Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 1:17 - ପବିତ୍ର ବାଇବଲ

17 ତା'ପରେ ସେ ଯାଜକ ତା'ର ଦୁଇ ପକ୍ଷକୁ ଚିରିବ ମାତ୍ର ତାକୁ ଦୁଇ ଖଣ୍ଡ କରିବ ନାହିଁ। ତା'ପରେ ଯାଜକ ଏହାକୁ ସମ୍ପୂର୍ଣ୍ଣଭାବରେ ବେଦିରେ ଥିବା ଅଗ୍ନିକାଠ ମଧ୍ୟରେ ଦ‌‌‌‌ଗ୍‌‌‌‌ଧ କରିବ। ଏହି ହୋମବଳି ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନୈବେଦ୍ୟ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଆଉ, ପକ୍ଷମୂଳ ଚିରିବ, ମାତ୍ର ଦ୍ଵିଖଣ୍ତ କରିବ ନାହିଁ; ପୁଣି ଯାଜକ ବେଦି-ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ଦଗ୍ଧ କରିବ; ତହିଁରେ ତାହା ହୋମବଳି, ଅର୍ଥାତ୍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।

Gade chapit la Kopi

ଓଡିଆ ବାଇବେଲ

17 ଆଉ, ପକ୍ଷମୂଳ ଚିରିବ, ମାତ୍ର ଦ୍ୱିଖଣ୍ଡ କରିବ ନାହିଁ; ପୁଣି ଯାଜକ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ଦଗ୍ଧ କରିବ, ତହିଁରେ ତାହା ହୋମବଳି, ଅର୍ଥାତ୍‍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଆଉ, ପକ୍ଷମୂଳ ଚିରିବ, ମାତ୍ର ଦ୍ୱିଖଣ୍ଡ କରିବ ନାହିଁ; ପୁଣି ଯାଜକ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ଦଗ୍ଧ କରିବ, ତହିଁରେ ତାହା ହୋମବଳି, ଅର୍ଥାତ୍‍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।

Gade chapit la Kopi




ଲେବୀୟ ପୁସ୍ତକ 1:17
20 Referans Kwoze  

ସେ ସବୁକୁ ସେ ପରମେଶ୍ୱରଙ୍କ ନିକଟକୁ ଆଣିଲେ ଏବଂ ଦୁଇ ଖଣ୍ଡ କରି କାଟିଲେ, ଏବଂ ସେଗୁଡ଼ିକ ଦୁଇ ଧାଡ଼ିରେ ରଖି ପ୍ରତ୍ୟେକ ଅଧାର ଉପରେ ଆଉ ଅଧା ଯୁକ୍ତ ଚିହ୍ନ ଭାବରେ ରଖିଲେ। କିନ୍ତୁ ସେ ପକ୍ଷୀମାନଙ୍କୁ ଦୁଇ ଖଣ୍ଡ କଲେ ନାହିଁ।


ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ। ସେହି ମୂଲ୍ୟ ତୁମ୍ଭର ପାପ ପାଇଁ ମୂଲ୍ୟ ଦେଲା। ସେ ନିଜେ ଦୋଷୀ ନ ଥିଲେ କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ୟୁ ବରଣ କଲେ। ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମାରେ ସେ ପୁନର୍ଜୀବିତ ହେଲେ,


ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ୟୁ ନିମନ୍ତେ ସମର୍ପିତ କରାହେଲା। ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହେଲେ।


ଯୀଶୁ ତାହା ପାନ କରି କହିଲେ, “ସମାପ୍ତ ହେଲା।” ତା'ପରେ ସେ ମୁଣ୍ଡ ନୁଆଁଇ ପ୍ରାଣତ୍ୟାଗ କଲେ।


ପୁଣି ଥରେ ଯୀଶୁ କହିଲେ ସମାପ୍ତ ହେଲା, ତା'ପରେ ସେ ପ୍ରାଣତ୍ୟାଗ କଲେ।


କାରଣ ତୁମ୍ଭେ ସଦାପ୍ରଭୁ, ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ପରିତ୍ୟାଗ କରିବ ନାହିଁ। ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷୟ ହେବାକୁ ଦେବ ନାହିଁ।


ପୁଣି ସେ ସେଗୁଡ଼ିକୁ ଯାଜକ ନିକଟକୁ ଆଣିବ। ଯାଜକ ପ୍ରଥମେ ପାପାର୍ଥକ ନୈବେଦ୍ୟ ଉତ୍ସର୍ଗ କରି, ତା'ର ବେକରୁ ମୁଣ୍ଡ ମୋଡ଼ିବ ମାତ୍ର ତାକୁ ଦୁଇଭାଗ କରିବ ନାହିଁ।


ମାତ୍ର ସେ ତା'ର ଅନ୍ତ୍ର ଅଂଶ ଓ ଗୋଡ଼ ଜଳରେ ଧୌତ କରିବ। ତା'ପରେ ଯାଜକ ସମ୍ପୂର୍ଣ୍ଣ ପଶୁଟିକୁ ଉତ୍ସର୍ଗ କରିବ ଓ ଏହାକୁ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ତାହା ହେବ ସଦାପ୍ରଭୁଙ୍କ ପାଇଁ ଗୋଟିଏ ସୁବାସିତ ନୈବେଦ୍ୟ।


ତହିଁରେ ସଦାପ୍ରଭୁ ସେମାନଙ୍କର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚିନ୍ତା କଲେ, “ପୃଥିବୀକି ଅଭିଶାପ ଦେବା ନାହିଁ। ଯଦିଓ ବାଲ୍ୟକାଳରୁ ମନୁଷ୍ୟର ମନର ଅଭିପ୍ରାୟ ଓ ପ୍ରବଣତା ମନ୍ଦ, ତଥାପି ଆଉ କେବେହେଲେ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି।


ତା'ପରେ ତାଙ୍କର ପୁତ୍ରଗଣ ତାଙ୍କ ନିକଟରେ ହୋମବଳିର ଖଣ୍ଡ ଖଣ୍ଡ ମାଂସ ଓ ମସ୍ତକ ସମର୍ପଣ କଲେ। ସେ ସମସ୍ତ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କଲେ।


ପୁଣି ତାକୁ ହାରୋଣର ଯାଜକ ପୁତ୍ରମାନଙ୍କ ନିକଟକୁ ଆଣିବ। ଯାଜକ ସେଥିରୁ ମୁଠିଏ ସରୁ ମଇଦା, କିଛି ତୈଳ ଓ ସମସ୍ତ କର୍ପୂର ନେବ। ତା'ପରେ ଯାଜକ ଏହି ସ୍ମାରକ ଅଂଶ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନୈବେଦ୍ୟ ଅଟେ।


ତହୁଁ ହାରୋଣର ପୁତ୍ରଗଣ ଯଜ୍ଞବେଦିରେ ଏହିସବୁ ସହିତ ଅଗ୍ନିକାଠରେ ଥିବା ହୋମବଳିକୁ ଦ‌‌‌‌ଗ୍‌‌‌‌ଧ କରିବେ। ତାହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନୈବେଦ୍ୟ ଅଟେ।


“ଏହା ହେଉଛି ଶସ୍ୟ ନୈବେଦ୍ୟର ବ୍ୟବସ୍ଥା। ହାରୋଣର ପୁତ୍ରଗଣ ଯଜ୍ଞବେଦି ସମ୍ମୁଖରେ ସଦାପ୍ରଭୁଙ୍କ ଛାମୁକୁ ଶସ୍ୟ ଆଣିବେ।


ତୁମ୍ଭମାନଙ୍କ ପ୍ରତିଜ୍ଞା ପୂରଣ କରିବା ପାଇଁ କିମ୍ବା ସ୍ୱେଚ୍ଛାଦତ୍ତ ଉପହାର ପାଇଁ କିମ୍ବା ତୁମ୍ଭମାନଙ୍କ ନିରୂପିତ ପର୍ବରେ ଗୋମେଷାଦି ପଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମବଳି ଉତ୍ସର୍ଗ କରିବ।


ଆଉ ତୁମ୍ଭେ ଅନ୍ୟ ମେଷବତ୍ସକୁ ସନ୍ଧ୍ୟାବେଳେ ଉତ୍ସର୍ଗ କରିବ। ଯେପରି ପ୍ରାତଃକାଳରେ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବ, ସେହିପରି ତୁମ୍ଭେ ସଦାପ୍ରଭୁଙ୍କୁ ଏକ ସୁବାସିତ ଉପହାର ରୂପେ ଉତ୍ସର୍ଗ କରିବ।


Swiv nou:

Piblisite


Piblisite