Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 10:15 - ପବିତ୍ର ବାଇବଲ

15 ଯାହା ସେମାନେ ଦୋଳନୀୟ ନୈବେଦ୍ୟ ସହିତ ଉତ୍ତୋଳନୀୟ ଚଟୁଆ ଓ ଟଙ୍ଗାଯାଇଥିବା ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖରେ ଟାଙ୍ଗିବାକୁ ଆଣିବେ, ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହେବ। ଯେପରି ସଦାପ୍ରଭୁ ଆଜ୍ଞା କରିଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ସେମାନେ ମେଦମୟ ଅଗ୍ନିକୃତ ଉପହାର ସହିତ ଉତ୍ତୋଳନୀୟ ଚଟୁଆ ଓ ଦୋଳନୀୟ ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବା ନିମନ୍ତେ ଆଣିବେ; ପୁଣି ତାହା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହେବ।

Gade chapit la Kopi

ଓଡିଆ ବାଇବେଲ

15 ସେମାନେ ମେଦମୟ ଅଗ୍ନିକୃତ ଉପହାର ସହିତ ଉତ୍ତୋଳନୀୟ ଉପହାରର ଜଙ୍ଘ ଓ ଦୋଳନୀୟ ନୈବେଦ୍ୟର ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବା ନିମନ୍ତେ ଆଣିବେ; ପୁଣି ତାହା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହେବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ସେମାନେ ମେଦମୟ ଅଗ୍ନିକୃତ ଉପହାର ସହିତ ଉତ୍ତୋଳନୀୟ ଉପହାରର ଜଙ୍ଘ ଓ ଦୋଳନୀୟ ନୈବେଦ୍ୟର ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବା ନିମନ୍ତେ ଆଣିବେ; ପୁଣି ତାହା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହେବ।”

Gade chapit la Kopi




ଲେବୀୟ ପୁସ୍ତକ 10:15
12 Referans Kwoze  

ମୁଁ (ସଦାପ୍ରଭୁ) ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ନୈବେଦ୍ୟରୁ ବକ୍ଷ ଓ ଚଟୁଆ ନେଇ ଚିରକାଳ ଦେୟ ରୂପେ ସେସବୁ ଯାଜକ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଦେଇଅଛି।”


ଅବ୍ରହାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, “କ’ଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କ’ଣ ସାରା ନବେ ବର୍ଷରେ ପିଲା ଧାରଣ କରି ପାରିବ?”


ସେଥିପାଇଁ ତୁମ୍ଭର ସମସ୍ତ ପୁରୁଷ ସେବକଗଣ ନିଶ୍ଚୟ ସୁନ୍ନତ ହେବେ ଓ ତୁମ୍ଭମାନଙ୍କର ଶରୀରରେ, ଚୁକ୍ତି ହିସାବରେ ମୋର ଚିରନ୍ତନ ଚିହ୍ନ ରହିବ।


ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶରେ ଅସ୍ଥାୟୀ ଭାବରେ ବାସ କରୁଅଛ ତାହା ଚିରଦିନ ପାଇଁ ତୁମ୍ଭର ହେବ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ୟ‌ଦ୍‌ ବଂଶଧରମାନଙ୍କୁ କିଣାନର ସମଗ୍ର ଦେଶ ଚିରକାଳ ପାଇ ଦେବି ଏବଂ ମୁଁ ସେମାନଙ୍କର ପରମେଶ୍ୱର ହେବି।”


ଯେଉଁ ସମସ୍ତ ଭୂମି ତୁମ୍ଭ ସମ୍ମୁଖରେ ତୁମ୍ଭେ ଚିରଦିନ ଦେଖୁଛ, ମୁଁ ତାହା ତୁମ୍ଭଙ୍କୁ ଓ ତୁମ୍ଭର ବଂଶଧରଙ୍କୁ ଦେବି।


ଉତ୍ସର୍ଗୀକୃତ ମେଷର ଛାତି ଓ ଗୋଡ଼କୁ ନିଅ ଏବଂ ଏହାକୁ ପବିତ୍ର ରୂପେ ପୃଥକ କର। ଏହି ଅଂଶସବୁ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦିଅ।


ଏହି ବିଧି ପ୍ରତ୍ୟେକ ଗୃହରେ ତୁମ୍ଭମାନଙ୍କର ସମସ୍ତ ଭବିଷ୍ୟ‌ଦ୍‌ ବଂଶାନୁକ୍ରମମାନଙ୍କ ପାଇଁ ଅନୁକରଣୀୟ ହେବ। ତୁମ୍ଭେମାନେ ଯେଉଁଠାରେ ରୁହ ନା କାହିଁକି ମେଦ କିମ୍ବା ରକ୍ତ ଭୋଜନ କରିବ ନାହିଁ।”


“ଇସ୍ରାଏଲ ଲୋକମାନେ ନିଜ ନିଜ ପବିତ୍ର-ବସ୍ତୁ ମଧ୍ୟରୁ ଯାହା ଯାହା ଉପହାର ଯାଜକ ନିକଟକୁ ଆଣନ୍ତି, ତାହା ସବୁ ତାହାର ହେବ।


ଇସ୍ରାଏଲୀୟମାନେ ସର୍ବଦା ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ଏହିସବୁ ଅଂଶ ଦେବେ। ଯେତେବେଳେ ଇସ୍ରାଏଲର ଲୋକମାନେ ସେହିସବୁ ନୈବେଦ୍ୟ ଦେବେ ସେହି ସମୟରେ ହାରୋଣ ଏବଂ ତାଙ୍କର ପୁତ୍ରମାନେ ଏହିସବୁ ଅଂଶ ପାଇବେ। ସେମାନେ ଯାଜକକୁ ଯେତେବେଳେ ଏହିସବୁ ଅଂଶ ଦେବେ, ଏହା ଯାଜକମାନଙ୍କ ଦ୍ୱାରା ଗ୍ରହଣ କରାଯିବ।


ଏହି ଶସ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହେବ। ଏହି ଉପହାରରୁ ସଦାପ୍ରଭୁଙ୍କ ପାଇଁ ନିଆଯାଇଥିବା ଅବଶିଷ୍ଟାଂଶ ମହାପବିତ୍ର ଅଟେ।


Swiv nou:

Piblisite


Piblisite