Biblia Todo Logo
Bib sou entènèt

- Piblisite -




ବିଳାପ 1:19 - ପବିତ୍ର ବାଇବଲ

19 ମୁଁ ମୋର ପ୍ରେମିକମାନଙ୍କୁ ଡାକିଲି, ମାତ୍ର ସେମାନେ ମୋ’ ପ୍ରତି ପ୍ରବଞ୍ଚନା କଲେ। ମୋର ଯାଜକଗଣ ଓ ପ୍ରାଚୀନବର୍ଗ ନଗର ମଧ୍ୟରେ ପ୍ରାଣତ୍ୟାଗ କଲେ। ସେମାନେ ନିଜେ ନିଜେ ବଞ୍ଚିବା ପାଇଁ ଆହାର ଖୋଜୁଥିବା ବେଳେ ମଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ମୁଁ ଆପଣା ପ୍ରେମିକମାନଙ୍କୁ ଡାକିଲି, ମାତ୍ର ସେମାନେ ମୋତେ ବଞ୍ଚନା କଲେ; ମୋର ଯାଜକମାନେ ଓ ମୋର ପ୍ରାଚୀନବର୍ଗ ନଗର ମଧ୍ୟରେ ପ୍ରାଣତ୍ୟାଗ କଲେ, ସେମାନେ ଆପଣା ଆପଣା ପ୍ରାଣକୁ ଆଶ୍ଵାସ କରିବା ପାଇଁ ଆହାର ଖୋଜୁ ଖୋଜୁ ମଲେ।

Gade chapit la Kopi

ଓଡିଆ ବାଇବେଲ

19 ମୁଁ ଆପଣା ପ୍ରେମିକମାନଙ୍କୁ ଡାକିଲି, ମାତ୍ର ସେମାନେ ମୋତେ ପ୍ରବଞ୍ଚନା କଲେ; ମୋର ଯାଜକମାନେ ଓ ମୋର ପ୍ରାଚୀନବର୍ଗ ନଗର ମଧ୍ୟରେ ପ୍ରାଣତ୍ୟାଗ କଲେ, ସେମାନେ ଆପଣା ଆପଣା ପ୍ରାଣକୁ ଆଶ୍ୱାସ କରିବା ପାଇଁ ଆହାର ଖୋଜୁ ଖୋଜୁ ମଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ମୁଁ ଆପଣା ପ୍ରେମିକମାନଙ୍କୁ ଡାକିଲି, ମାତ୍ର ସେମାନେ ମୋତେ ପ୍ରବଞ୍ଚନା କଲେ; ମୋର ଯାଜକମାନେ ଓ ମୋର ପ୍ରାଚୀନବର୍ଗ ନଗର ମଧ୍ୟରେ ପ୍ରାଣତ୍ୟାଗ କଲେ, ସେମାନେ ଆପଣା ଆପଣା ପ୍ରାଣକୁ ଆଶ୍ୱାସ କରିବା ପାଇଁ ଆହାର ଖୋଜୁ ଖୋଜୁ ମଲେ।

Gade chapit la Kopi




ବିଳାପ 1:19
15 Referans Kwoze  

ହେ ସଦାପ୍ରଭୁ, ଦେଖ ଓ ନିରୀକ୍ଷଣ କର, ତୁମ୍ଭେ ତାହା ପ୍ରତି ଏ ପ୍ରକାର ବ୍ୟବହାର କରିଅଛ! ମୁଁ ଏହି ପ୍ରଶ୍ନ ତୁମ୍ଭକୁ ପଗ୍ଭରୁଛି, କୌଣସି ମା କ’ଣ ତା'ର ଗର୍ଭସ୍ଥ ସନ୍ତାନକୁ ଯାହାକୁ ନିଜେ ଲାଳନପାଳନ କରିଛି, ତାକୁ ଭକ୍ଷ୍ୟଣ କରିବ? ଯାଜକଗଣ ଓ ଭବିଷ୍ୟ‌ଦ୍‌ବକ୍ତା କ’ଣ ସଦାପ୍ରଭୁଙ୍କ ପବିତ୍ର ମନ୍ଦିରରେ ନିହତ ହେବେ କି?


ତାହାର ସମସ୍ତ ଲୋକ ବିଳାପ କରି ଆହାର ଖୋଜୁଛନ୍ତି। ସେମାନେ ବଞ୍ଚିବା ଉଦ୍ଦେଶ୍ୟରେ ଖାଦ୍ୟ ପାଇଁ ସେମାନଙ୍କର ମନୋହର ସାମଗ୍ରୀ ସବୁ ଦେଉଛନ୍ତି। ଯିରୁଶାଲମ କହେ, “ହେ ସଦାପ୍ରଭୁ, ଦେଖ, ମୋତେ ନିରୀକ୍ଷଣ କର, ଆଉ ଦେଖ ଲୋକମାନେ ମୋତେ ଘୃଣା କରୁଛନ୍ତି।


ସେ ରାତ୍ରିରେ ଅତିଶୟ ରୋଦନ କରୁଛି, ତାହାର ଲୋତକ ଗଣ୍ଡଦେଶରେ ପଡ଼ୁଅଛି; ତାକୁ ସାନ୍ତ୍ୱନା ଦେବାକୁ କେହି ନାହିଁ; ତା'ର ସମସ୍ତ ବନ୍ଧୁ ତାକୁ ପ୍ରବଞ୍ଚନା କରିଛନ୍ତି; ସେମାନେ ତାହାର ଶତ୍ରୁ ହୋଇଛନ୍ତି।


ସେମାନେ ଆମ୍ଭମାନଙ୍କ ଅଧିପତିମାନଙ୍କୁ ଫାଶି ଦେଲେ। ଆମ୍ଭମାନଙ୍କ ପ୍ରାଚୀନବର୍ଗଙ୍କୁ ସମ୍ମାନ ଦେଲେ ନାହିଁ।


ସାହାଯ୍ୟ ଅପେକ୍ଷାରେ ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ ହେଲା। ମାତ୍ର କୌଣସି ସାହାଯ୍ୟ ମିଳିଲା ନାହିଁ। ଆମ୍ଭେମାନେ ଅନ୍ୟ ଗୋଷ୍ଠୀଦ୍ୱାରା ରକ୍ଷା ପାଇବାକୁ ଅପେକ୍ଷା କଲୁ, ମାତ୍ର କୌଣସି ଗୋଷ୍ଠୀ ଉଦ୍ଧାର କରିବାକୁ ଆସିଲେ ନାହିଁ।


ତୁମ୍ଭେ ବହୁ ଗୋଷ୍ଠୀ ସହିତ ବନ୍ଧୁତା ସ୍ଥାପନ କରିଅଛ। ମାତ୍ର ‘ବନ୍ଧୁମାନେ’ ତୁମ୍ଭକୁ ପାଶୋରି ଅଛନ୍ତି। ସେମାନେ ତୁମ୍ଭକୁ ମନେ ପକାନ୍ତି ନାହିଁ। କାରଣ ତୁମ୍ଭର ବହୁ ଅଧର୍ମ ଓ ବହୁ ପାପ ଯୋଗୁଁ ଆମ୍ଭେ ତୁମ୍ଭକୁ ଶତ୍ରୁ ତୁଲ୍ୟ ଆଘାତ କରିଅଛୁ ଓ ନିର୍ଦ୍ଦୟଲୋକ ତୁଲ୍ୟ ଶାସ୍ତି ଦେଇଅଛୁ।


ମାତ୍ର ତୁମ୍ଭେମାନେ ନିଜ ପାଇଁ ଯେଉଁ ପ୍ରତିମାଗୁଡ଼ିକ ନିର୍ମାଣ କରିଅଛ, ସେମାନେ କାହାନ୍ତି? ସେମାନେ ଆସନ୍ତୁ ଓ ଯଦି ପାରନ୍ତି ତେବେ ତୁମ୍ଭ ବିପଦ ସମୟରେ ତୁମ୍ଭକୁ ଉଦ୍ଧାର କରନ୍ତୁ। କାରଣ ହେ ଯିହୁଦା ତୁମ୍ଭ ନଗରର ସଂଖ୍ୟାନୁସାରେ ତୁମ୍ଭର ଦେବତାମାନେ ଅଛନ୍ତି


ଆଉ ତୁମ୍ଭେ ଯେତେବେଳେ ବିନଷ୍ଟ ହେବ ସେତେବେଳେ ତୁମ୍ଭେ କ’ଣ କରିବ? ତୁମ୍ଭେ କାହିଁକି ଲାଲ ରଙ୍ଗର ବସ୍ତ୍ର ପିନ୍ଧୁଛ ଓ ସୁବର୍ଣ୍ଣ ଅଳଙ୍କାରରେ ନିଜକୁ ଭୂଷିତା କରୁଛ? ତୁମ୍ଭେ ବୃଥାରେ ନିଜର ଚକ୍ଷୁରେ ଅଞ୍ଜନ ଦେଇ ନିଜକୁ ସଜାଇଛ ଓ ସୁନ୍ଦର କରୁଅଛ। କାରଣ ଜାରପୁରୁଷମାନେ ମଧ୍ୟ ତୁମ୍ଭକୁ ଘୃଣା କରୁଛନ୍ତି ଓ ତୁମ୍ଭ ପ୍ରାଣ ବିନାଶ କରିବାକୁ ଚେଷ୍ଟା କରୁଛନ୍ତି।


ଏହା କିପରି ଯେ, ସେ ଏକାକୀ ନ ଜାଣି ବସିଛନ୍ତି, ଏକଦା ସେହି ସହର ଲୋକପୂର୍ଣ୍ଣ ଥିଲା, ଯିରୁଶାଲମ ପୃଥିବୀର ମହାନ ନଗରୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲା, କିନ୍ତୁ ବର୍ତ୍ତମାନ ବିଧବା ତୁଲ୍ୟ ଅଛି। ସେ ଯିଏ କି ଜଣେ ରାଜକୁମାରୀ ପରି ଥିଲା, ବର୍ତ୍ତମାନ ସେ କିପରି କରଦାୟୀନୀ ଦାସୀପରି ହୋଇଅଛି।


Swiv nou:

Piblisite


Piblisite