Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 1:13 - ପବିତ୍ର ବାଇବଲ

13 ମାତ୍ର ସେ ତା'ର ଅନ୍ତ୍ର ଅଂଶ ଓ ଗୋଡ଼ ଜଳରେ ଧୌତ କରିବ। ତା'ପରେ ଯାଜକ ସମ୍ପୂର୍ଣ୍ଣ ପଶୁଟିକୁ ଉତ୍ସର୍ଗ କରିବ ଓ ଏହାକୁ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ତାହା ହେବ ସଦାପ୍ରଭୁଙ୍କ ପାଇଁ ଗୋଟିଏ ସୁବାସିତ ନୈବେଦ୍ୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ମାତ୍ର ସେ ତାହାର ଅନ୍ତ୍ର ଓ ପଦ ଜଳରେ ଧୌତ କରିବ; ତହୁଁ ଯାଜକ ସେସମସ୍ତ ଉତ୍ସର୍ଗ କରି ବେଦି ଉପରେ ଦଗ୍ଧ କରିବ; ତାହା ହୋମବଳି, ଅର୍ଥାତ୍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।

Gade chapit la Kopi

ଓଡିଆ ବାଇବେଲ

13 ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ସେହି ସମସ୍ତ ଉତ୍ସର୍ଗ କରି ବେଦି ଉପରେ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍‍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ସେହି ସମସ୍ତ ଉତ୍ସର୍ଗ କରି ବେଦି ଉପରେ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍‍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।

Gade chapit la Kopi




ଲେବୀୟ ପୁସ୍ତକ 1:13
15 Referans Kwoze  

ମାତ୍ର ସେହି ଯାଜକ ଅନ୍ତ ଅଂଶ ଓ ଗୋଡ଼ ଜଳରେ ଧୌତ କରିବେ ତା'ପରେ ଯାଜକ ଯଜ୍ଞବେଦି ଉପରେ ତାକୁ ଦ‌‌‌‌ଗ୍‌‌‌‌ଧ କରିବେ ଓ ତାହା ଗୋଟିଏ ହୋମବଳି ହେବ। ଏବଂ ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନୈବେଦ୍ୟ ହେବ।


“ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେକୌଣସି ଶସ୍ୟ-ନୈବେଦ୍ୟ ଆଣିବ, ତାହା ତାଡ଼ିଶୂନ୍ୟ ହେବା ଉଚିତ୍। ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ରୂପେ ତାଡ଼ି କି ମଧୁ କେବେ ଦ‌‌‌‌ଗ୍‌‌‌‌ଧ କରିବା ଉଚିତ୍ ନୁହେଁ।


ପୁଣି ସହଭାଗିତାର ନୈବେଦ୍ୟରୁ ନେଇଥିବା ମେଦତୁଲ୍ୟ ତାହାର ସମସ୍ତ ମେଦ ନେବ, ଆଉ ସେହି ଯାଜକ ସୁବାସିତ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ଉପରେ ତାକୁ ଦ‌‌‌‌ଗ୍‌‌‌‌ଧ କରିବ। ଏହିରୂପେ ଯାଜକ ପାପୀମାନଙ୍କୁ ପ୍ରାୟଶ୍ଚିତ କରାଇବ ଓ ସେଥିରେ ସେ ପରମେଶ୍ୱରଙ୍କ ଦ୍ୱାରା କ୍ଷମା ପ୍ରାପ୍ତ ହେବ।


“ଯେଉଁ ଲୋକ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରୁଛି, ଏକ ଐଫାର ଦଶମାଂଶ ସରୁ ମଇଦା ଏକ ହିନର ଚତୁର୍ଥାଂଶ ତୈଳ ସହିତ ମିଶ୍ରିତ କରି ଆଣିବ।


“ଆଉ ପ୍ରତିମାସର ପ୍ରଥମ ଦିନରେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଦୁଇଟି ଷଣ୍ଢ, ଏକ ଅଣ୍ତିରା ମେଷ ଓ ଏକବର୍ଷୀୟ ସାତୋଟି ମେଷଶାବକ ବିଶେଷ ହୋମବଳି ରୂପେ ଉତ୍ସର୍ଗ କରିବ। ଏମାନେ ସମସ୍ତେ ନିଖୁଣ ହୋଇ ଥିବେ।


ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ମାଂସ ଓ ରକ୍ତ ସମେତ ନିଜ ନିଜର ହୋମବଳି ଉତ୍ସର୍ଗ କରିବ। ତୁମ୍ଭମାନଙ୍କର ବଳିଦାନାଦିର ରକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ଢଳାଯିବ। ତେବେ ତୁମ୍ଭେମାନେ ସେହି ମାଂସ ଭୋଜନ କରିବ।


ତହିଁରେ ସଦାପ୍ରଭୁ ସେମାନଙ୍କର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚିନ୍ତା କଲେ, “ପୃଥିବୀକି ଅଭିଶାପ ଦେବା ନାହିଁ। ଯଦିଓ ବାଲ୍ୟକାଳରୁ ମନୁଷ୍ୟର ମନର ଅଭିପ୍ରାୟ ଓ ପ୍ରବଣତା ମନ୍ଦ, ତଥାପି ଆଉ କେବେହେଲେ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି।


ପୁଣି ତାକୁ ହାରୋଣର ଯାଜକ ପୁତ୍ରମାନଙ୍କ ନିକଟକୁ ଆଣିବ। ଯାଜକ ସେଥିରୁ ମୁଠିଏ ସରୁ ମଇଦା, କିଛି ତୈଳ ଓ ସମସ୍ତ କର୍ପୂର ନେବ। ତା'ପରେ ଯାଜକ ଏହି ସ୍ମାରକ ଅଂଶ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନୈବେଦ୍ୟ ଅଟେ।


ତହୁଁ ହାରୋଣର ପୁତ୍ରଗଣ ଯଜ୍ଞବେଦିରେ ଏହିସବୁ ସହିତ ଅଗ୍ନିକାଠରେ ଥିବା ହୋମବଳିକୁ ଦ‌‌‌‌ଗ୍‌‌‌‌ଧ କରିବେ। ତାହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନୈବେଦ୍ୟ ଅଟେ।


“ଏହା ହେଉଛି ଶସ୍ୟ ନୈବେଦ୍ୟର ବ୍ୟବସ୍ଥା। ହାରୋଣର ପୁତ୍ରଗଣ ଯଜ୍ଞବେଦି ସମ୍ମୁଖରେ ସଦାପ୍ରଭୁଙ୍କ ଛାମୁକୁ ଶସ୍ୟ ଆଣିବେ।


ତୁମ୍ଭମାନଙ୍କ ପ୍ରତିଜ୍ଞା ପୂରଣ କରିବା ପାଇଁ କିମ୍ବା ସ୍ୱେଚ୍ଛାଦତ୍ତ ଉପହାର ପାଇଁ କିମ୍ବା ତୁମ୍ଭମାନଙ୍କ ନିରୂପିତ ପର୍ବରେ ଗୋମେଷାଦି ପଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମବଳି ଉତ୍ସର୍ଗ କରିବ।


ଆଉ ତୁମ୍ଭେ ଅନ୍ୟ ମେଷବତ୍ସକୁ ସନ୍ଧ୍ୟାବେଳେ ଉତ୍ସର୍ଗ କରିବ। ଯେପରି ପ୍ରାତଃକାଳରେ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବ, ସେହିପରି ତୁମ୍ଭେ ସଦାପ୍ରଭୁଙ୍କୁ ଏକ ସୁବାସିତ ଉପହାର ରୂପେ ଉତ୍ସର୍ଗ କରିବ।


ଶଲୋମନ ଦଶ ଗୋଟି ପ୍ରକ୍ଷାଳନ ପାତ୍ର ନିର୍ମାଣ କଲେ। ସେ ପାଞ୍ଚୋଟି ପ୍ରକ୍ଷାଳନ ପାତ୍ର ସେହି ବୃହତ୍ କୁଣ୍ତର ଦକ୍ଷିଣ ପାର୍ଶ୍ୱରେ ଏବଂ ଅନ୍ୟ ପାଞ୍ଚୋଟି ପ୍ରକ୍ଷାଳନ ପାତ୍ର ତାହାର ବାମ ପାର୍ଶ୍ୱରେ ରଖିଲେ। ହୋମବଳିକୁ ଉତ୍ସର୍ଗ କରିବା ପରେ ଧୋଇବା ନିମନ୍ତେ ଏହି ଦଶ ଗୋଟି ପ୍ରକ୍ଷାଳନ ପାତ୍ର ବ୍ୟବହାର କରାଯାଏ। ମାତ୍ର ବୃହତ୍ ପିତ୍ତଳ କୁଣ୍ଡରେ କେବଳ ଯାଜକମାନେ ପ୍ରକ୍ଷାଳନ କରିବେ।


ପ୍ରତ୍ୟେକ ଫାଟକର ତ୍ୱରଣ ନିକଟରେ ଏକ ଦ୍ୱାର ବିଶିଷ୍ଟ ଏକ କୋଠରୀ ଥିଲା। ସେଠାରେ ଯାଜକମାନେ ହୋମବଳି ଧୌତ କଲେ।


Swiv nou:

Piblisite


Piblisite