Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 11:42 - ପବିତ୍ର ବାଇବଲ

42 ସରୀସୃପ ଯେଉଁମାନେ ପେଟରେ ଭରାଦେଇ ଗମନ କରନ୍ତି, ଯେଉଁମାନେ ଗ୍ଭରି ପାଦରେ ଗମନ କରନ୍ତି କିମ୍ବା ଯେଉଁମାନଙ୍କର ଅନେକ ପାଦ ଅଛି, ଏପ୍ରକାର ସମସ୍ତ ଭୂଚର ଉରୋଗାମୀ ଜନ୍ତୁକୁ ତୁମ୍ଭେମାନେ ଖାଇବା ଉଚିତ୍ ନୁହଁ। କାରଣ ସେଗୁଡ଼ିକ ଘୃଣ୍ୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

42 ଯେଉଁମାନେ ପେଟ ଦେଇ ଗମନ କରନ୍ତି ଓ ଯେଉଁମାନେ ଚାରି ପାଦରେ ଗମନ କରନ୍ତି, ଅବା ଯେଉଁମାନଙ୍କର ଅନେକ ପାଦ ଅଛି, ଏପରି ସମସ୍ତ ଭୂଚର ଉରୋଗାମୀ ଜନ୍ତୁକୁ ତୁମ୍ଭେମାନେ ଖାଇବ ନାହିଁ; କାରଣ ସେମାନେ ଘୃଣାଯୋଗ୍ୟ।

Gade chapit la Kopi

ଓଡିଆ ବାଇବେଲ

42 ଯେଉଁମାନେ ପେଟ ଦେଇ ଗମନ କରନ୍ତି ଓ ଯେଉଁମାନେ ଚାରି ପାଦରେ ଗମନ କରନ୍ତି, ଅବା ଯେଉଁମାନଙ୍କର ଅନେକ ପାଦ ଅଛି, ଏପରି ସମସ୍ତ ଭୂଚର ଉରୋଗାମୀ ଜନ୍ତୁକୁ ତୁମ୍ଭେମାନେ ଖାଇବ ନାହିଁ; କାରଣ ସେମାନେ ଘୃଣାଯୋଗ୍ୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

42 ଯେଉଁମାନେ ପେଟ ଦେଇ ଗମନ କରନ୍ତି ଓ ଯେଉଁମାନେ ଚାରି ପାଦରେ ଗମନ କରନ୍ତି, ଅବା ଯେଉଁମାନଙ୍କର ଅନେକ ପାଦ ଅଛି, ଏପରି ସମସ୍ତ ଭୂଚର ଉରୋଗାମୀ ଜନ୍ତୁକୁ ତୁମ୍ଭେମାନେ ଖାଇବ ନାହିଁ; କାରଣ ସେମାନେ ଘୃଣାଯୋଗ୍ୟ।

Gade chapit la Kopi




ଲେବୀୟ ପୁସ୍ତକ 11:42
12 Referans Kwoze  

ତାହାଙ୍କ ନିଜ ଲୋକମାନଙ୍କ ମଧ୍ୟରୁ ଜଣେ, ଯିଏ କି ଭବିଷ୍ୟ‌‌ଦ୍‌‌‌‌ବକ୍ତା, କହିଛନ୍ତି: “କ୍ରୀତୀର ଲୋକେ ସର୍ବଦା ମିଛ କୁହନ୍ତି। ସେମାନେ ଦୁଷ୍ଟ ପଶୁ ଓ ଅଳସୁଆ। ସେମାନେ ଖାଇବା ଛଡ଼ା ଅନ୍ୟ କିଛି କରନ୍ତି ନାହିଁ।”


ସେମାନେ ସବୁବେଳେ ଦେଖାଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସେମାନେ ମଧ୍ୟ ସେଥିପାଇଁ ଗର୍ବ କରନ୍ତି। ସେମାନେ ଭଣ୍ଡ ପ୍ରେରିତ। ସେମାନେ ପ୍ରତାରକ। ଲୋକେ ଯେପରି ସେମାନଙ୍କୁ ଖ୍ରୀଷ୍ଟଙ୍କର ପ୍ରେରିତ ବୋଲି ଭାବିବେ, ଏଥିପାଇଁ ସେମାନେ ନିଜର ବେଶ ବଦଳାଇଥା’ନ୍ତି।


ସେ କେବଳ ତୁମ୍ଭମାନଙ୍କର ସ୍ୱାମୀ ହେବେ। କିନ୍ତୁ ମୁଁ ଭୟ କରୁଛି ଯେ, ଯେପରି ହବା ସର୍ପର ପ୍ରବଞ୍ଚନା ଦ୍ୱାରା ପ୍ରଭାବିତ ହୋଇଥିଲା, ସେହିଭଳି ତୁମ୍ଭମାନଙ୍କ ମନ ମଧ୍ୟ ଖ୍ରୀଷ୍ଟଙ୍କ ପ୍ରତି ସତ୍ୟ ଓ ପବିତ୍ର ସମର୍ପଣଠାରୁ ଦୂରକୁ ଗ୍ଭଲି ଯିବ।


ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତା'ର ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛ। ପ୍ରଥମରୁ ସେ ଜଣେ ଖୁଣୀ। ସେ ସର୍ବଦା ସତ୍ୟର ବିରୁଦ୍ଧ। ତା’ ଭିତରେ କୌଣସି ସତ୍ୟତା ନାହିଁ। ସେ ତା'ର ସ୍ୱଭାବରୁ ମିଛୁଆ। ସେ ମିଥ୍ୟାବାଦୀ, ସେ ମିଥ୍ୟାର ଜନ୍ମଦାତା।


“ରେ କପଟୀ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭ ପାଖରେ ଯାହା ଅଛି, ତା'ର ଦଶ ଭାଗରୁ ଏକ ଭାଗ, ଏପରିକି ନିଜର ପୋଦିନା, ପାନମଧୁରୀ ଓ ଜୀରାର ମଧ୍ୟ ଦଶ ଭାଗରୁ ଏକ ଭାଗ ତୁମ୍ଭେ ପରମେଶ୍ୱରଙ୍କୁ ଦେଉଛ, କିନ୍ତୁ ତୁମ୍ଭେମାନେ ନିୟମର ଅଧିକ ନ୍ୟାୟ, ଦୟା ଓ ବିଶ୍ୱାସ ଭଳି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଗୁଡ଼ିକୁ ପାଳନ କରୁ ନାହଁ। ମାତ୍ର ଏଗୁଡ଼ିକ ତୁମ୍ଭର ପାଳନ କରିବା ଉଚିତ୍। ଅନ୍ୟ ଉପଦେଶଗୁଡ଼ିକୁ ମଧ୍ୟ ନିୟମିତ ରୂପରେ ତୁମ୍ଭର ପାଳନ କରିବା ଉଚିତ୍।


ଅନେକ ଫାରୂଶୀ ଓ ସାଦ୍ଦୂକୀମାନେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସେମାନଙ୍କୁ ଦେଖି ଯୋହନ କହିଲେ, “ହେ କାଳସର୍ପଗଣ! ତୁମ୍ଭେ ପ୍ରଭୁଙ୍କ ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚେତାବନୀ ଦେଲେ?


ସେମାନେ ସର୍ପ ପରି ଧୂଳି ଗ୍ଭଟିବେ। ସେମାନେ ଭୟରେ କମ୍ପିତ ହେବେ। ଆଉ ସେମାନେ କୀଟମାନଙ୍କ ପରି ସେମାନଙ୍କର ଗର୍ତ୍ତରୁ ବାହାରି ଗୁରୁଣ୍ତି ଗୁରୁଣ୍ତି ଗ୍ଭଲିବେ। ଶେଷରେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କ ନିକଟକୁ ଆସିବେ ଏବଂ ଭୟର ସହିତ ସମ୍ମାନ ଜଣାଇବେ।


ଗଧିଆ ଓ ମେଣ୍ଢାଛୁଆ ଏକତ୍ର ରହିବେ, ସିଂହ ଗୋରୁପଲ ପରି ନଡ଼ା ଖାଇବ। ପୁଣି ଧୂଳି ସର୍ପର ଖାଦ୍ୟ ହେବ। ସେମାନେ ଆମ୍ଭ ପବିତ୍ର ପର୍ବତରେ କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ।” ସଦାପ୍ରଭୁ ଏହା କୁହନ୍ତି।


ଏହା ପରେ ପରମେଶ୍ୱର କହିଲେ, “ଜଳ ଜୀବିତ ପ୍ରାଣୀରେ ପୂର୍ଣ୍ଣ ହେଉ ଏବଂ ପକ୍ଷୀମାନେ ପୃଥିବୀ ଉପରେ ଓ ଆକାଶ ତୋରଣ ତଳେ ଉଡ଼ନ୍ତୁ।”


“ଆଉ ଭୂଚର ପ୍ରତ୍ୟେକ ଉରୋଗାମୀ ପ୍ରାଣୀ ଘୃଣାଯୋଗ୍ୟ ଅଟେ, ତାହା ଖାଦ୍ୟ ହେବ ନାହିଁ।


ତୁମ୍ଭେମାନେ ଏହିସବୁ ଭୁଚର ଉରୋଗାମୀ ପ୍ରାଣୀମାନଙ୍କ ଦ୍ୱାରା ନିଜକୁ ଘୃଣାଯୋଗ୍ୟ କରିବ ନାହିଁ କିମ୍ବା ସେମାନଙ୍କ ଦ୍ୱାରା ଅଶୁଚି ହେବା ପାଇଁ ନିଜକୁ ଅଶୁଚି କରିବ ନାହିଁ।


Swiv nou:

Piblisite


Piblisite