Biblia Todo Logo
Bib sou entènèt

- Piblisite -




ବିଳାପ 3:66 - ପବିତ୍ର ବାଇବଲ

66 କ୍ରୋଧରେ ସେମାନଙ୍କ ପଛେ ପଛେ ଗୋଡ଼ାଅ। ସଦାପ୍ରଭୁ ଆକାଶ ମଣ୍ଡଳର ତଳୁ ସେମାନଙ୍କୁ ଉଚ୍ଛିନ୍ନ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

66 ତୁମ୍ଭେ କ୍ରୋଧରେ ସେମାନଙ୍କ ପଛେ ପଛେ ଗୋଡ଼ାଇବ ଓ ସଦାପ୍ରଭୁଙ୍କ ଆକାଶମଣ୍ତଳର ତଳୁ ସେମାନଙ୍କୁ ଉଚ୍ଛିନ୍ନ କରିବ।

Gade chapit la Kopi

ଓଡିଆ ବାଇବେଲ

66 ତୁମ୍ଭେ କ୍ରୋଧରେ ସେମାନଙ୍କ ପଛେ ପଛେ ଗୋଡ଼ାଇବ ଓ ସଦାପ୍ରଭୁଙ୍କ ଆକାଶମଣ୍ଡଳର ତଳୁ ସେମାନଙ୍କୁ ଉଚ୍ଛିନ୍ନ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

66 ତୁମ୍ଭେ କ୍ରୋଧରେ ସେମାନଙ୍କ ପଛେ ପଛେ ଗୋଡ଼ାଇବ ଓ ସଦାପ୍ରଭୁଙ୍କ ଆକାଶମଣ୍ଡଳର ତଳୁ ସେମାନଙ୍କୁ ଉଚ୍ଛିନ୍ନ କରିବ।”

Gade chapit la Kopi




ବିଳାପ 3:66
14 Referans Kwoze  

ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ। ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।


ତୁମ୍ଭେ ନିଜେ କ୍ରୋଧରେ ଆଚ୍ଛାଦିତ ହୋଇଛ ଏବଂ ତୁମ୍ଭେ ଆମ୍ଭ ପଛରେ ଗୋଡ଼ାଇଛ ଏବଂ ତୁମ୍ଭେ ଆମ୍ଭକୁ ନିର୍ଦ୍ଦୟ ଭାବରେ ବଧ କରିଛ।


ସଦାପ୍ରଭୁ ପୁଣି କହନ୍ତି, “ତୁମ୍ଭେମାନେ ସେମାନଙ୍କୁ କୁହ, ‘ସେହି ଦେବତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି। ତେଣୁ ସେମାନେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ୱଂସ ଓ ଲୁପ୍ତ ହେବେ।”’


ଏଥିପାଇଁ ତୁମ୍ଭେମାନେ ଅମାଲେକୀୟମାନଙ୍କୁ ସମୂଳେ ଧ୍ୱଂସ କରିବ। ତୁମ୍ଭେମାନେ ଏପରି କରିବ ଯେତେବେଳେ ସଦାପ୍ରଭୁଙ୍କ ଦତ୍ତ ନୂତନ ଦେଶରେ ପ୍ରବେଶ କରିବ। ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଚତୁର୍ଦ୍ଦିଗସ୍ଥ ତୁମ୍ଭ ଶତ୍ରୁମାନଙ୍କଠାରୁ ତୁମ୍ଭକୁ ବିଶ୍ରାମ ଦେଲେ, ତୁମ୍ଭେ ପୃଥିବୀରୁ ଅମାଲେକୀୟମାନଙ୍କୁ ସମୂଳେ ଧ୍ୱଂସ କରିବାକୁ ପଡ଼ିବ।


ସଦାପ୍ରଭୁ ଏହିକଥା କୁହନ୍ତି, “ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ତୁମ୍ଭେମାନେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରି ପାରିବ ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହେବ?


ସ୍ୱର୍ଗ ସଦାପ୍ରଭୁଙ୍କର କିନ୍ତୁ ସେ ମନୁଷ୍ୟ ସନ୍ତାନଗଣଙ୍କୁ ପୃଥିବୀ ଦେଇଛନ୍ତି।


ହେ ପରମେଶ୍ୱର, ମୁଁ ଅନ୍ୟମାନଙ୍କୁ ଏ ବିଷୟରେ କହିବା ପାଇଁ ଗ୍ଭହିଁଥିଲି। କିନ୍ତୁ ମୁଁ ଜାଣିଥିଲି ଏହା ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ହୋଇଥା’ନ୍ତା।


ସେମାନଙ୍କ ରାସ୍ତାକୁ ଅନ୍ଧକାର ଓ ପିଚ୍ଛିଳ କରିଦିଅ, ଯାହା ଫଳରେ ସଦାପ୍ରଭୁଙ୍କ ଦୂତମାନେ ସେମାନଙ୍କୁ ସହଜରେ ଧରି ପାରିବେ।


ମାତ୍ର ସଦାପ୍ରଭୁ କହିଲେ ନାହିଁ ଯେ, ସେ ପୃଥିବୀରୁ ଇସ୍ରାଏଲର ନାମ ନିଶ୍ଚିହ୍ନ କରିବେ। ତେଣୁ ସେ ଯୋୟାଶଙ୍କ ପୁତ୍ର ଯାରବିୟାମଙ୍କ ଦ୍ୱାରା ସେମାନଙ୍କୁ ଉଦ୍ଧାର କଲେ।


ସଦାପ୍ରଭୁ ତାହାକୁ କ୍ଷମା କରିବାକୁ ସମ୍ମତ ହେବେ ନାହିଁ। ମାତ୍ର ତ‌‌‌‌ତ୍‌‌‌‌କ୍ଷଣାତ୍ ସେହି ଲୋକ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ଓ ଅନ୍ତର୍ଜ୍ୱାଳା ସଧୂମ ହୋଇ ଉଠିବ। ପୁଣି ଏହି ପୁସ୍ତକରେ ଲିଖିତ ସମସ୍ତ ଶାପ ତାହା ପାଇଁ ଛପି ରହିବ, ଆଉ ସଦାପ୍ରଭୁ ଆକାଶ ମଣ୍ତଳ ତଳୁ ତାହାର ନାମ ଲୋପ କରିବ। ଏବଂ ଏହି ବ୍ୟବସ୍ଥାପୁସ୍ତକ ଲିଖିତ ନିୟମର ସମସ୍ତ ଶାପ ଅନୁସାରେ ସଦାପ୍ରଭୁ ତାହାକୁ ଇସ୍ରାଏଲର ସମସ୍ତ ଗୋଷ୍ଠୀୟ ମଧ୍ୟରୁ ଅମଙ୍ଗଳ ନିମନ୍ତେ ପୃଥକ କରିବେ।


ଆଉ ସେ ସେମାନଙ୍କର ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ଯାହାଫଳରେ ତୁମ୍ଭେ ଆକାଶ ମଣ୍ତଳର ତଳୁ ସେମାନଙ୍କ ନାମ ପୋଛି ଦେବ। ଯେତେବେଳେ ତୁମ୍ଭେ ସେମାନଙ୍କୁ ବିନାଶ କରିବ କେହି ତୁମ୍ଭମାନଙ୍କୁ ଅଟକାଇବାକୁ ସମର୍ଥ ହେବ ନାହିଁ।


ସେହି ଲୋକମାନଙ୍କୁ ତୁଷ ତୁଲ୍ୟ ପବନରେ ଉଡ଼ାଇ ନିଅ। ସେମାନଙ୍କୁ ସଦାପ୍ରଭୁଙ୍କର ଦୂତ ଘଉଡ଼ାଇ ଦିଅନ୍ତୁ।


ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଛ; ମୋତେ ସ୍ମରଣ କର ଓ ମୋର ତତ୍ତ୍ୱ ନିଅ। ଆଉ ମୋର ତାଡ଼ନାକାରୀଙ୍କୁ ଦଣ୍ଡ ଦିଅ। ତୁମ୍ଭେ ଅତ୍ୟନ୍ତ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ। ତେଣୁ ମୋତେ ସଂହାର କର ନାହିଁ। ମୁଁ ତୁମ୍ଭ ପାଇଁ କଷ୍ଟ ପାଇଛି, ଏହା ତୁମ୍ଭେ ଜ୍ଞାତ ହୁଅ।


କିନ୍ତୁ ଇସ୍ରାଏଲ ଭଲ ଜିନିଷ ଗ୍ରହଣ କରି ନ ଥିଲା। ତେଣୁ ଶତ୍ରୁମାନେ ତାକୁ ଆକ୍ରମଣ କରୁଛନ୍ତି।


Swiv nou:

Piblisite


Piblisite