Biblia Todo Logo
Bib sou entènèt

- Piblisite -




ବିଳାପ 3:7 - ପବିତ୍ର ବାଇବଲ

7 ସଦାପ୍ରଭୁ ମୋତେ ଭାରି ଶୃଙ୍ଖଳରେ ବାନ୍ଧି ଭିତରେ ଅବରୁଦ୍ଧ କରିଅଛନ୍ତି, ଫଳରେ ମୁଁ ବାହାରି ଯାଇପାରିବି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ସେ ମୋର ଚାରିଆଡ଼େ ବେଢ଼ା ଦେଇଅଛନ୍ତି, ମୁଁ ବାହାରି ଯାଇ ନ ପାରେ; ସେ ମୋହର ଶୃଙ୍ଖଳ ଭାରୀ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

7 ସେ ମୋର ଚାରିଆଡ଼େ ସୁରକ୍ଷାର ବାଡ଼ ଦେଇଅଛନ୍ତି, ଯେପରି ମୁଁ ବାହାରି ଯାଇ ନ ପାରେ; ସେ ମୋହର ଜଞ୍ଜିର ଭାରୀ କରିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସେ ମୋର ଚାରିଆଡ଼େ ସୁରକ୍ଷାର ବାଡ଼ ଦେଇଅଛନ୍ତି, ଯେପରି ମୁଁ ବାହାରିଯାଇ ନ ପାରେ; ସେ ମୋହର ଜଞ୍ଜିର ଭାରୀ କରିଅଛନ୍ତି।

Gade chapit la Kopi




ବିଳାପ 3:7
11 Referans Kwoze  

ପରମେଶ୍ୱର ମୋର ପଥରୋଧ କରିଛନ୍ତି। ମୁଁ ତାହାକୁ ଅତିକ୍ରମ କରିବି ନାହିଁ। ସେ ମୋର ବାଟକୁ ଅନ୍ଧକାରରେ ବୁଡ଼ାଇ ରଖିଛନ୍ତି।


କିନ୍ତୁ ପରମେଶ୍ୱର ସେମାନଙ୍କର ଭବିଷ୍ୟତକୁ ଗୋପନ ରଖନ୍ତି ଏବଂ ସେହିମାନଙ୍କୁ ରକ୍ଷା କରିବା ନିମନ୍ତେ ଏକ ପ୍ରାଚୀର ନିର୍ମାଣ କରନ୍ତି।


“ତେଣୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପଥ କଣ୍ଟା ଦ୍ୱାରା ଅବରୋଧ କରିବା। ତା'ର ଚତୁର୍ଦ୍ଦିଗରେ ପ୍ରାଚୀର ନିର୍ମାଣ କରିବା, ଯାହା ଫଳରେ ସେ ଆଉ ପଥ ପାଇବ ନାହିଁ।


“ମୋର ପାପରୂପ ଯୁଆଳି ସଦାପ୍ରଭୁଙ୍କ ହସ୍ତରେ ବନ୍ଧା ଯାଇଅଛି। ସଦାପ୍ରଭୁଙ୍କ ସେହି ଯୁଆଳି ମୋ’ ସ୍କନ୍ଧ ଉପରକୁ ଆସିଅଛି, ସେ ମୋତେ ସମ୍ପୂର୍ଣ୍ଣ ଦୁର୍ବଳ କରିଦେଇଛନ୍ତି। ଯେଉଁମାନଙ୍କ ବିରୁଦ୍ଧରେ ମୁଁ ଠିଆ ହୋଇ ପାରିବି ନାହିଁ, ସେମାନଙ୍କ ହସ୍ତରେ ସଦାପ୍ରଭୁ ମୋତେ ସମର୍ପଣ କରିଛନ୍ତି।


ଆଉ ବର୍ତ୍ତମାନ ମୁଁ ତୁମ୍ଭ ହସ୍ତରୁ ଶୃଙ୍ଖଳ ମୁକ୍ତ କଲି। ଯଦି ତୁମ୍ଭେ ମୋ’ ସହିତ ବାବିଲ ଯିବାକୁ ଇଚ୍ଛା କରୁଛ, ତେବେ ଆସ, ମୁଁ ତୁମ୍ଭର ଉତ୍ତମରୂପେ ଯତ୍ନ ନେବି। ଯଦି ତୁମ୍ଭେ ମୋ’ ସହିତ ଯିବାକୁ ଇଚ୍ଛା ନ କରୁଛ, ତେବେ ସେଥିରୁ କ୍ଷାନ୍ତ ହୁଅ। ସମସ୍ତ ଦେଶ ତୁମ୍ଭ ପାଇଁ ମୁକ୍ତ ରହିଛି। ତୁମ୍ଭେ ଯେକୌଣସି ସ୍ଥାନକୁ ଯିବାକୁ ଭଲ ମନେ କରୁଛ, ସେଠାକୁ ଯାଅ।


ଏଣୁ ସେମାନେ ଯିରିମିୟଙ୍କୁ ନେଇ ପ୍ରହରୀ ପ୍ରାଙ୍ଗଣସ୍ଥିତ ମ‌‌ଲ୍‌‌କିୟ ରାଜପୁତ୍ରର କୂପରେ ପକାଇ ଦେଲେ। ସେମାନେ ରଜ୍ଜୁରେ ଯିରିମିୟଙ୍କୁ କୂପ ମଧ୍ୟକୁ ଓହ୍ଲାଇ ଦେଲେ। ପୁଣି ସେହି କୂପରେ ଜଳ ନ ଥିଲା, କେବଳ ପଙ୍କ ଥିଲା। ଯିରିମିୟ ସେହି ପଙ୍କରେ ନିମଗ୍ନ ହେଲେ।


ମୋର ବନ୍ଧୁମାନେ ମୋତେ ଛାଡ଼ିଗଲେ, ମୁଁ ଅଛୁଆଁ ପରି ସେମାନେ ମୋ'ଠାରୁ ଦୂରେଇ ଗଲେ। ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ଯାଇପାରିବି ନାହିଁ।


“ତାଙ୍କ କାରଣରୁ ଆମ୍ଭମାନଙ୍କୁ ଓ ଯେଉଁମାନେ ଆମ୍ଭଙ୍କୁ ବିଗ୍ଭର ଦେଲେ, ସେମାନଙ୍କ ବିରୁଦ୍ଧରେ ମହା ଅମଙ୍ଗଳ ଘଟାଇଛନ୍ତି। ଏହି କାରଣରୁ କୌଣସି ନଗର ଯିରୁଶାଲମ ପରି ଦୁଃଖ ଭୋଗ କରି ନାହିଁ।


ଆମ୍ଭମାନଙ୍କ ସ୍କନ୍ଧରେ ବଳପୂର୍ବକ ଯୁଆଳି ରଖା ଯାଇଛି। ଆମ୍ଭେମାନେ କ୍ଳାନ୍ତ ହୋଇଅଛୁ ଓ ଆମ୍ଭମାନଙ୍କର ବିଶ୍ରାମ ନାହିଁ।


ସେ ପଥରଦ୍ୱାରା ମୋର ପଥ ଅବରୋଧ କରିଅଛନ୍ତି ଓ ମୋର ପଥକୁ ଜଟିଳ କରିଅଛନ୍ତି।


କ୍ଳେଶ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଅଛି। ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭଠାରେ ମୁଁ ହାତ ପାତୁ ଅଛି।


Swiv nou:

Piblisite


Piblisite