Biblia Todo Logo
Bib sou entènèt

- Piblisite -




ବିଳାପ 2:14 - ପବିତ୍ର ବାଇବଲ

14 ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାମାନେ ତୁମ୍ଭ ପାଇଁ ଦର୍ଶନ ପାଇଛନ୍ତି। ମାତ୍ର ତାହା ଅସାର ଓ ମିଥ୍ୟାରେ ପରିପୂର୍ଣ୍ଣ। ସେମାନେ ତୁମ୍ଭର ଭଲ ପାଇଁ ଓ ତୁମ୍ଭର ଅଧର୍ମ ମୋଚନ ପାଇଁ ପ୍ରଗ୍ଭର କରି ନାହାନ୍ତି। ମାତ୍ର ଅସାର ଭାରୋକ୍ତି ଓ ତୁମ୍ଭ ନିର୍ବାସିତ ହେବାର ଦେଖି ପ୍ରଗ୍ଭର କରିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ତୁମ୍ଭର ଭବିଷ୍ୟଦ୍ବକ୍ତାମାନେ ତୁମ୍ଭ ନିମନ୍ତେ ଅସାରତା ଓ ମୂର୍ଖତାର ଦର୍ଶନ ପାଇଅଛନ୍ତି; ଆଉ, ତୁମ୍ଭର ବନ୍ଦୀତ୍ଵର ମୋଚନ ନିମନ୍ତେ ସେମାନେ ତୁମ୍ଭର ଅଧର୍ମ ପ୍ରକାଶ କରି ନାହାନ୍ତି, ମାତ୍ର ଅସାର ଭାରୋକ୍ତି ଓ ତୁମ୍ଭ ନିର୍ବାସିତ ହେବାର କାରଣ ଦେଖି ପ୍ରଚାର କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

14 ତୁମ୍ଭର ଭବିଷ୍ୟଦ୍‍ବକ୍ତାମାନେ ତୁମ୍ଭ ନିମନ୍ତେ ଅସାରତା ଓ ମୂର୍ଖତାର ଦର୍ଶନ ପାଇଅଛନ୍ତି; ଆଉ, ତୁମ୍ଭର ବନ୍ଦୀତ୍ୱର ମୋଚନ ନିମନ୍ତେ ସେମାନେ ତୁମ୍ଭର ଅଧର୍ମ ପ୍ରକାଶ କରି ନାହାନ୍ତି, ମାତ୍ର ଅସାର ଦର୍ଶନ ଓ ତୁମ୍ଭ ନିର୍ବାସିତ ହେବାର କାରଣ ଦେଖି ପ୍ରଚାର କରିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତୁମ୍ଭର ଭବିଷ୍ୟଦ୍‍ବକ୍ତାମାନେ ତୁମ୍ଭ ନିମନ୍ତେ ଅସାରତା ଓ ମୂର୍ଖତାର ଦର୍ଶନ ପାଇଅଛନ୍ତି; ଆଉ, ତୁମ୍ଭର ବନ୍ଦୀତ୍ୱର ମୋଚନ ନିମନ୍ତେ ସେମାନେ ତୁମ୍ଭର ଅଧର୍ମ ପ୍ରକାଶ କରି ନାହାନ୍ତି, ମାତ୍ର ଅସାର ଦର୍ଶନ ଓ ତୁମ୍ଭ ନିର୍ବାସିତ ହେବାର କାରଣ ଦେଖି ପ୍ରଚାର କରିଅଛନ୍ତି।

Gade chapit la Kopi




ବିଳାପ 2:14
31 Referans Kwoze  

“ଭବିଷ୍ୟ‌ଦ୍‌ବକ୍ତାମାନେ ଏପରି ଆଚରଣକୁ ଠିକ୍ ବୋଲି ପ୍ରମାଣ କରିବାକୁ କହନ୍ତି। ସେମାନେ ମିଥ୍ୟା ଦର୍ଶନ ପାଆନ୍ତି ଓ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀ କରି କହନ୍ତି, ‘ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି,’ ଯେତେବେଳେ ସଦାପ୍ରଭୁ କିଛି କହି ନ ଥା’ନ୍ତି।


ଭବିଷ୍ୟ‌ଦ୍‌ବକ୍ତାମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି ଓ ସେମାନଙ୍କ ନିର୍ଦ୍ଦେଶାନୁସାରେ ଯାଜକମାନେ କାର୍ଯ୍ୟ କରନ୍ତି। ପୁଣି ଆମ୍ଭର ଲୋକମାନେ ଏପରି ହେବାକୁ ଭଲ ପାଆନ୍ତି। ମାତ୍ର ତୁମ୍ଭ ଲୋକମାନେ ଶେଷରେ ଦଣ୍ଡ ସମୟରେ କ’ଣ କରିବେ?


ଉଚ୍ଚସ୍ୱରରେ ଘୋଷଣା କର, ସ୍ୱର କ୍ଷୀଣ କର ନାହିଁ। ତୂରୀପରି ଚିତ୍କାର କର। ଆମ୍ଭ ଲୋକମାନଙ୍କୁ ସେମାନଙ୍କର ଅଧର୍ମ ବିଷୟରେ ଓ ଯାକୁବ ବଂଶକୁ ସେମାନଙ୍କ ପାପ ସମ୍ବନ୍ଧରେ ଜଣାଅ।


ତାହାର ଭବିଷ୍ୟ‌ଦ୍‌ବକ୍ତାମାନେ ସେଠାରେ ଚକ୍ରାନ୍ତ କରିଛନ୍ତି। ସେମାନେ ପ୍ରାଣୀମାନଙ୍କୁ ହତ୍ୟା କରିବାକୁ ଉତ୍ସୁକ ଗର୍ଜନକାରୀ ସିଂହ ସଦୃଶ। ସେମାନେ ଲୋକମାନଙ୍କୁ ଶୋଷଣ କରନ୍ତି, ସେମାନେ ମୂଲ୍ୟବାନ ଓ ବହୁମୂଲ୍ୟ ବସ୍ତ୍ର ହରଣ କରନ୍ତି; ସେମାନେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।


“ଯାଜକମାନେ କହିଲେ ନାହିଁ ଯେ, ‘ସଦାପ୍ରଭୁ କାହାନ୍ତି,’ ଆଉ ଯେଉଁମାନେ ବ୍ୟବସ୍ଥା ହସ୍ତରେ ଧରନ୍ତି, ସେମାନେ ଆମ୍ଭକୁ ଜାଣିଲେ ନାହିଁ, ଶାସନକର୍ତ୍ତାମାନେ ମଧ୍ୟ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କଲେ, ଆଉ ଭବିଷ୍ୟ‌ଦ୍‌ବକ୍ତାମାନେ ବା‌‌ଲ୍‌‌ଦେବ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ ଓ ନିଷ୍ଫଳ ବସ୍ତୁମାନଙ୍କର ପଶ୍ଚା‌‌ଦ୍‌‌ଗମନ କଲେ।”


ସେମାନଙ୍କର ଭବିଷ୍ୟ‌ଦ୍‌ବକ୍ତାମାନେ ନଗଣ୍ୟ ଓ ସେମାନେ ବିଶ୍ୱାସଘାତକ ଅଟନ୍ତି। ସେମାନଙ୍କର ଯାଜକମାନେ ପବିତ୍ର ବସ୍ତୁକୁ ଅପବିତ୍ର କରନ୍ତି। ସେମାନେ ପରମେଶ୍ୱରଙ୍କ ଶିକ୍ଷା ବିରୁଦ୍ଧରେ କାର୍ଯ୍ୟ କରିଛନ୍ତି।


ଯଦି କିଏ ଜଣେ ମିଥ୍ୟା ପ୍ରଗ୍ଭର କରେ ତେବେ ଲୋକମାନେ ତାକୁ ଗ୍ରହଣ କରିବେ। ଯଦି ସେ ଆସି କହେ, “ଭବିଷ୍ୟତରେ ପ୍ରଚୁର ଦ୍ରାକ୍ଷାରସ ଓ କଡ଼ା ସୁରା ମିଳିବ” ତେବେ ଏହି ଲୋକମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀକୁ ଗ୍ରହଣ କରିବେ।


“‘କାରଣ ଯେତେବେଳେ ମୁଁ ଧାର୍ମିକମାନଙ୍କୁ ଦୟନୀୟ କରି ନାହିଁ, କିନ୍ତୁ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣ ମିଥ୍ୟା ଦ୍ୱାରା ସେମାନଙ୍କୁ ଦୁଃଖିତ କରିଛନ୍ତି। ଏବଂ ଦୁଷ୍ଟ ଲୋକମାନେ ଯେପରି ସେମାନଙ୍କର କୁପଥରୁ ନ ଫେରନ୍ତି ସେଥିପାଇଁ ତୁମ୍ଭେମାନେ ସେମାନଙ୍କୁ ଉତ୍ସାହିତ କରିଛ।


ଆପଣମାନେ ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ ଆପଣମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହିଲେ, ‘ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧରେ ଓ ଏହି ଦେଶ ବିରୁଦ୍ଧରେ ଆସିବେ ନାହିଁ, ସେମାନେ ଏବେ କାହାନ୍ତି?’


ତହିଁରେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ହନାନିୟ ଭବିଷ୍ୟ‌ଦ୍‌ବକ୍ତାକୁ କହିଲେ, “ହେ ହନାନିୟ, ଏବେ ଶୁଣ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ୟା କଥାରେ ବିଶ୍ୱାସ କରାଇ ଅଛ।


ତୁମ୍ଭେମାନେ ପୁଣି ଉଲ୍ଲେଖ କରିବା ଉଚିତ୍ ନୁହଁ ଯେ, ‘ସଦାପ୍ରଭୁଙ୍କର ବାର୍ତ୍ତା’ ବୋଝ ବୋଲି। କାରଣ ତୁମ୍ଭେମାନେ ପ୍ରତ୍ୟେକ ନିଜକୁ ଯାହା କହୁଛ ତାହା ବୋଝ। ତୁମ୍ଭେ ଜୀବିତ ପରମେଶ୍ୱରଙ୍କ ବାକ୍ୟକୁ କଦର୍ଥ କରିଅଛ।


ସେମାନେ ଯଦି ଆମ୍ଭ ସ୍ୱର୍ଗୀୟ ସଭାରେ ଠିଆ ହେଇଆନ୍ତେ, ତେବେ ସେମାନେ ଆମ୍ଭର ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇ ଥା’ନ୍ତେ। ଆଉ ସେମାନେ ସେମାନଙ୍କୁ କୁପଥରୁ ଓ କୁକର୍ମରୁ ନିବୃତ୍ତ କରାଇଥାଆନ୍ତେ।”


ପୁଣି ହେ ପ‌‌‌ଶ୍‌‌‌ହୂର, ତୁମ୍ଭେ ଓ ତୁମ୍ଭ ଗୃହ ନିବାସୀ ସମସ୍ତେ ବନ୍ଦୀ ହୋଇ ବାବିଲକୁ ଯିବେ। ତୁମ୍ଭେ ସେହି ସ୍ଥାନରେ ମରିବ ଓ ସେଠାରେ କବର ପାଇବ। ତୁମ୍ଭର ଯେଉଁ ବନ୍ଧୁମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲ, ସେହି ବନ୍ଧୁମାନେ ମଧ୍ୟ ସେହିଠାରେ ମରିବେ ଓ କବର ନେବେ।’”


“କୋଲାୟର ପୁତ୍ର ଆହାବ ଓ ମାସେୟର ପୁତ୍ର ସିଦିକିୟ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି। ତେଣୁ ସେମାନଙ୍କ ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଆମ୍ଭେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ନିକଟକୁ ସେମାନଙ୍କୁ ପଠାଇବୁ। ଆଉ ସେ ସମସ୍ତ ଲୋକଙ୍କ ସମ୍ମୁଖରେ ସେମାନଙ୍କୁ ବଧ କରିବ।


ଏହା ଘଟିଲା, କାରଣ ଯିରୁଶାଲମର ଯାଜକଗଣ ଓ ଭବିଷ୍ୟ‌ଦ୍‌ବକ୍ତାଗଣ ପାପ କଲେ। ଏବଂ ସେମାନେ ତାଙ୍କ ସତ୍ ଲୋକମାନଙ୍କର ରକ୍ତପାତ କଲେ।


ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଅହଲାର ଓ ଅହଲୀବାର ବିଗ୍ଭର କରିବ? ତେବେ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜଣାଅ।


ଭବିଷ୍ୟ‌ଦ୍‌ବକ୍ତା କହନ୍ତି, “ଇସ୍ରାଏଲ, ଏହି ନୀତିଗୁଡ଼ିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିଯାଇଛି। ତୁମ୍ଭେ ଯେଉଁ ମନ୍ଦକାର୍ଯ୍ୟ କରିଥିଲ ତା'ର ଫଳ ପାଇବା ସମୟ ଆସି ଯାଇଛି।” କିନ୍ତୁ ଇସ୍ରାଏଲର ଲୋକେ କହନ୍ତି, “ଭବିଷ୍ୟ‌ଦ୍‌ବକ୍ତା ଜଣେ ନିର୍ବୋଧ। ପରମେଶ୍ୱରଙ୍କ ଆତ୍ମା ସହିତ ଏହି ବ୍ୟକ୍ତି ପାଗଳ।” ଭବିଷ୍ୟ‌ଦ୍‌ବକ୍ତା କହନ୍ତି, “ତୁମ୍ଭେମାନେ ତୁମ୍ଭମାନଙ୍କ ଜଘନ୍ୟ ପାପ ଲାଗି ଦଣ୍ତିତ ହେବ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହେବ।”


କିନ୍ତୁ ସଦାପ୍ରଭୁଙ୍କର ଆତ୍ମା ଦ୍ୱାରା ଶକ୍ତିରେ, ନ୍ୟାୟ ବିଗ୍ଭରରେ ଓ ପରାକ୍ରମରେ ମୁଁ ଏପରି ପରିପୂର୍ଣ୍ଣ ହେବି ଯେ, ଯାକୁବର ଅପରାଧ ଓ ଇସ୍ରାଏଲର ପାପ ବିଷୟରେ ମୁଁ ସେମାନଙ୍କୁ ଅବଗତ କରାଇବି।”


Swiv nou:

Piblisite


Piblisite