Biblia Todo Logo
Bib sou entènèt

- Piblisite -




ବିଳାପ 3:48 - ପବିତ୍ର ବାଇବଲ

48 ମୋର ଲୋକମାନଙ୍କର ବିନାଶ ଦେଖି ମୋର ଚକ୍ଷୁରୁ ଝରଣା ସଦୃଶ ଲୋତକ ବହୁଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

48 ମୋʼ ଲୋକଙ୍କ କନ୍ୟାର ବିନାଶ ସକାଶୁ ମୋʼ ଚକ୍ଷୁରୁ ଜଳଧାରା ବହୁଅଛି।

Gade chapit la Kopi

ଓଡିଆ ବାଇବେଲ

48 ମୋ’ ଲୋକଙ୍କ କନ୍ୟାର ବିନାଶ ସକାଶୁ ମୋ’ ଚକ୍ଷୁରୁ ଜଳଧାରା ବହୁଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

48 ମୋʼ ଲୋକଙ୍କ କନ୍ୟାର ବିନାଶ ସକାଶୁ ମୋʼ ଚକ୍ଷୁରୁ ଜଳଧାରା ବହୁଅଛି।

Gade chapit la Kopi




ବିଳାପ 3:48
11 Referans Kwoze  

ମୋର ଚକ୍ଷୁଯୁଗଳ ଲୋତକରେ ପୂର୍ଣ୍ଣ ହୁଏ ଓ ଅନ୍ତର ବ୍ୟଥିତ ହୁଏ। ମୋର ଲୋକମାନଙ୍କର ବିନାଶ ହେତୁ ମୋର ହୃଦୟ ଭୂମିରେ ଢଳା ହେଲାପରି ଅନୁଭବ କରେ, କାରଣ ନଗରର ପଥ ସମୂହରେ ବାଳକ ବାଳିକା ଓ ଦୁ‌ଗ୍‌ଧପୋଷ୍ୟ ଶିଶୁମାନେ ମୂର୍ଚ୍ଛିତ ହୋଇ ପଡ଼ିଛନ୍ତି।


ଯେବେ ମୋର ମସ୍ତକ ଜଳମୟ ଓ ମୋର ଚକ୍ଷୁ ଲୋତକର ଝରଣାସ୍ୱରୂପ ହୁଅନ୍ତା, ତେବେ ମୁଁ ମୋହର ନିହତ ଲୋକମାନଙ୍କ ପାଇଁ ଦିନରାତି କ୍ରନ୍ଦନ କରି ପାରନ୍ତି।


ତୁମ୍ଭମାନଙ୍କର ହୃଦୟ ସଦାପ୍ରଭୁଙ୍କ ସମ୍ମୁଖରେ ଚିତ୍କାର କରିବା ଉଚିତ୍। ହେ ସିୟୋନ କନ୍ୟାର ପ୍ରାଚୀର, ଦିବାରାତ୍ରି ଅଶ୍ରୁଧାରା ସ୍ରୋତ ପରି ଝରାଅ। ତୁମ୍ଭେ ଚକ୍ଷୁକୁ ବିଶ୍ରାମ ଦିଅ ନାହିଁ ଓ ତୁମ୍ଭ ଚକ୍ଷୁତାରା ସ୍ଥିର ନ ହେଉ।


“ଏହିସବୁ ବିଷୟ ପାଇଁ ମୁଁ କ୍ରନ୍ଦନ କରୁଅଛି ଓ ମୋର ଚକ୍ଷୁଯୁଗଳ ଲୋତକପୂର୍ଣ୍ଣ ହୋଇଅଛି। କାରଣ ମୋର ସାନ୍ତ୍ୱନାକାରୀ ମୋର ପ୍ରାଣକୁ ଆଶ୍ୱାସନା ଦେବା କଥା, କିନ୍ତୁ ସେ ମୋ'ଠାରୁ ଦୂରେଇ ଅଛନ୍ତି। ମୋର ସନ୍ତାନଗଣ ଅନାଥ ହୋଇଛନ୍ତି, କାରଣ ମୋର ଶତ୍ରୁଗଣ ସେମାନଙ୍କ ଉପରେ ବିଜୟଲାଭ କରିଛନ୍ତି।”


କିନ୍ତୁ ଯଦି ତୁମ୍ଭେମାନେ ଏ କଥା ନ ଶୁଣ, ତୁମ୍ଭେମାନେ ଅହଙ୍କାରୀ ବୋଲି ମୁଁ ଚୁ‌ପ୍‌ଗ୍ଭପ୍ କାନ୍ଦିବି। ମୁଁ ମଧ୍ୟ ଜୋ‌ର୍‌ରେ କାନ୍ଦିବି ଏବଂ ମୋର ଚକ୍ଷୁ ଅଶ୍ରୁରେ ପୂର୍ଣ୍ଣ ହେବ। କାରଣ ସଦାପ୍ରଭୁଙ୍କର ଲୋକମାନେ ବନ୍ଦୀ ହୋଇଛନ୍ତି।


ସେମାନେ କହନ୍ତି, ‘ସେହି ସ୍ତ୍ରୀଲୋକମାନେ ଶୀଘ୍ର ଆସନ୍ତୁ ଓ ଆମ୍ଭମାନଙ୍କ ପାଇଁ ବିଳାପ କରନ୍ତୁ। ଆମ୍ଭର ଚକ୍ଷୁ ଯେପରି ଲୋତକରେ ପୂର୍ଣ୍ଣ ହେବ ଓ ଚକ୍ଷୁରୁ ଯେପରି ଲୋତକର ନିର୍ଝର ନିର୍ଗତ ହେବ।’


ହାୟ, ହାୟ, ମୋର ଦୁଃଖ ଓ ମୋର ବ୍ୟସ୍ତତା ମୋର ଅନ୍ତନାଡ଼ିକୁ ବ୍ୟଥିତ କରୁଅଛି। ମୁଁ ହୃଦୟରେ ଅସ୍ଥିରତା ଅନୁଭବ କରୁଅଛି। ମୁଁ ସ୍ଥିର ରହିପାରୁ ନାହିଁ, କାରଣ ମୁଁ ସେହି ତୂରୀ ଶବ୍ଦ ଓ ଯୁଦ୍ଧର ନାଦ ଶୁଣିପାରୁଛି।


ମୋ’ ଚକ୍ଷୁରୁ ଅଶ୍ରୁ ନଦୀପରି ବହୁଛି। କାରଣ ଲୋକମାନେ ତୁମ୍ଭର ବ୍ୟବସ୍ଥାମାନ ପାଳନ କରୁ ନାହାନ୍ତି।


ଆମ୍ଭେମାନେ ବାବିଲୀୟ ନଦୀ ନିକଟରେ ସିୟୋନକୁ ସ୍ମରଣ କଲାବେଳେ ସେଠାରେ ବସି ରୋଦନ କଲୁ।


“ହେ ଯିରିମିୟ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ, ‘ଆମ୍ଭ ଚକ୍ଷୁରୁ ଦିବାରାତ୍ରି ଲୋତକ ବହିବ, ତାହା କେବେ ନିବୃତ୍ତ ହେବ ନାହିଁ କାରଣ ଆମ୍ଭର ଅନୂଢ଼ା କନ୍ୟା ପାଇଁ ଆମ୍ଭ ହୃଦୟ କାନ୍ଦିବ। ଯେହେତୁ ତାହା ମହାଭଙ୍ଗରେ ଓ ମହା ଦୁଃଖଦାୟକ କ୍ଷତରେ ଭଗ୍ନ ହୋଇଅଛି।


Swiv nou:

Piblisite


Piblisite