Biblia Todo Logo
Bib sou entènèt

- Piblisite -




ବିଳାପ 4:8 - ପବିତ୍ର ବାଇବଲ

8 ମାତ୍ର ବର୍ତ୍ତମାନ ସେମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳାବର୍ଣ୍ଣ, ତେଣୁ ରାସ୍ତାରେ କେହି ସେମାନଙ୍କୁ ଚିହ୍ନନ୍ତି ନାହିଁ। ସେମାନଙ୍କର ଚର୍ମ ଅସ୍ଥିରେ ଲାଗିଅଛି ଓ ତାହା କାଠପରି ଶୁଷ୍କ ହୋଇଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ସେମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳା ବର୍ଣ୍ଣ; ସେମାନେ ଦାଣ୍ତରେ ଚିହ୍ନା ଯାʼନ୍ତି ନାହିଁ; ସେମାନଙ୍କର ଚର୍ମ ଅସ୍ଥିରେ ଲାଗି ରହିଅଛି; ତାହା କାଷ୍ଠ ପରି ଶୁଷ୍କ ହୋଇଅଛି,

Gade chapit la Kopi

ଓଡିଆ ବାଇବେଲ

8 ସେମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳା ବର୍ଣ୍ଣ; ସେମାନେ ଦାଣ୍ଡରେ ଚିହ୍ନା ଯା’ନ୍ତି ନାହିଁ; ସେମାନଙ୍କର ଚର୍ମ ଅସ୍ଥିରେ ଲାଗି ରହିଅଛି; ତାହା କାଷ୍ଠ ପରି ଶୁଷ୍କ ହୋଇଅଛି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ସେମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳା ବର୍ଣ୍ଣ; ସେମାନେ ଦାଣ୍ଡରେ ଚିହ୍ନା ଯାʼନ୍ତି ନାହିଁ; ସେମାନଙ୍କର ଚର୍ମ ଅସ୍ଥିରେ ଲାଗି ରହିଅଛି; ତାହା କାଷ୍ଠ ପରି ଶୁଷ୍କ ହୋଇଅଛି,

Gade chapit la Kopi




ବିଳାପ 4:8
17 Referans Kwoze  

କ୍ଷୁଧାର ତାଡ଼ନାରେ ଆମ୍ଭେମାନେ ଭୟଙ୍କର ଜ୍ୱରରେ ଆକ୍ରାନ୍ତ। ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି କଳା ହୋଇଅଛି।


ମୋ’ ଦେହର ଚମଡ଼ା ପୋଡ଼ି ଯାଇ ଛିଣ୍ଡି ପଡ଼ୁଛି। ଜ୍ୱରରେ ମୋର ଦେହରେ ଭୀଷଣ ତାତି।


ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଗ୍ଭ ଚମଡ଼ା ଥଳୀ ଅଟେ। ମୁଁ ତୁମ୍ଭର ନିୟମ ଭୁଲିବି ନାହିଁ।


“ତେଣୁ ମୁଁ ଅତି କ୍ଷୀଣ ହୋଇଗଲିଣି। ମୋର ଚର୍ମ ଓହଳି ପଡ଼ିଲାଣି। ମୋର ଚମଡ଼ା ମୋର ହାତ ଉପରେ ଝୁଲୁଛି। ମୋର ଅଳ୍ପ ଜୀବନ ବାକିଅଛି।


ବର୍ତ୍ତମାନ ନୀନିବୀ ଶୂନ୍ୟ ହୋଇ ଯାଉଛି। ସମସ୍ତ ଜିନିଷ ଲୁଣ୍ଠିତ ଓ ନଗରୀଟି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଛି। ଲୋକମାନେ ସେମାନଙ୍କର ସାହସ ହରାଇଛନ୍ତି। ସେମାନଙ୍କର ହୃଦୟ ଭୟରେ ବିଚଳିତ। ସେମାନଙ୍କର ଆଣ୍ଠୁ ଓ ଶରୀର ଥରୁଛି। ସେମାନଙ୍କର ମୁଖମଣ୍ତଳ ଭୟରେ ମଳିନ ହୋଇଯାଇଛି।


ଲୋକମାନେ ସେହି ସୈନ୍ୟ ସମ୍ମୁଖରେ ଭୟରେ ଥରିବେ। ସେମାନଙ୍କର ମୁଖମଣ୍ତଳ ଭୟରେ ମଳିନ ହୋଇଯିବ।


“ଅନେକ ଆମ୍ଭର ସେବକକୁ ଦେଖି ବିବ୍ରତ ହେବେ। କାରଣ ତାଙ୍କର ଆକୃତି ମନୁଷ୍ୟ ଆକୃତିଠାରୁ ଏପରି ବିକୃତ ହେବ ଯେ ତାଙ୍କୁ ଅନେକ ମନୁଷ୍ୟ ବୋଲି ଚିହ୍ନିବେ ନାହିଁ।


ମୋର ଜୀବନ ପ୍ରାୟ ଶେଷ ହୋଇଅଛି। ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶେଷ ଦିନର ଛାଇ ତୁଲ୍ୟ।


ତୁମ୍ଭେ ମୋତେ ଦଣ୍ଡ ଦେଲ। ବର୍ତ୍ତମାନ ମୋର ସମସ୍ତ ଶରୀର କମ୍ପୁଅଛି। ମୋର ପାପ ଲାଗି ତୁମ୍ଭେ ମୋତେ ଦଣ୍ଡ ଦେଲ, ତେଣୁ ମୋର ଅସ୍ଥିରେ କିଛି ଆରାମ ନାହିଁ।


ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ। ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ। ସେଲା


ତା'ର ଶରୀର ଦୁର୍ବଳ ହୋଇଯାଏ। ସେ କ୍ରମେ କ୍ଷୀଣ ହୋଇଯାଏ। ତା'ର ହାଡ଼ସବୁ ପଦାକୁ ଦେଖାଯାଏ।


କିନ୍ତୁ ଯେତେବେଳେ ସେହି ତିନି ବନ୍ଧୁ ଦୂରରୁ ଆୟୁବକୁ ଦେଖିଲେ, ସେମାନେ ତାକୁ ଚିହ୍ନି ପାରି ଉଚ୍ଚ ସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲେ। ଆଉ ସେମାନେ ଆପଣା ବସ୍ତ୍ର ଚିରି ସ୍ୱର୍ଗ ଆଡ଼କୁ ଗ୍ଭହିଁ ଆପଣା ମୁଣ୍ଡ ଉପରେ ଧୂଳି ଫିଙ୍ଗିଲେ।


ଆମ୍ଭର ପାଦରେ ଲାଗିଥିବା ଏହି ଧୂଳିତକ ମଧ୍ୟ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଏହିଠାରେ ଝାଡ଼ି ଦେଇ ଯାଉଛୁ।’ ତଥାପି ମନେରଖ, ‘ପରମେଶ୍ୱରଙ୍କ ରାଜ୍ୟ ଖୁବ୍ ଶୀଘ୍ର ଆସୁଛି।’


Swiv nou:

Piblisite


Piblisite