Biblia Todo Logo
Bib sou entènèt

- Piblisite -




ବିଳାପ 3:10 - ପବିତ୍ର ବାଇବଲ

10 ସଦାପ୍ରଭୁ ମୋ’ ପ୍ରତି ଗୋଟିଏ ଭାଲୁ ସଦୃଶ, ଯିଏ ସତର୍କରେ ଯାଏ ଓ ତା'ର ଶିକାର କରିବା ପାଇଁ ଲୁଚି ରୁହେ, ସେହିପରି ଗୋଟିଏ ସିଂହ ସଦୃଶ ଅଟନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସେ ମୋʼ ପ୍ରତି ଛକି ବସିଥିବା ଭାଲୁ ଓ ଅନ୍ତରାଳରେ ଥିବା ସିଂହ ପରି ଅଟନ୍ତି।

Gade chapit la Kopi

ଓଡିଆ ବାଇବେଲ

10 ସେ ମୋ’ ପ୍ରତି ଛକି ବସିଥିବା ଭାଲୁ ଓ ଅନ୍ତରାଳରେ ଥିବା ସିଂହ ପରି ଅଟନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସେ ମୋʼ ପ୍ରତି ଛକି ବସିଥିବା ଭାଲୁ ଓ ଅନ୍ତରାଳରେ ଥିବା ସିଂହ ପରି ଅଟନ୍ତି।

Gade chapit la Kopi




ବିଳାପ 3:10
10 Referans Kwoze  

“ଆସ, ସଦାପ୍ରଭୁଙ୍କ ପାଖକୁ ଫେରିଯିବା। ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ୟ ଆମ୍ଭକୁ ସୁସ୍ଥ କରିବେ। ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତରେ ପଟି ବାନ୍ଧି ଦେବେ।


କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରୟିମଙ୍କୁ ଆକ୍ରମଣ କରିବା। ଯୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ୟକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଖଣ୍ତ ଖଣ୍ତ କରି ଚିରିଦେବା। ଆମ୍ଭେ ସେମାନଙ୍କୁ ବହୁଦୂରକୁ ନେଇଯିବା ଏବଂ କେହି ସେମାନଙ୍କୁ ରକ୍ଷା କରି ପାରିବେ ନାହିଁ।


ମୁଁ ସାହାଯ୍ୟ ପାଇଁ ପ୍ରଭାତ ପର୍ଯ୍ୟନ୍ତ କ୍ରନ୍ଦନ କଲି। ଯେପରି ସିଂହ ମୋର ଅସ୍ଥିସବୁ ଚୂର୍ଣ୍ଣ କରୁଅଛି। ଏକ ଦିବାରାତ୍ର ସ୍ୱଳ୍ପ ସମୟ ମଧ୍ୟରେ ତୁମ୍ଭେ ମୋତେ ଶେଷ କରିବ।


ସେହି ଦୁଷ୍ଟ ଲୋକମାନେ ସିଂହ ଭଳି ଅନ୍ୟ ପ୍ରାଣୀମାନଙ୍କୁ ଧରି ଖାଇ ଯାଆନ୍ତି ସେମାନେ ଗରିବ ଲୋକମାନଙ୍କୁ ଆକ୍ରମଣ କରନ୍ତି। ସେହି ନିରୀହ ଲୋକମାନେ ସହଜରେ ସେହି ଦୁଷ୍ଟମାନଙ୍କ ଦ୍ୱାରା ବସାଯାଇଥିବା ଯନ୍ତାରେ ପଡ଼ି ଯାଆନ୍ତି।


ଯଦି ମୋ’ ଜୀବନରେ କିଛି ସଫଳତା ଆସିଛି ଏବଂ ଯେଉଁଥିପାଇଁ ମୁଁ ଗର୍ବିତ ବା ମୁଣ୍ଡ ଟେକି ବାଟ ଗ୍ଭଲିବାର ଶକ୍ତି ହାସଲ କରୁଛି। ଏବେ ପୁନର୍ବାର ତୁମ୍ଭେ ତୁମ୍ଭର ଶକ୍ତିକୁ ମୋ’ ବିରୁଦ୍ଧରେ ପ୍ରୟୋଗ କରୁଛ।


ସେହି ଦୁଷ୍ଟ ଲୋକମାନେ ସିଂହ ସଦୃଶ ଯିଏକି ଅନ୍ୟ ପ୍ରାଣୀମାନଙ୍କୁ ଶିକାର କରି ଖାଇବାକୁ ଅପେକ୍ଷା କରିଥାଏ। ସେମାନେ ସିଂହ ଭଳି ଲୁଚି ରହି ଆକ୍ରମଣ କରିବାକୁ ସର୍ବଦା ପ୍ରସ୍ତୁତ ଥା’ନ୍ତି।


ସେ ପଥରଦ୍ୱାରା ମୋର ପଥ ଅବରୋଧ କରିଅଛନ୍ତି ଓ ମୋର ପଥକୁ ଜଟିଳ କରିଅଛନ୍ତି।


ସେ ମୋର ପଥରୁ ମୋତେ ଟାଣି ନେଇ ଖଣ୍ଡ ଖଣ୍ଡ କରିଅଛନ୍ତି ଓ ମୋତେ ଅନାଥ କରିଅଛନ୍ତି।


Swiv nou:

Piblisite


Piblisite