Biblia Todo Logo
Bib sou entènèt

- Piblisite -




ବିଳାପ 2:18 - ପବିତ୍ର ବାଇବଲ

18 ତୁମ୍ଭମାନଙ୍କର ହୃଦୟ ସଦାପ୍ରଭୁଙ୍କ ସମ୍ମୁଖରେ ଚିତ୍କାର କରିବା ଉଚିତ୍। ହେ ସିୟୋନ କନ୍ୟାର ପ୍ରାଚୀର, ଦିବାରାତ୍ରି ଅଶ୍ରୁଧାରା ସ୍ରୋତ ପରି ଝରାଅ। ତୁମ୍ଭେ ଚକ୍ଷୁକୁ ବିଶ୍ରାମ ଦିଅ ନାହିଁ ଓ ତୁମ୍ଭ ଚକ୍ଷୁତାରା ସ୍ଥିର ନ ହେଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଲୋକମାନଙ୍କର ହୃଦୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା; ହେ ସିୟୋନ କନ୍ୟାର ପ୍ରାଚୀର, ଦିବାରାତ୍ର ଅଶ୍ରୁଧାରା ସ୍ରୋତ ପରି ବୁହାଅ; ତୁମ୍ଭେ ଆପଣାକୁ କିଛି ବିଶ୍ରାମ ଦିଅ ନାହିଁ; ତୁମ୍ଭ ଚକ୍ଷୁର ତାରା ଶା; ନ ହେଉ।

Gade chapit la Kopi

ଓଡିଆ ବାଇବେଲ

18 ଲୋକମାନଙ୍କର ହୃଦୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା; ହେ ସିୟୋନ କନ୍ୟାର ପ୍ରାଚୀର, ଦିବାରାତ୍ର ଅଶ୍ରୁଧାରା ସ୍ରୋତ ପରି ବୁହାଅ; ତୁମ୍ଭେ ଆପଣାକୁ କିଛି ବିଶ୍ରାମ ଦିଅ ନାହିଁ; ତୁମ୍ଭ ଚକ୍ଷୁର ତାରା ଶାନ୍ତ ନ ହେଉ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଲୋକମାନଙ୍କର ହୃଦୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା; ହେ ସିୟୋନ କନ୍ୟାର ପ୍ରାଚୀର, ଦିବାରାତ୍ର ଅଶ୍ରୁଧାରା ସ୍ରୋତ ପରି ବୁହାଅ; ତୁମ୍ଭେ ଆପଣାକୁ କିଛି ବିଶ୍ରାମ ଦିଅ ନାହିଁ; ତୁମ୍ଭ ଚକ୍ଷୁର ତାରା ଶାନ୍ତ ନ ହେଉ।

Gade chapit la Kopi




ବିଳାପ 2:18
14 Referans Kwoze  

ହେ ସଦାପ୍ରଭୁ, ମୁଁ ହୃଦୟ ସହକାରେ ତୁମ୍ଭକୁ ପ୍ରାର୍ଥନା କରେ। ମୋତେ ଉତ୍ତର ଦିଅ! ମୁଁ ତୁମ୍ଭର ନିୟମସବୁ ଅନୁସରଣ କରିବି।


ସଦାପ୍ରଭୁ ସିୟୋନ କନ୍ୟାର ପ୍ରାଚୀର ନଷ୍ଟ କରିବାକୁ ସଂକଳ୍ପ କରିଛନ୍ତି। ସେ ମାପସୂତା ଧରିଛନ୍ତି ଓ ବିନାଶ କାରଣରୁ ତାଙ୍କ ହସ୍ତ ନିବୃତ୍ତ କରି ନାହାନ୍ତି। ମାତ୍ର ସେ ପରିଖା ଓ ପ୍ରାଚୀରକୁ ବିଳାପ କରାଇ ଅଛନ୍ତି। ସେମାନେ ଏକାବେଳକେ ନିସ୍ତେଜ ହୋଇଛନ୍ତି।


“ଏହିସବୁ ବିଷୟ ପାଇଁ ମୁଁ କ୍ରନ୍ଦନ କରୁଅଛି ଓ ମୋର ଚକ୍ଷୁଯୁଗଳ ଲୋତକପୂର୍ଣ୍ଣ ହୋଇଅଛି। କାରଣ ମୋର ସାନ୍ତ୍ୱନାକାରୀ ମୋର ପ୍ରାଣକୁ ଆଶ୍ୱାସନା ଦେବା କଥା, କିନ୍ତୁ ସେ ମୋ'ଠାରୁ ଦୂରେଇ ଅଛନ୍ତି। ମୋର ସନ୍ତାନଗଣ ଅନାଥ ହୋଇଛନ୍ତି, କାରଣ ମୋର ଶତ୍ରୁଗଣ ସେମାନଙ୍କ ଉପରେ ବିଜୟଲାଭ କରିଛନ୍ତି।”


ଯେବେ ମୋର ମସ୍ତକ ଜଳମୟ ଓ ମୋର ଚକ୍ଷୁ ଲୋତକର ଝରଣାସ୍ୱରୂପ ହୁଅନ୍ତା, ତେବେ ମୁଁ ମୋହର ନିହତ ଲୋକମାନଙ୍କ ପାଇଁ ଦିନରାତି କ୍ରନ୍ଦନ କରି ପାରନ୍ତି।


ମୋ’ ଚକ୍ଷୁରୁ ଅଶ୍ରୁ ନଦୀପରି ବହୁଛି। କାରଣ ଲୋକମାନେ ତୁମ୍ଭର ବ୍ୟବସ୍ଥାମାନ ପାଳନ କରୁ ନାହାନ୍ତି।


ତୁମ୍ଭ କାନ୍ଥରେ ଲାଗିଥିବା ପଥର ତୁମ୍ଭ ବିରୁଦ୍ଧରେ କଥା କହିବ। ଏପରିକି ତୁମ୍ଭ ଛାତରେ ଲାଗିଥିବା କାଠର ବର୍ଗାଗୁଡ଼ିକ ତୁମ୍ଭେ ଭୁଲ୍ ବୋଲି ରାଜି ହେବ।


ସେମାନେ କେବେ ଆନ୍ତରିକତା ସହ ଆମ୍ଭଙ୍କୁ ଡାକନ୍ତି ନାହିଁ। ସେମାନେ ସେମାନଙ୍କ ବିଛଣାରେ କ୍ରନ୍ଦନ କରନ୍ତି। ଯେତେବେଳେ ସେମାନେ ମୂର୍ତ୍ତିଗୁଡ଼ିକୁ ଖାଦ୍ୟ ଓ ଦ୍ରାକ୍ଷାରସ ପାଇଁ ପୂଜା କରନ୍ତି। ସେମାନେ ନିଜେ ନିଜକୁ ହତ୍ୟା କରନ୍ତି। କିନ୍ତୁ ସେମାନଙ୍କ ଅନ୍ତରସବୁ ମୋ'ଠାରୁ ଦୂରେଇ ଯାଇଛି।


ସେ ରାତ୍ରିରେ ଅତିଶୟ ରୋଦନ କରୁଛି, ତାହାର ଲୋତକ ଗଣ୍ଡଦେଶରେ ପଡ଼ୁଅଛି; ତାକୁ ସାନ୍ତ୍ୱନା ଦେବାକୁ କେହି ନାହିଁ; ତା'ର ସମସ୍ତ ବନ୍ଧୁ ତାକୁ ପ୍ରବଞ୍ଚନା କରିଛନ୍ତି; ସେମାନେ ତାହାର ଶତ୍ରୁ ହୋଇଛନ୍ତି।


“ହେ ଯିରିମିୟ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ, ‘ଆମ୍ଭ ଚକ୍ଷୁରୁ ଦିବାରାତ୍ରି ଲୋତକ ବହିବ, ତାହା କେବେ ନିବୃତ୍ତ ହେବ ନାହିଁ କାରଣ ଆମ୍ଭର ଅନୂଢ଼ା କନ୍ୟା ପାଇଁ ଆମ୍ଭ ହୃଦୟ କାନ୍ଦିବ। ଯେହେତୁ ତାହା ମହାଭଙ୍ଗରେ ଓ ମହା ଦୁଃଖଦାୟକ କ୍ଷତରେ ଭଗ୍ନ ହୋଇଅଛି।


କିନ୍ତୁ ଯଦି ତୁମ୍ଭେମାନେ ଏ କଥା ନ ଶୁଣ, ତୁମ୍ଭେମାନେ ଅହଙ୍କାରୀ ବୋଲି ମୁଁ ଚୁ‌ପ୍‌ଗ୍ଭପ୍ କାନ୍ଦିବି। ମୁଁ ମଧ୍ୟ ଜୋ‌ର୍‌ରେ କାନ୍ଦିବି ଏବଂ ମୋର ଚକ୍ଷୁ ଅଶ୍ରୁରେ ପୂର୍ଣ୍ଣ ହେବ। କାରଣ ସଦାପ୍ରଭୁଙ୍କର ଲୋକମାନେ ବନ୍ଦୀ ହୋଇଛନ୍ତି।


ପ୍ରସବକାରିଣୀ ସ୍ତ୍ରୀର ରବପରି ଓ ପ୍ରଥମ ସନ୍ତାନ ପ୍ରସବକାଳୀନ ବେଦନା ପରି ସିୟୋନ କନ୍ୟାର ରବ ଆମ୍ଭେ ଶୁଣିଅଛୁ। ସେ ଦୀର୍ଘନିଶ୍ୱାସ ଛାଡ଼ି ଓ ଆପଣା ହସ୍ତ ପ୍ରସାରଣ କରି କହୁଅଛି, “ହାୟ, ହାୟ! ହତ୍ୟାକାରୀମାନଙ୍କ ଆଗରେ ମୋର ପ୍ରାଣ ମୂର୍ଚ୍ଛିତ ହେଲା।”


Swiv nou:

Piblisite


Piblisite