Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 10:14 - ପବିତ୍ର ବାଇବଲ

14 “ପୁଣି ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର କନ୍ୟାଗଣ ଝୁଲାଯାଇଥିବା ବକ୍ଷ ଓ ଚଟୁଆ ନେଇ ଏକ ଶୁଚି ସ୍ଥାନରେ ଭୋଜନ କରିବ, ଯେହେତୁ ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ନୈବେଦ୍ୟ ମଧ୍ୟରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ୟ ଅଂଶ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ପୁଣି ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଓ ତୁମ୍ଭ କନ୍ୟାଗଣ ଦୋଳନୀୟ ବକ୍ଷ ଓ ଉତ୍ତୋଳନୀୟ ଚଟୁଆ କୌଣସି ଶୁଚି ସ୍ଥାନରେ ଭୋଜନ କରିବ, ଯେହେତୁ ଇସ୍ରାଏଲ-ସନ୍ତାନଗଣର ମଙ୍ଗଳାର୍ଥକ ବଳି ମଧ୍ୟରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ତବ୍ୟ ଅଂଶୁ।

Gade chapit la Kopi

ଓଡିଆ ବାଇବେଲ

14 ପୁଣି ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଓ ତୁମ୍ଭ କନ୍ୟାଗଣ ଦୋଳନୀୟ ନୈବେଦ୍ୟର ବକ୍ଷ ଓ ଉତ୍ତୋଳନୀୟ ଉପହାରର ଜଙ୍ଘ କୌଣସି ଶୁଚି ସ୍ଥାନରେ ଭୋଜନ କରିବ, ଯେହେତୁ ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ବଳି ମଧ୍ୟରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ତବ୍ୟ ଅଂଶ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ପୁଣି ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଓ ତୁମ୍ଭ କନ୍ୟାଗଣ ଦୋଳନୀୟ ନୈବେଦ୍ୟର ବକ୍ଷ ଓ ଉତ୍ତୋଳନୀୟ ଉପହାରର ଜଙ୍ଘ କୌଣସି ଶୁଚି ସ୍ଥାନରେ ଭୋଜନ କରିବ, ଯେହେତୁ ଇସ୍ରାଏଲ-ସନ୍ତାନଗଣର ମଙ୍ଗଳାର୍ଥକ ବଳି ମଧ୍ୟରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ତବ୍ୟ ଅଂଶ।

Gade chapit la Kopi




ଲେବୀୟ ପୁସ୍ତକ 10:14
10 Referans Kwoze  

“ଇସ୍ରାଏଲର ଲୋକମାନଙ୍କ ସମସ୍ତ ଦୋଳନୀୟ ନୈବେଦ୍ୟର ଦାନ ମଧ୍ୟରୁ ଉତ୍ତୋଳନୀୟ ଉପହାର ଆମ୍ଭେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣଙ୍କୁ ଓ ତୁମ୍ଭର କନ୍ୟାମାନଙ୍କୁ ଅନନ୍ତକାଳୀନ ଅଧିକାରାର୍ଥେ ଦେଲୁ। ତୁମ୍ଭ ପରିବାରର ପ୍ରତ୍ୟେକ ବିଧିସମ୍ମତ ଶୁଚି ଲୋକ ତାହା ଭୋଜନ କରି ପାରିବେ।


ଯୀଶୁ କହିଲେ, “ଯେଉଁ ପରମେଶ୍ୱର ମୋତେ ପଠାଇଛନ୍ତି, ତାହାଙ୍କର ଇଚ୍ଛା ପାଳନ କରିବା ଓ ତାହାଙ୍କର କାର୍ଯ୍ୟ ପୂର୍ଣ୍ଣ କରିବା ହେଉଛି ମୋର ଆହାର।


ମୋଶାଙ୍କ ଆଜ୍ଞା ଅନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖରେ ବକ୍ଷ ଓ ଡାହାଣ ଚଟୁଆ ଦୋଳନୀୟ ନୈବେଦ୍ୟ ରୂପେ ଦୋଳନ କଲେ।


ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହାଦ୍ୱାରା ପ୍ରାୟଶ୍ଚିତ ହେଲା, ତାହା ସେମାନେ ଭୋଜନ କରିବେ। ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ କାରଣ ତାହା ସବୁ ପବିତ୍ର ବସ୍ତୁ।


ମୋର ନିର୍ଦ୍ଦେଶ ଅନୁସାରେ ତୁମ୍ଭେମାନେ ସେହି ଶସ୍ୟ ନୈବେଦ୍ୟ ଏକ ପବିତ୍ର ସ୍ଥାନରେ ଖାଇବା ଉଚିତ୍। କାରଣ, ଏହା ତୁମ୍ଭମାନଙ୍କର ଓ ତୁମ୍ଭ ପୁତ୍ରଗଣର ଅଂଶ ସଦାପ୍ରଭୁଙ୍କ ଉପହାରରୁ। ଏହା ମୁଁ ନିର୍ଦ୍ଦେଶ ଦେଲି।


“ଇସ୍ରାଏଲ ଲୋକମାନେ ନିଜ ନିଜ ପବିତ୍ର-ବସ୍ତୁ ମଧ୍ୟରୁ ଯାହା ଯାହା ଉପହାର ଯାଜକ ନିକଟକୁ ଆଣନ୍ତି, ତାହା ସବୁ ତାହାର ହେବ।


ତହୁଁ ସେ ମୋତେ କହିଲେ, “ପୃଥକ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରୀଗୁଡ଼ିକ ଅଛି ସେସବୁ ପବିତ୍ର କୋଠରୀ। ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସବୁ ଭୋଜନ କରିବେ। ଆଉ ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସବୁ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳିଦାନ ରଖିବେ। କାରଣ ସେହି ସ୍ଥାନ ଅତି ପବିତ୍ର ଅଟେ।


ମାତ୍ର ଯାଜକର କନ୍ୟା ଯଦି ବିଧବା ବା ପରିତ୍ୟକ୍ତା ହୋଇ ନିଃସନ୍ତାନ ହୋଇଥାଏ ଓ ପୁନର୍ବାର ଆସି ପିତୃଗୃହରେ ବାଲ୍ୟାବସ୍ଥାପରି ବାସ କରେ, ତେବେ, ସେ ଆପଣା ପିତାର ଅନ୍ନ ଭୋଜନ କରିବ, ମାତ୍ର ଭିନ୍ନ ବଂଶୀୟ ଲୋକେ ତାହା ଭୋଜନ କରିବେ ନାହିଁ।


Swiv nou:

Piblisite


Piblisite