Biblia Todo Logo
Bib sou entènèt

- Piblisite -




ବିଳାପ 5:4 - ପବିତ୍ର ବାଇବଲ

4 ଆମ୍ଭେମାନେ ଆମ୍ଭମାନଙ୍କର ନିଜ ଜଳକୁ ରୂପା ଦେଇ ପାନ କରିଅଛୁ ଓ ଆମ୍ଭେମାନେ କାଠ କିଣି ବ୍ୟବହାର କରିଅଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆମ୍ଭେମାନେ ନିଜ ଜଳ ରୂପା ଦେଇ ପାନ କରିଅଛୁ; ଆମ୍ଭମାନଙ୍କର କାଷ୍ଠ ଆମ୍ଭମାନଙ୍କୁ ବିକାଯାଏ।

Gade chapit la Kopi

ଓଡିଆ ବାଇବେଲ

4 ଆମ୍ଭେମାନେ ନିଜ ଜଳ ରୂପା ଦେଇ ପାନ କରିଅଛୁ; ଆମ୍ଭମାନଙ୍କର କାଷ୍ଠ ଆମ୍ଭମାନଙ୍କୁ ବିକାଯାଏ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆମ୍ଭେମାନେ ନିଜ ଜଳ ରୂପା ଦେଇ ପାନ କରିଅଛୁ; ଆମ୍ଭମାନଙ୍କର କାଷ୍ଠ ଆମ୍ଭମାନଙ୍କୁ ବିକାଯାଏ।

Gade chapit la Kopi




ବିଳାପ 5:4
5 Referans Kwoze  

ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି। ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଯିହୁଦା ଓ ଯିରୁଶାଲମ ଯାହା ଉପରେ ନିର୍ଭର କରନ୍ତି ସେ ସମସ୍ତ ଜିନିଷ କାଢ଼ିନେବେ। ପରମେଶ୍ୱର ସମସ୍ତ ଅନ୍ନ ଓ ଜଳ ଦୂରେଇ ନେବେ।


ତେଣୁ ସଦାପ୍ରଭୁ ଯେଉଁ ଶତ୍ରୁମାନଙ୍କୁ ତୁମ୍ଭ ବିରୁଦ୍ଧରେ ପଠାଇବେ, ତୁମ୍ଭେ କ୍ଷୁଧାରେ ଓ ତୃଷାରେ ଓ ଉଲଙ୍ଗତାରେ ଏବଂ ସବୁପ୍ରକାର ଅଭାବରେ ସେମାନଙ୍କର ଦାସକର୍ମ କରିବ। ଆଉ ଶତ୍ରୁ ତୁମ୍ଭକୁ ବିନଷ୍ଟ କରିବା ଯାଏ ତୁମ୍ଭ କାନ୍ଧରେ ଲୁହାର ଯୁଆଳି ଦେବ।


“ହେ ତୃଷାର୍ତ୍ତଗଣ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଅର୍ଥଶୂନ୍ୟ ବ୍ୟକ୍ତି ମଧ୍ୟ ଆସୁ। ତୁମ୍ଭେମାନେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ବିନା ମୂଲ୍ୟରେ ଦ୍ରାକ୍ଷାରସ ଓ ଦୁ‌ଗ୍‌ଧ କିଣ।


ଆଜି ଆମ୍ଭେମାନେ ଦାସ ହୋଇଅଛୁ। ପୁଣି ତୁମ୍ଭେ ଆମ୍ଭମାନଙ୍କ ପିତୃପୁରୁଷଗଣକୁ ଯେଉଁ ଦେଶର ଫଳ ଓ ଉତ୍ତମ ଦ୍ରବ୍ୟ ଭୋଗ କରିବାକୁ ଦେଇଥିଲ। ସେହି ଦେଶରେ ଆମ୍ଭେମାନେ ଦାସ ହୋଇଅଛୁ।


Swiv nou:

Piblisite


Piblisite