Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 12:7 - ପବିତ୍ର ବାଇବଲ

7-8 ଯଦି ଜଣେ ସ୍ତ୍ରୀ ମେଷ ଶାବକ ଉତ୍ସର୍ଗ କରିବାକୁ ଅକ୍ଷମ ହୁଏ ତେବେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେଥିମଧ୍ୟରୁ ଗୋଟିଏ ପାପାର୍ଥକ ବଳି ନିମନ୍ତେ ଓ ଅନ୍ୟଟି ହୋମବଳି ନିମନ୍ତେ ଉତ୍ସର୍ଗ କରାଯିବ। ଯାଜକ ସେଗୁଡ଼ିକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍ ଏବଂ ଏହି ପ୍ରକାର ତା'ର ପ୍ରାୟଶ୍ଚିତ ହୁଏ ଏବଂ ତା'ର ଶୁଦ୍ଧି ହୁଏ। ପୁତ୍ର ବା କନ୍ୟା ପ୍ରସବକାରିଣୀ ସ୍ତ୍ରୀ ପ୍ରତି ଶୁଚି ନିମନ୍ତେ ଏହିସବୁ ବ୍ୟବସ୍ଥା ଅଟେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଉତ୍ସର୍ଗ କରି ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଆପଣା ରକ୍ତସ୍ରାବରୁ ଶୁଚି ହେବ; ପୁତ୍ର ବା କନ୍ୟା ପ୍ରସବକାରିଣୀ ନିମନ୍ତେ ଏହି ବ୍ୟବସ୍ଥା।

Gade chapit la Kopi

ଓଡିଆ ବାଇବେଲ

7 ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଉତ୍ସର୍ଗ କରି ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଆପଣା ରକ୍ତସ୍ରାବରୁ ଶୁଚି ହେବ; ପୁତ୍ର ବା କନ୍ୟା ପ୍ରସବକାରିଣୀ ନିମନ୍ତେ ଏହି ବ୍ୟବସ୍ଥା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଉତ୍ସର୍ଗ କରି ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଆପଣା ରକ୍ତସ୍ରାବରୁ ଶୁଚି ହେବ; ପୁତ୍ର ବା କନ୍ୟା ପ୍ରସବକାରିଣୀ ନିମନ୍ତେ ଏହି ବ୍ୟବସ୍ଥା।

Gade chapit la Kopi




ଲେବୀୟ ପୁସ୍ତକ 12:7
16 Referans Kwoze  

ଅତଏବ ଖ୍ରୀଷ୍ଟଙ୍କଠାରେ ତୁମ୍ଭେ ସମସ୍ତେ ଏକ ହୋଇଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ୱାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତରେ କୌଣସି ଭେଦ ରହିଲା ନାହିଁ।


ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ନ କରୁଥିବା ପତି, ତା'ର ବିଶ୍ୱାସ କରୁଥିବା ପତ୍ନୀ ମାଧ୍ୟମରେ ପବିତ୍ର କରାଯାଇଅଛି। ସେହିଭଳି ବିଶ୍ୱାସ ନ କରୁଥିବା ପତ୍ନୀ, ତା’ ବିଶ୍ୱାସ କରୁଥିବା ପତି ମାଧ୍ୟମରେ ପବିତ୍ର କରାଯାଇ ଅଛି। ଯଦି ଏହା ସତ୍ୟ ହୋଇ ନ ଥା’ନ୍ତା, ତା'ହେଲେ ତୁମ୍ଭମାନଙ୍କ ସନ୍ତାନମାନେ କଦାପି ଶୁଚି ହୋଇ ନ ଥା’ନ୍ତେ। କିନ୍ତୁ ସେମାନେ ଏବେ ପବିତ୍ର ଅଟନ୍ତି।


ପୂର୍ବରୁ ପରମେଶ୍ୱର ଧୈର୍ଯ୍ୟ ଧରି ରହିଥିବା ଲୋକମାନଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡ ନ ଦେଇ ଉଚିତ୍ କାର୍ଯ୍ୟ କରିଥିଲେ। ସେ ନିଜର ଧାର୍ମିକତା ପ୍ରକାଶ କରିବା ପାଇଁ ଏବେ ଯୀଶୁଙ୍କୁ ପଠାଇଲେ। ପରମେଶ୍ୱର ଯେ, ନିଜେ ନ୍ୟାୟବାନ ତାହା ଦେଖାଇବା ପାଇଁ ଯୀଶୁଙ୍କଠାରେ ବିଶ୍ୱାସ ରଖି ଥିବା ଯେକୌଣସି ଲୋକକୁ ଧାର୍ମିକ କଲେ।


ସମସ୍ତେ ପାପ କରିଛନ୍ତି ଓ ପରମେଶ୍ୱରଙ୍କ ମହିମା ପାଇବାରେ ଊଣା ପଡ଼ିଛନ୍ତି।


“ଅପରିଷ୍କାର ବସ୍ତୁରୁ କିଏ ପରିଷ୍କାର ବସ୍ତୁ ଉତ୍ପନ୍ନ କରିପାରେ ନା, କେହି ଜଣେ ମନୁଷ୍ୟ କରି ପାରିବ ନାହିଁ।


ଆୟୁବ ଉତ୍ସବ ପରଦିନ ପ୍ରାତଃକାଳରୁ ଶଯ୍ୟା ତ୍ୟାଗ କରି ତା'ର ପ୍ରତ୍ୟେକ ପୁଅର ମଙ୍ଗଳ ପାଇଁ ପରମେଶ୍ୱରଙ୍କ ନିକଟରେ ହୋମବଳି ଅର୍ପଣ କରୁଥିଲା। ସେ ଭାବୁଥିଲା, “ମୋ’ ପିଲାମାନେ ହୁଏତ ହୃଦୟରେ ପାପ କରି ପରମେଶ୍ୱରଙ୍କୁ ଶାପ ଦେଇଥାଇ ପାରନ୍ତି।” ଆୟୁବ ପ୍ରତ୍ୟେକ ଥର ଏପରି କଲା।


ସେ ଉତ୍ସର୍ଗ କରାଯାଇଥିବା ପଶୁଠାରୁ ସମସ୍ତ ମେଦ କାଢ଼ି ନେବ। ଯେପରି ସେ ସହଭାଗିତାର ନୈବେଦ୍ୟକୁ କରିଥିଲା ଏବଂ ସଦାପ୍ରଭୁଙ୍କୁ ଉପହାର ଦେବାକୁ ଯାଜକ ଏହାକୁ ଯଜ୍ଞବେଦିରେ ଦ‌‌‌‌ଗ୍‌‌‌‌ଧ କରିବ। ଏହି ପ୍ରକାରେ ଯାଜକ ନିଜ ପାପ ପାଇଁ ତା'ର ତରଫରୁ ପ୍ରାୟଶ୍ଚିତ କରିବ ଏବଂ ତାକୁ କ୍ଷମା ଦିଆଯିବ।


ପୁଣି ସହଭାଗିତାର ନୈବେଦ୍ୟରୁ ନେଇଥିବା ମେଦତୁଲ୍ୟ ତାହାର ସମସ୍ତ ମେଦ ନେବ, ଆଉ ସେହି ଯାଜକ ସୁବାସିତ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ଉପରେ ତାକୁ ଦ‌‌‌‌ଗ୍‌‌‌‌ଧ କରିବ। ଏହିରୂପେ ଯାଜକ ପାପୀମାନଙ୍କୁ ପ୍ରାୟଶ୍ଚିତ କରାଇବ ଓ ସେଥିରେ ସେ ପରମେଶ୍ୱରଙ୍କ ଦ୍ୱାରା କ୍ଷମା ପ୍ରାପ୍ତ ହେବ।


ତା'ପରେ ସେହି ଯାଜକ ଉତ୍ସର୍ଗୀକୃତ ପଶୁର ସମସ୍ତ ମେଦ ନେବ ଏବଂ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ, ଯେଉଁ ଉପାୟରେ ସେ ମଙ୍ଗଳାର୍ଥକ ନୈବେଦ୍ୟରୁ ମେଦ ସହିତ କରିଥିଲା। ଏହି ପ୍ରକାରେ ଯାଜକ ସେ ଶାସକର ପାପ ପାଇଁ ପ୍ରାୟଶ୍ଚିତ କରିବ ଓ ତା'ଦ୍ୱାରା ସେ ଶାସକ ପ୍ରଭୁଙ୍କ ଦ୍ୱାରା କ୍ଷମା ପ୍ରାପ୍ତ ହେବ।


ପୁଣି ସେହି ପାପାର୍ଥକ ନୈବେଦ୍ୟର ଗୋବତ୍ସକୁ ଯେପରି କଲ, ଏହାକୁ ସେହିପରି କରିବ। ଏହିପରି ଯାଜକ ସେମାନଙ୍କ ପାଇଁ ପ୍ରାୟଶ୍ଚିତ କରିବ। ତା'ହେଲେ ଇସ୍ରାଏଲ ଲୋକ କ୍ଷମାପ୍ରାପ୍ତ ହେବେ।


ପୁଣି ସେ ହୋମବଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସେହି ବଳି ତାହାର ପ୍ରାୟଶ୍ଚିତ ରୂପେ ଗ୍ରାହ୍ୟ ହେବ।


“ତା'ପରେ ପୁତ୍ର ବା କନ୍ୟା ପ୍ରସବର ଅଶୌଚ ଦିନ ପୂର୍ଣ୍ଣ ହେଲେ ସେ ବଳିଦାନ ନିମନ୍ତେ ଏକବର୍ଷୀୟ ଏକ ମେଷ ଶାବକ ଓ ପାପାର୍ଥକ ବଳି ନିମନ୍ତେ ଏକ କପୋତ ଛୁଆ କିମ୍ବା ପାରା ଛୁଆ ସମାଗମ-ତମ୍ବୁର ଦ୍ୱାରର ଯାଜକ ନିକଟକୁ ଆଣିବ।


ପୁଣି ଯାଜକ ସେଥିରୁ ଗୋଟିକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ। ଆଉ ସେହି ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ ହେବ। କାରଣ ତାଙ୍କର କ୍ଷରଣ ପାଇଁ।


Swiv nou:

Piblisite


Piblisite