ବିଳାପ 1:8 - ପବିତ୍ର ବାଇବଲ8 ଯିରୁଶାଲମ ଅତିଶୟ ପାପ କରିଅଛି, ଏଣୁ ସେ ନଗର ଧ୍ୱଂସପ୍ରାପ୍ତ ହୋଇଅଛି। ଯେଉଁମାନେ ତାକୁ ପୂର୍ବେ ସମ୍ମାନ କରୁଥିଲେ, ଏବେ ସେମାନେ ତାକୁ ଘୃଣା କରୁଛନ୍ତି। କାରଣ ସେମାନେ ତାକୁ ଗାଳି ଦିଅନ୍ତି। ଯିରୁଶାଲମ ଦୀର୍ଘ ନିଃଶ୍ୱାସ ଛାଡ଼ୁଅଛି ଓ ପଛକୁ ମୁଖ ଫେରାଉଅଛି। Gade chapit laପବିତ୍ର ବାଇବଲ (Re-edited) - (BSI)8 ଯିରୂଶାଲମ ଅତିଶୟ ପାପ କରିଅଛି, ଏଥିପାଇଁ ସେ ଅଶୁଚି ବସ୍ତୁ ତୁଲ୍ୟ ହୋଇଅଛି; ଯେଉଁମାନେ ତାହାକୁ ସମ୍ମାନ କଲେ, ସେ ସମସ୍ତେ ତାହାକୁ ତୁଚ୍ଛ କରନ୍ତି, କାରଣ ସେମାନେ ତାହାର ଉଲଙ୍ଗତା ଦେଖିଅଛନ୍ତି; ହଁ, ସେ ଦୀର୍ଘ ନିଶ୍ଵାସ ଛାଡ଼ୁଅଛି, ସେ ପଛକୁ ମୁଖ ଫେରାଉଅଛି। Gade chapit laଓଡିଆ ବାଇବେଲ8 ଯିରୂଶାଲମ ଅତିଶୟ ପାପ କରିଅଛି, ଏଥିପାଇଁ ସେ ଅଶୁଚି ବସ୍ତୁ ତୁଲ୍ୟ ହୋଇଅଛି; ଯେଉଁମାନେ ତାହାକୁ ସମ୍ମାନ କଲେ, ସେ ସମସ୍ତେ ତାହାକୁ ତୁଚ୍ଛ କରନ୍ତି, କାରଣ ସେମାନେ ତାହାର ଉଲଙ୍ଗତା ଦେଖିଅଛନ୍ତି; ହଁ, ସେ ଦୀର୍ଘ ନିଶ୍ୱାସ ଛାଡ଼ୁଅଛି, ସେ ପଛକୁ ମୁଖ ଫେରାଉଅଛି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 ଯିରୂଶାଲମ ଅତିଶୟ ପାପ କରିଅଛି, ଏଥିପାଇଁ ସେ ଅଶୁଚି ବସ୍ତୁ ତୁଲ୍ୟ ହୋଇଅଛି; ଯେଉଁମାନେ ତାହାକୁ ସମ୍ମାନ କଲେ, ସେମାନେ ସମସ୍ତେ ତାହାକୁ ତୁଚ୍ଛ କରନ୍ତି, କାରଣ ସେମାନେ ତାହାର ଉଲଙ୍ଗତା ଦେଖିଅଛନ୍ତି; ହଁ, ସେ ଦୀର୍ଘ ନିଶ୍ୱାସ ଛାଡ଼ୁଅଛି, ସେ ପଛକୁ ମୁଖ ଫେରାଉଅଛି। Gade chapit la |
ସେଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ଯେ, ତୁମ୍ଭେ ମୋ'ଠାରୁ ଅଗ୍ନିରେ ଖାଣ୍ଟି ହୋଇଥିବା ସୁନା କିଣ। ତା'ପରେ ତୁମ୍ଭେ ପ୍ରକୃତରେ ଧନୀ ହୋଇଯିବ। ମୁଁ ତୁମ୍ଭକୁ ଏହା କହୁଛି: ଧଳା ବସ୍ତ୍ର କିଣ। ତେବେ ତୁମ୍ଭେ ନିଜର ଲଜ୍ଜାପୂର୍ଣ୍ଣ ଉଲଗ୍ନତାକୁ ଘୋଡ଼େଇ ରଖିପାରିବ। ମୁଁ ତୁମ୍ଭକୁ ଔଷଧ କିଣି ଆଖିରେ ଲଗାଇବା ପାଇଁ ମଧ୍ୟ କହୁଛି। ତାହାହେଲେ ତୁମ୍ଭେ ପ୍ରକୃତରେ ଦେଖି ପାରିବ।
“ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ତୁମ୍ଭ ଗୃହରୁ ଓ ତୁମ୍ଭ ପିତୃଗୃହରୁ ଚିରଦିନ ପାଇଁ ମୋର ଯାଜକ ହେବ ବୋଲି ମୁଁ ପ୍ରତିଜ୍ଞା କଲି। କିନ୍ତୁ ଏବେ ସଦାପ୍ରଭୁ କହନ୍ତି, ‘ତାହା ଆଉ କେବେ ଘଟିବ ନାହିଁ। କାରଣ ଯେଉଁମାନେ ମୋତେ ସମ୍ମାନ କରନ୍ତି, ମୁଁ ସେମାନଙ୍କୁ ସମ୍ମାନ କରିବି। କିନ୍ତୁ ଯେଉଁମାନେ ମୋତେ ତୁଚ୍ଛଜ୍ଞାନ କରନ୍ତି, ସେମାନଙ୍କୁ ଅସମ୍ମାନ କରାଯିବ।
“ମାତ୍ର ତୁମ୍ଭେ କିମ୍ବା ତୁମ୍ଭର ସନ୍ତାନମାନେ ଯଦି ଆମ୍ଭକୁ ଅନୁସରଣ କରିବାରେ ବିଫଳ ହୁଅନ୍ତି ଓ ଆମ୍ଭର ନିର୍ଦ୍ଦେଶ ଓ ନିୟମ ମାନିବାକୁ ଯତ୍ନ ନ କରନ୍ତି, ଯଦି ତୁମ୍ଭେମାନେ ଅନ୍ୟ ଦେବତାମାନଙ୍କର କି ପ୍ରତିମାର ସେବାକର ଓ ପ୍ରଣାମ କର, ତେବେ ଆମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଭୂମିରୁ ବିତାଡ଼ିତ କରିବା, ଯାହା ଆମ୍ଭେ ସେମାନଙ୍କୁ ଦେଇଥିଲୁ ଏବଂ ଆପଣା ନାମ ନିମନ୍ତେ ଯେଉଁ ମନ୍ଦିର ଆମ୍ଭେ ପବିତ୍ର କଲୁ, ତାହା ଆମ୍ଭେ ପ୍ରତ୍ୟାଖ୍ୟାନ କରିବା ଏବଂ ଉଚ୍ଛିନ୍ନ କରିବା ଓ ଏହା ଇସ୍ରାଏଲର ସମସ୍ତ ଗୋଷ୍ଠୀ ସମ୍ମୁଖରେ ଉପହାସର ଉଦାହରଣ ହେବ।