା କୁଷ୍ଠରୋଗ, ତାହା ଅଗ୍ନି ଦାହରୁ ଉତ୍ପନ୍ନ ହୋଇଅଛି। ଆଉ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା କୁଷ୍ଠରୋଗ ଅଟେ।


ମାତ୍ର ଯଦି ଯାଜକ ଦେଖିବ, ସେହି ଚି‌‌କ୍‌‌‌କଣ ଚିହ୍ନରେ ଶ୍ୱେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାକୁ ସାତ ଦିନ ପୃଥକ କରି ରଖିବ।


Swiv nou:

Piblisite


Piblisite