Biblia Todo Logo
Bib sou entènèt

- Piblisite -




ବିଳାପ 1:14 - ପବିତ୍ର ବାଇବଲ

14 “ମୋର ପାପରୂପ ଯୁଆଳି ସଦାପ୍ରଭୁଙ୍କ ହସ୍ତରେ ବନ୍ଧା ଯାଇଅଛି। ସଦାପ୍ରଭୁଙ୍କ ସେହି ଯୁଆଳି ମୋ’ ସ୍କନ୍ଧ ଉପରକୁ ଆସିଅଛି, ସେ ମୋତେ ସମ୍ପୂର୍ଣ୍ଣ ଦୁର୍ବଳ କରିଦେଇଛନ୍ତି। ଯେଉଁମାନଙ୍କ ବିରୁଦ୍ଧରେ ମୁଁ ଠିଆ ହୋଇ ପାରିବି ନାହିଁ, ସେମାନଙ୍କ ହସ୍ତରେ ସଦାପ୍ରଭୁ ମୋତେ ସମର୍ପଣ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ମୋର ଅଧର୍ମରୂପ ଯୁଆଳି ତାହାଙ୍କ ହସ୍ତ ଦ୍ଵାରା ବନ୍ଧାଯାଇଅଛି; ତାହା ଏକତ୍ର ଜଡ଼ିତ ହୋଇଅଛି, ତାହା ମୋʼ ସ୍କନ୍ଧ ଉପରକୁ ଆସିଅଛି; ସେ ମୋʼ ବଳ ଖର୍ବ କରିଅଛନ୍ତି; ଯେଉଁମାନଙ୍କ ବିରୁଦ୍ଧରେ ମୁଁ ଠିଆହୋଇ ନ ପାରେ, ସେମାନଙ୍କ ହସ୍ତରେ ପ୍ରଭୁ ମୋତେ ସମର୍ପଣ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

14 ମୋର ଅଧର୍ମରୂପ ଯୁଆଳି ତାହାଙ୍କ ହସ୍ତ ଦ୍ୱାରା ବନ୍ଧାଯାଇଅଛି; ତାହା ଏକତ୍ର ଜଡ଼ିତ ହୋଇଅଛି, ତାହା ମୋ’ ସ୍କନ୍ଧ ଉପରକୁ ଆସିଅଛି; ସେ ମୋ’ ବଳ ଖର୍ବ କରିଅଛନ୍ତି; ଯେଉଁମାନଙ୍କ ବିରୁଦ୍ଧରେ ମୁଁ ଠିଆ ହୋଇ ନ ପାରେ, ସେମାନଙ୍କ ହସ୍ତରେ ପ୍ରଭୁ ମୋତେ ସମର୍ପଣ କରିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ମୋର ଅଧର୍ମରୂପ ଯୁଆଳି ତାହାଙ୍କ ହସ୍ତ ଦ୍ୱାରା ବନ୍ଧାଯାଇଅଛି; ତାହା ଏକତ୍ର ଜଡ଼ିତ ହୋଇଅଛି, ତାହା ମୋʼ ସ୍କନ୍ଧ ଉପରକୁ ଆସିଅଛି; ସେ ମୋʼ ବଳ ଖର୍ବ କରିଅଛନ୍ତି; ଯେଉଁମାନଙ୍କ ବିରୁଦ୍ଧରେ ମୁଁ ଠିଆ ହୋଇ ନ ପାରେ, ସେମାନଙ୍କ ହସ୍ତରେ ପ୍ରଭୁ ମୋତେ ସମର୍ପଣ କରିଅଛନ୍ତି।

Gade chapit la Kopi




ବିଳାପ 1:14
21 Referans Kwoze  

“ଆମ୍ଭେ ନିଜ ଲୋକମାନଙ୍କ ଉପରେ କ୍ରୋଧିତ ହେଲୁ। ଆପଣା ଅଧିକାରକୁ ଅପବିତ୍ର କଲୁ ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପର କଲୁ। ତୁମ୍ଭେ ସେମାନଙ୍କ ପ୍ରତି ଦୟା ପ୍ରକାଶ କଲ ନାହିଁ। ତୁମ୍ଭେ ବୃଦ୍ଧଲୋକ ଉପରେ ଯୁଆଳି ବଡ଼ ଭାରି କରି ଥୋଇଲ।


ତେଣୁ ସଦାପ୍ରଭୁ ଯେଉଁ ଶତ୍ରୁମାନଙ୍କୁ ତୁମ୍ଭ ବିରୁଦ୍ଧରେ ପଠାଇବେ, ତୁମ୍ଭେ କ୍ଷୁଧାରେ ଓ ତୃଷାରେ ଓ ଉଲଙ୍ଗତାରେ ଏବଂ ସବୁପ୍ରକାର ଅଭାବରେ ସେମାନଙ୍କର ଦାସକର୍ମ କରିବ। ଆଉ ଶତ୍ରୁ ତୁମ୍ଭକୁ ବିନଷ୍ଟ କରିବା ଯାଏ ତୁମ୍ଭ କାନ୍ଧରେ ଲୁହାର ଯୁଆଳି ଦେବ।


ଏଣୁ ମୁଁ ତୁମ୍ଭ ବିରୁଦ୍ଧରେ ହସ୍ତ ବିସ୍ତାର କରିଅଛି। ଲୁଣ୍ଠିତ ଦ୍ରବ୍ୟ ରୂପେ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ତୁମ୍ଭକୁ ହସ୍ତାନ୍ତର କରିବି। ମୁଁ ଅନ୍ୟ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ପୃଥକ କରିବି ଓ ଦେଶର ମାନଚିତ୍ରରୁ ମୁଁ ତୁମ୍ଭକୁ ପୋଛି ଦେବି। ଆଉ ମୁଁ ତୁମ୍ଭକୁ ଧ୍ୱଂସ କରିବି। ତେଣୁ ଏହା ତୁମ୍ଭେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’”


ତେଣୁ ମୁଁ ତୁମ୍ଭମାନଙ୍କୁ ପୂର୍ବ ଦେଶୀୟ ସନ୍ତାନଗଣଙ୍କୁ ସମ୍ପତ୍ତି ରୂପେ ହସ୍ତରେ ସମର୍ପଣ କରିବି। ଏବଂ ସେମାନେ ତୁମ୍ଭମାନଙ୍କ ମଧ୍ୟରେ ଛାଉଣି ସ୍ଥାପନ କରିବେ ଓ ତୁମ୍ଭମାନଙ୍କ ମଧ୍ୟରେ ନିଜ ନିଜ ବାସସ୍ଥାନ ନିର୍ମାଣ କରିବେ। ସେମାନେ ମଧ୍ୟ ତୁମ୍ଭମାନଙ୍କର ଫଳ ଭୋଜନ କରିବେ ଓ ତୁମ୍ଭମାନଙ୍କର ଦୁ‌ଗ୍‌ଧ ପାନ କରିବେ।


ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଏହିସବୁ ଦେଶୀୟ ରାଜାଗଣ ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ସେବା କରିବେ। ଏଥିପାଇଁ ମୁଁ ସେମାନଙ୍କ ସ୍କନ୍ଧରେ ଲୁହାର ଯୁଆଳି ରଖିଅଛି। ସେମାନେ ତାହାର ସେବା କରିବେ ଆଉ ମଧ୍ୟ କ୍ଷେତ୍ରସ୍ଥ ପଶୁଗଣ ତାହାର ସେବା କରିବେ।’”


ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ। ସେ ତା'ର ନିଜ ପାପ ରୂପକ ଦୌଡ଼ିରେ ବନ୍ଧା ହେବ।


କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରୟିମଙ୍କୁ ଆକ୍ରମଣ କରିବା। ଯୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ୟକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଖଣ୍ତ ଖଣ୍ତ କରି ଚିରିଦେବା। ଆମ୍ଭେ ସେମାନଙ୍କୁ ବହୁଦୂରକୁ ନେଇଯିବା ଏବଂ କେହି ସେମାନଙ୍କୁ ରକ୍ଷା କରି ପାରିବେ ନାହିଁ।


ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଯେଉଁମାନଙ୍କୁ ତୁମ୍ଭେ ଘୃଣା କରୁଅଛ ଓ ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ସେମାନଙ୍କ ହସ୍ତରେ ମୁଁ ତୁମ୍ଭକୁ ସମର୍ପଣ କରିବି।


ଆଉ ମୁଁ ତୁମ୍ଭ ଉପରେ ଆପଣା କ୍ରୋଧ ପ୍ରକାଶ କରିବି। ମୁଁ ତୁମ୍ଭ ଉପରେ ଆପଣା କ୍ରୋଧାଗ୍ନି ଛାଡ଼ିବି। ମୁଁ ତୁମ୍ଭକୁ ଦୁଷ୍ଟ ଲୋକମାନଙ୍କ ହସ୍ତରେ ସମର୍ପଣ କରିବି, ଯେଉଁମାନେ ବିନାଶ କରିବାରେ ପାରଙ୍ଗମ।


“ଆମ୍ଭେ ତୁମ୍ଭମାନଙ୍କୁ ଏହି ନଗର ମଧ୍ୟରୁ ବାହାର କରି ଆଣି ବିଦେଶୀମାନଙ୍କ ହସ୍ତରେ ସମର୍ପଣ କରିବା ଓ ତା'ପରେ ଆମ୍ଭେ ତୁମ୍ଭମାନଙ୍କର ବିଗ୍ଭର କରିବା।


ତାହାପରେ ସିଦିକିୟ ରାଜା ଲୋକ ପଠାଇ ତାହାକୁ ଅଣାଇଲା। ଆଉ ରାଜା ନିଜ ଗୃହରେ ଗୋପନରେ ତାଙ୍କୁ ପଗ୍ଭରିଲେ, “ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି?” ଯିରିମିୟ ଉତ୍ତର କଲେ, “ହଁ, ସଦାପ୍ରଭୁଙ୍କଠାରୁ ବାର୍ତ୍ତା ଆସିଅଛି। ଆଉ ତୁମ୍ଭେ ବାବିଲ ରାଜା ହସ୍ତରେ ସମର୍ପିତ ହେବ।”


ପୁଣି ସେ ସିଦିକିୟକୁ ବାବିଲକୁ ଘେନିଯିବ। ଆମ୍ଭେ ଯେପର୍ଯ୍ୟନ୍ତ ତାକୁ ଶାସ୍ତି ନ ଦେଇଛୁ ସେ ପର୍ଯ୍ୟନ୍ତ ସେ ସେଠାରେ ରହିବ।’ ଆଉ ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ କ‌‌ଲ୍‌‌ଦୀୟମାନଙ୍କ ସହିତ ଯୁଦ୍ଧ କଲେ ହେଁ କୃତକାର୍ଯ୍ୟ ହେବ ନାହିଁ।’”


ଅନନ୍ତର ମୁଁ ସେହି ସମସ୍ତ ବାକ୍ୟ ଯିହୁଦାର ରାଜା ସିଦିକିୟକୁ କହିଲି, “ତୁମ୍ଭେମାନେ ଆପଣା ଆପଣା ବେକ ବାବିଲ ରାଜାର ଯୁଆଳି ତଳେ ରଖ ଓ ତାହାର ଏବଂ ତାହାର ଲୋକମାନଙ୍କର ସେବା କର। ତହିଁରେ ତୁମ୍ଭେମାନେ ବଞ୍ଚିବ।


“‘ପୁଣି ଯେଉଁ ଦେଶ ଓ ରାଜ୍ୟ ସେହି ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ଦାସ୍ୟକର୍ମ କରିବେ ନାହିଁ ଓ ବାବିଲ ରାଜାର ଯୁଆଳି ତଳେ ଆପଣା ଆପଣା ବେକ ରଖିବେ ନାହିଁ,” ସଦାପ୍ରଭୁ କହନ୍ତି, “ଆମ୍ଭେ ସେ ଦେଶକୁ ତାହାର ହସ୍ତରେ ସଂହାର ନ କରିବା ପର୍ଯ୍ୟନ୍ତ ଆମ୍ଭର ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଦଣ୍ଡ ଦେବା।


ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା। ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖ‌ଦ୍‌ନିତ୍ସରକୁ ଆଣିବା। ପୁଣି ସେମାନଙ୍କୁ ନେଇ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧରେ ଛିଡ଼ା କରାଇବା। ଆଉ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିବା। ସେହି ଦେଶକୁ ଚିରକାଳ ଏକ ଶୂନ୍ୟ ପ୍ରାନ୍ତରରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମୟରେ ଓ ଶୀସ୍ ଶବ୍ଦ କରିବେ।


ମୁଁ ନିଜ ରାଜ୍ୟରେ ଅଶୂରୀୟ ରାଜାକୁ ବିନାଶ କରିବି। ମୋର ପର୍ବତ ଉପରେ ତାକୁ ପଦଦଳିତ କରିବି। କାରଣ ସେହି ରାଜା ମୋର ସନ୍ତାନଗଣଙ୍କୁ ଦାସ କରିଥିଲା ଓ ସେମାନଙ୍କ ସ୍କନ୍ଧରେ ଯୁଆଳିର ଭାର ରଖୁଥିଲା। ସେହି ଯୁଆଳି ଯିହୁଦାର ସ୍କନ୍ଧରୁ ଦୂରିଭୂତ ହେବ।


ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଯାଇ ହନାନିୟକୁ କୁହ, ‘ତୁମ୍ଭେ ସିନା କାଠର ଯୁଆଳି ଭାଙ୍ଗି ଦେଲ, ମାତ୍ର ଆମ୍ଭେ ତାହା ବଦଳରେ ଲୁହାର ଯୁଆଳି ପ୍ରସ୍ତୁତ କରିବା।’


ଯିହୁଦାର ରାଜା ସିଦିକିୟ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହିଥିଲେ ଯେ, “ସଦାପ୍ରଭୁ କହନ୍ତି, ‘ଆମ୍ଭେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ହସ୍ତରେ ଯିରୁଶାଲମକୁ ଅର୍ପଣ କରିବା।


ଏଥିପାଇଁ ସଦାପ୍ରଭୁ କୁହନ୍ତି, “ଦେଖ, ଏହି ପରିବାର ବିରୁଦ୍ଧରେ ମୁଁ ଅମଙ୍ଗଳ ଚିନ୍ତା କରୁଛି। ତୁମ୍ଭେମାନେ ନିଜକୁ ରକ୍ଷା କରିବାକୁ ସମର୍ଥ ହେବ ନାହିଁ। ତୁମ୍ଭେମାନେ ଗର୍ବର ସହିତ ବହୁ ଦୂର ଗ୍ଭଲିଯାଇପାରିବ ନାହିଁ। କାରଣ, ଦୁଃସମୟ ଆସୁଅଛି।


Swiv nou:

Piblisite


Piblisite