Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 13:2 - ପବିତ୍ର ବାଇବଲ

2 “ଯେବେ କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି ପାମା କି ଚି‌‌କ୍‌‌‌କଣ ଚିହ୍ନ ହୁଏ କିମ୍ବା ତା'ର ଶରୀରରେ ଚର୍ମ ରୋଗଜନିତ ଘା’ ହୁଏ, ତେବେ ତାକୁ ହାରୋଣ ଯାଜକ ନିକଟକୁ କିମ୍ବା ତାଙ୍କର ପୁତ୍ରଗଣଙ୍କ ମଧ୍ୟରୁ କୌଣସି ଯାଜକ ନିକଟକୁ ଅଣାଯିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଯେବେ କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି ପାମା କି ଚିକ୍କଣ ଚିହ୍ନ ହୁଏ ଓ ତାହା ଶରୀରର ଚର୍ମରେ କୁଷ୍ଠ ରୋଗର ଘା ହୁଏ, ତେବେ ସେ ହାରୋଣ ଯାଜକ ନିକଟକୁ କିଅବା ତାହାର ପୁତ୍ରଗଣଙ୍କ ମଧ୍ୟରେ କୌଣସି ଯାଜକ ନିକଟକୁ ଅଣାଯିବ।

Gade chapit la Kopi

ଓଡିଆ ବାଇବେଲ

2 “ଯଦି କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି କାଛୁକୁଣ୍ଡିଆ କି ଚିକ୍କଣ ଚିହ୍ନ ହୁଏ ଓ ତାହା ଶରୀରର ଚର୍ମରେ କୁଷ୍ଠରୋଗର ଘା’ ହୁଏ, ତେବେ ସେ ହାରୋଣ ଯାଜକ ନିକଟକୁ କିଅବା ତାହାର ପୁତ୍ରଗଣଙ୍କ ମଧ୍ୟରେ କୌଣସି ଯାଜକ ନିକଟକୁ ଅଣାଯିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 “ଯଦି କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି କାଛୁକୁଣ୍ଡିଆ କି ଚିକ୍କଣ ଚିହ୍ନ ହୁଏ ଓ ତାହା ଶରୀରର ଚର୍ମରେ କୁଷ୍ଠରୋଗର ଘାʼ ହୁଏ, ତେବେ ସେ ହାରୋଣ ଯାଜକ ନିକଟକୁ କିଅବା ତାହାର ପୁତ୍ରଗଣଙ୍କ ମଧ୍ୟରେ କୌଣସି ଯାଜକ ନିକଟକୁ ଅଣାଯିବ।

Gade chapit la Kopi




ଲେବୀୟ ପୁସ୍ତକ 13:2
23 Referans Kwoze  

“ତୁମ୍ଭେମାନେ ମାରାତ୍ମକ ଚର୍ମ ରୋଗ ପ୍ରତି ସାବଧାନ ହେବା ଉଚିତ୍। ଲେବୀୟ ଯାଜକମାନେ ତୁମ୍ଭକୁ ଯେଉଁସବୁ ଶିକ୍ଷା ଦିଅନ୍ତି, ତଦନୁସାରେ କର୍ମକରିବା ପାଇଁ ଯତ୍ନ ପୂର୍ବକ ମନୋଯୋଗ କର। ମୁଁ ସେମାନଙ୍କୁ ଯେପରି ଆଜ୍ଞା ଦେଇଅଛି ସେହିରୂପେ କରିବାକୁ ତୁମ୍ଭେମାନେ ମନୋଯୋଗ କରିବା ଉଚିତ୍।


ଆଉ ଫୁଲା, ଦାଗ ଓ ଚି‌‌କ୍‌‌‌କଣ ଚିହ୍ନ ପାଇଁ,


ତହୁଁ ଯାଜକ ଛାଉଣିର ବାହାରକୁ ଯିବ, ପୁଣି ଯାଜକ ଦେଖିବ ଯଦି ଘା’ ସୁସ୍ଥ ହୋଇଥାଏ।


ଯୀଶୁ ଲୋକମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ଦେହକୁ ଯାଜକମାନଙ୍କୁ ଦେଖାଅ।” ସେହି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲାବେଳେ ସୁସ୍ଥ ହୋଇଗଲେ।


ଯୀଶୁ ତାହାକୁ ଆଦେଶ ଦେଲେ, “ଏବେ ଯାହା ଘଟିଲା, ସେ କଥା କାହାରିକୁ କୁହ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଅ। ନିଜ ଦେହ ତାହାଙ୍କୁ ଦେଖାଅ। ତୁମ୍ଭେ ସୁସ୍ଥ ହୋଇଯାଇଥିବା ଯୋଗୁଁ ମୋଶାଙ୍କ ଆଦେଶ ଅନୁସାରେ ପରମେଶ୍ୱରଙ୍କ ନିକଟରେ ବଳି ଉତ୍ସର୍ଗ କର। ଏହା ଲୋକଙ୍କୁ ଦେଖେଇଦେବ ଯେ ତୁମ୍ଭେ ସୁସ୍ଥ ହୋଇ ଯାଇଛ।”


“ମୁଁ ତୁମ୍ଭ ପାଇଁ ଯାହା କଲି ସେହି କଥା କାହାକୁ ହେଲେ କହିବ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଇ, ନିଜ ଦେହ ଦେଖାଅ। ତୁମ୍ଭେ ସୁସ୍ଥ ହୋଇ ଥିବାରୁ ମୋଶାଙ୍କ ଆଜ୍ଞା ଅନୁସାରେ, ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କର। ତୁମ୍ଭେ ସୁସ୍ଥ ହୋଇ ଯାଇଛ ବୋଲି ଲୋକମାନଙ୍କ ଆଗରେ ପ୍ରମାଣ ରହିବ।”


ତା'ପରେ ଯୀଶୁ ତାହାକୁ କହିଲେ, “ଦେଖ, ଏ ବିଷୟରେ କାହାକୁ କିଛି କୁହ ନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦେଖାଅ। ମୋଶାଙ୍କ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ୱାରା ଲୋକଙ୍କୁ ଦେଖେଇ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହୋଇ ଯାଇଛ।”


ଜଣେ ଯାଜକ ପରମେଶ୍ୱରଙ୍କ ଶିକ୍ଷାସମୂହ ଜାଣିବା ଉଚିତ୍। ଲୋକମାନେ ଯାଜକମାନଙ୍କ ନିକଟକୁ ଯାଇ ପରମେଶ୍ୱରଙ୍କ ଶିକ୍ଷାସମୂହ ଗ୍ରହଣ କରିବା ଉଚିତ୍। କାରଣ ଜଣେ ଯାଜକ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଦୂତ ଅଟେ।


ମୋର ପ୍ରଭୁ ସେହି ସିୟୋନ କନ୍ୟାମାନଙ୍କର ମସ୍ତକରେ ଘାଆ କରିବେ। ସଦାପ୍ରଭୁ ସେହି ସ୍ତ୍ରୀଲୋକମାନଙ୍କର ମସ୍ତକର କେଶ ରାଶିକୁ ଉତ୍ପାଟନ କରିବେ।


ତୁମ୍ଭମାନଙ୍କର ଆପାଦମସ୍ତକ କ୍ଷତ ବିକ୍ଷତ ଓ ପୂଜ ଘା’ରେ ପରିପୂର୍ଣ୍ଣ। ତୁମ୍ଭେମାନେ ସେ କ୍ଷତର ଯତ୍ନ ନେଲ ନାହିଁ। ତୁମ୍ଭମାନଙ୍କର ସେହି କ୍ଷତଗୁଡ଼ିକ ପରିଷ୍କୃତ ହୋଇ ନାହିଁ କିମ୍ବା ଆବୃତ ହୋଇ ନାହିଁ।


ଏଣୁ ନାମା‌ନ୍‌ର ଚର୍ମ ରୋଗ ତୁମ୍ଭଠାରେ ଓ ତୁମ୍ଭ ବଂଶଠାରେ ଚିରକାଳ ପର୍ଯ୍ୟନ୍ତ ଲାଗି ରହିବ।” ତୁରନ୍ତ ଗିହେଜୀର ଶରୀର ବରଫ ଚର୍ମ ରୋଗ ସହିତ ଧବଳ ପାଲଟିଗଲା ଓ ସେ ସ୍ଥାନ ଛାଡ଼ି ଗ୍ଭଲିଗଲା।


ଅରାମୀୟ ରାଜାଙ୍କର ନାମାନ୍ ନାମରେ ଜଣେ ସେନାପତି ଥିଲେ। ସେ ତା'ର ମୁନିବ ପ୍ରତି ମହତ୍ତ୍ୱପୂର୍ଣ୍ଣ ଥିଲେ। କାରଣ ସଦାପ୍ରଭୁ ତାଙ୍କରି ସାହାଯ୍ୟରେ ଅରାମୀୟମାନଙ୍କୁ ବିଜୟ ପ୍ରଦାନ କରିଥିଲେ। ଯଦିଓ ନାମାନ୍ ଅତି ମହାନ ଓ ପରାକ୍ରମଶାଳୀ ଥିଲେ, ସେ ଗୋଟିଏ ବଡ଼ ଚର୍ମ ରୋଗରେ ଆକ୍ରାନ୍ତ ଥିଲେ।


ଯୋୟାବ ଏବଂ ତାଙ୍କର ପରିବାର ଏଥିପାଇଁ ଦାୟୀ ଏବଂ ମୁଁ ଭାବୁଛି ତାଙ୍କର ସମସ୍ତ ପରିବାରବର୍ଗ ଦୋଷୀ। ତାଙ୍କ ପରିବାରବର୍ଗ ସମସ୍ତେ କୁଷ୍ଠରୋଗରେ ଆକ୍ରାନ୍ତ ହେବେ, ଅଭାବରେ ରହିବେ ଓ ଯୁଦ୍ଧରେ ହତ ହେବେ।”


“ସଦାପ୍ରଭୁ ତୁମ୍ଭମାନଙ୍କୁ ମିସ୍ରୀୟ ବଥ, ଅର୍ଶ, ଜାଦୁ ଓ କୁଣ୍ଡିଆଣି ଦ୍ୱାରା ଆଘାତ କରିବେ, ଯେପରି ମିଶରୀୟମାନଙ୍କୁ କରିଥିଲେ। ଏଥିରୁ ତୁମ୍ଭେମାନେ ଆରୋଗ୍ୟ ହୋଇ ପାରିବ ନାହିଁ।


ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିୟମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ୟ ଶ୍ୱେତବର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।


ତେବେ ସେହି ଗୃହମାଲିକ ଯାଜକ ନିକଟକୁ ଆସି କହିବ, ‘ମୋ’ ଗୃହରେ ଦାଗ ସୃଷ୍ଟି ହେଲାପରି ମୋତେ ଦେଖାଯାଉଛି।’


ମାତାର ଗର୍ଭରୁ ନିର୍ଗତ ହେଲାବେଳେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଶିଶୁ ସଦୃଶ ସେ ନ ହେଉ।”


ପୁଣି ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,


ତହୁଁ ଯାଜକ ତା'ର ଶରୀରର ଚର୍ମ ଉପରିସ୍ଥ ଘା’ ଦେଖିବ, ଆଉ ଯେବେ ଘା’ର ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ, ପୁଣି ଘା’ ଯେବେ ତା’ ଶରୀରର ଚର୍ମଠାରୁ ନୀଚ୍ଚ ଦିଶେ ତେବେ ତାହା କୁଷ୍ଠରୋଗର ଘା’ ଅଟେ। ଆଉ ଯାଜକ ତାହାକୁ ଦେଖିବ ଓ ତାକୁ ଅଶୁଚି ବୋଲି ପ୍ରକାଶ କରିବ।


ଯାଜକ ଯଦି ଦେଖିବ ସେହି କ୍ଷତି ଚର୍ମରେ ବ୍ୟାପିଲା, ତେବେ ସେ ତାକୁ ଅଶୁଚି ବୋଲି ପ୍ରକାଶ କରିବ ଏବଂ ତାହା କୁଷ୍ଠରୋଗ।


Swiv nou:

Piblisite


Piblisite