Biblia Todo Logo
Bib sou entènèt

- Piblisite -




ବିଳାପ 1:11 - ପବିତ୍ର ବାଇବଲ

11 ତାହାର ସମସ୍ତ ଲୋକ ବିଳାପ କରି ଆହାର ଖୋଜୁଛନ୍ତି। ସେମାନେ ବଞ୍ଚିବା ଉଦ୍ଦେଶ୍ୟରେ ଖାଦ୍ୟ ପାଇଁ ସେମାନଙ୍କର ମନୋହର ସାମଗ୍ରୀ ସବୁ ଦେଉଛନ୍ତି। ଯିରୁଶାଲମ କହେ, “ହେ ସଦାପ୍ରଭୁ, ଦେଖ, ମୋତେ ନିରୀକ୍ଷଣ କର, ଆଉ ଦେଖ ଲୋକମାନେ ମୋତେ ଘୃଣା କରୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତାହାର ଲୋକସକଳ ଦୀର୍ଘ ନିଶ୍ଵାସ ଛାଡ଼ନ୍ତି, ସେମାନେ ଆହାର ଖୋଜୁଅଛନ୍ତି; ସେମାନେ ପ୍ରାଣ ଶୀତଳ କରିବା ପାଇଁ ଖାଦ୍ୟ ନିମନ୍ତେ ଆପଣା ଆପଣାର ମନୋହର ସାମଗ୍ରୀସବୁ ଦେଇଅଛନ୍ତି। ହେ ସଦାପ୍ରଭୁ, ଦେଖ, ନିରୀକ୍ଷଣ କର, କାରଣ ମୁଁ ତୁଚ୍ଛନୀୟ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

11 ତାହାର ଲୋକସକଳ ଦୀର୍ଘ ନିଶ୍ୱାସ ଛାଡ଼ନ୍ତି, ସେମାନେ ଆହାର ଖୋଜୁଅଛନ୍ତି; ସେମାନେ ପ୍ରାଣ ଶୀତଳ କରିବା ପାଇଁ ଖାଦ୍ୟ ନିମନ୍ତେ ଆପଣା ଆପଣାର ମନୋହର ସାମଗ୍ରୀସବୁ ଦେଇଅଛନ୍ତି। ହେ ସଦାପ୍ରଭୁ, ଦେଖ, ନିରୀକ୍ଷଣ କର, କାରଣ ମୁଁ ତୁଚ୍ଛନୀୟ ହୋଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତାହାର ଲୋକସକଳ ଦୀର୍ଘ ନିଶ୍ୱାସ ଛାଡ଼ନ୍ତି, ସେମାନେ ଆହାର ଖୋଜୁଅଛନ୍ତି; ସେମାନେ ପ୍ରାଣ ଶୀତଳ କରିବା ପାଇଁ ଖାଦ୍ୟ ନିମନ୍ତେ ଆପଣା ଆପଣାର ମନୋହର ସାମଗ୍ରୀସବୁ ଦେଇଅଛନ୍ତି। ହେ ସଦାପ୍ରଭୁ, ଦେଖ, ନିରୀକ୍ଷଣ କର, କାରଣ ମୁଁ ତୁଚ୍ଛନୀୟ ହୋଇଅଛି।

Gade chapit la Kopi




ବିଳାପ 1:11
20 Referans Kwoze  

ସେହି ବର୍ଷ ଚତୁର୍ଥ ମାସର ନବମ ଦିନରେ ନଗରରେ ମହା ଦୁର୍ଭିକ୍ଷ ଦେଖା ଦେଲା। ତହିଁରେ ଦେଶୀୟ ଲୋକମାନଙ୍କ ପାଇଁ କିଛି ଖାଦ୍ୟ ମିଳିଲା ନାହିଁ।


ସେମାନେ ନିଜ ନିଜ ମାତାକୁ “ଶସ୍ୟ ଓ ଦ୍ରାକ୍ଷାରସ କାହିଁ?” ଏହି କଥା ପଗ୍ଭରୁଛନ୍ତି, ଯେତେବେଳେ ସେମାନେ ମୂର୍ଚ୍ଛା ଯାଆନ୍ତି। ନଗର ଛକରେ ଘାଇଲା ଲୋକମାନଙ୍କ ପରି ଏବଂ ନିଜ ନିଜ ମା କୋଳରେ ପ୍ରାଣତ୍ୟାଗ କରନ୍ତି।


ହେ ସଦାପ୍ରଭୁ, ଦେଖ ଓ ନିରୀକ୍ଷଣ କର, ତୁମ୍ଭେ ତାହା ପ୍ରତି ଏ ପ୍ରକାର ବ୍ୟବହାର କରିଅଛ! ମୁଁ ଏହି ପ୍ରଶ୍ନ ତୁମ୍ଭକୁ ପଗ୍ଭରୁଛି, କୌଣସି ମା କ’ଣ ତା'ର ଗର୍ଭସ୍ଥ ସନ୍ତାନକୁ ଯାହାକୁ ନିଜେ ଲାଳନପାଳନ କରିଛି, ତାକୁ ଭକ୍ଷ୍ୟଣ କରିବ? ଯାଜକଗଣ ଓ ଭବିଷ୍ୟ‌ଦ୍‌ବକ୍ତା କ’ଣ ସଦାପ୍ରଭୁଙ୍କ ପବିତ୍ର ମନ୍ଦିରରେ ନିହତ ହେବେ କି?


ଯିରୁଶାଲମର ଅପରିଷ୍କାର ଗଳି ତାଙ୍କ ଜାମାଗୁଡ଼ିକରେ ଦୃଶିତ କରିଥିଲା। ସେଥିପାଇଁ ତାହାର ପତନ ଅନିବାର୍ଯ୍ୟ ଜଣାପଡ଼ୁଥିଲା। ସେଠାରେ ତାକୁ ସାନ୍ତ୍ୱନା ଦେବାକୁ କେହି ନ ଥିଲେ। ସେ କହୁଛି, “ହେ ସଦାପ୍ରଭୁ, ମୋର ସମସ୍ୟା ଦେଖ, ମୋର ଶତ୍ରୁଗଣ ନିଜକୁ କିପରି ମହାନ ମନେ କରୁଛନ୍ତି।”


ଶତ୍ରୁଗଣ ସେମାନଙ୍କ ନଗରକୁ ଅବରୋଧ କରିବେ ଓ ସେମାନଙ୍କୁ ଖାଦ୍ୟ ପାଇଁ ବାହାରକୁ ଯିବାକୁ ଦେବେ ନାହିଁ। ତେଣୁ ଲୋକମାନେ ଉପବାସରେ ରହିବେ ଓ କ୍ଷୁଧାରେ ଆତୁର ହୋଇ ସଙ୍କଟ ସମୟରେ ପୁତ୍ରକନ୍ୟାର ମାଂସ ଭୋଜନ କରିବେ। ଆଉ ମଧ୍ୟ ଶେଷରେ ପରସ୍ପରକୁ ଭୋଜନ କରିବେ।’


“ମୁଁ ଅତି ନିକୃଷ୍ଟ କଥା କହିବାକୁ! ମୁଁ ବା ତୁମ୍ଭକୁ କି ଉତ୍ତର ଦେବି? ମୁଁ ତୁମ୍ଭକୁ ଉତ୍ତର ଦେଇ ପାରିବି ନାହିଁ। ମୁଁ ମୋର ହାତଦ୍ୱାରା ମୋର ମୁହଁ ବନ୍ଦ କରିବି।


ନଗର ଅବରୋଧ ଥିଲା। ଲୋକେ ନଗର ଭିତରକୁ ଖାଦ୍ୟ ଆଣି ପାରିଲେ ନାହିଁ। ଫଳରେ ସେଠାରେ ମହାଦୁର୍ଭିକ୍ଷ ଦେଖା ଦେଲା। ଏପରି ଶୋଚନୀୟ ହେଲା ଶମରିୟାର ଗୋଟିଏ ଗର୍ଦ୍ଦଭ ମୁଣ୍ତ ଅଶୀ ରୌପ୍ୟ ମୁଦ୍ରାରେ ଓ କପୋତମଳର ଏକ ଚତୁର୍ଥାଂଶ ପାଞ୍ଚ ରୌପ୍ୟ ମୁଦ୍ରାରେ ବିକ୍ରୟ ହେଲା।


ଏହା ପରେ ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ଯଦି ଫେରିବ ଓ ଆମ୍ଭର ସେବା କରିବ, ତେବେ ଆମ୍ଭେ ତୁମ୍ଭକୁ ପୁନର୍ବାର ଫେରାଇ ଆଣିବା। ପୁଣି ତୁମ୍ଭେ ଯଦି ମୂଲ୍ୟହୀନ କଥା ନ କହି ମୂଲ୍ୟବାନ୍ କଥା କହିବ, ତେବେ ତୁମ୍ଭେ ଆମ୍ଭର ମୁଖ ସ୍ୱରୂପ ହେବ। ସେମାନେ ତୁମ୍ଭ ପାଖକୁ ଫେରି ଆସିବେ। ମାତ୍ର ତୁମ୍ଭେ ସେମାନଙ୍କ ପାଖକୁ ଫେରିଯିବ ନାହିଁ।


ଯିରୁଶାଲମ ଅତିଶୟ ପାପ କରିଅଛି, ଏଣୁ ସେ ନଗର ଧ୍ୱଂସପ୍ରାପ୍ତ ହୋଇଅଛି। ଯେଉଁମାନେ ତାକୁ ପୂର୍ବେ ସମ୍ମାନ କରୁଥିଲେ, ଏବେ ସେମାନେ ତାକୁ ଘୃଣା କରୁଛନ୍ତି। କାରଣ ସେମାନେ ତାକୁ ଗାଳି ଦିଅନ୍ତି। ଯିରୁଶାଲମ ଦୀର୍ଘ ନିଃଶ୍ୱାସ ଛାଡ଼ୁଅଛି ଓ ପଛକୁ ମୁଖ ଫେରାଉଅଛି।


ଆମ୍ଭ ପଡ଼ୋଶୀ ଦେବଗଣ ଆମ୍ଭମାନଙ୍କୁ ଅପମାନିତ କଲେ। ଆମ୍ଭର ସବୁ ଚତୁର୍ପାର୍ଶ୍ୱରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।


ମୋର ଚକ୍ଷୁଯୁଗଳ ଲୋତକରେ ପୂର୍ଣ୍ଣ ହୁଏ ଓ ଅନ୍ତର ବ୍ୟଥିତ ହୁଏ। ମୋର ଲୋକମାନଙ୍କର ବିନାଶ ହେତୁ ମୋର ହୃଦୟ ଭୂମିରେ ଢଳା ହେଲାପରି ଅନୁଭବ କରେ, କାରଣ ନଗରର ପଥ ସମୂହରେ ବାଳକ ବାଳିକା ଓ ଦୁ‌ଗ୍‌ଧପୋଷ୍ୟ ଶିଶୁମାନେ ମୂର୍ଚ୍ଛିତ ହୋଇ ପଡ଼ିଛନ୍ତି।


ହେ ସଦାପ୍ରଭୁ! ଆମ୍ଭମାନଙ୍କ ପ୍ରତି ଯାହା ଘଟିଗଲା, ତାହା ସ୍ମରଣ କର। ଆମ୍ଭମାନଙ୍କ ପ୍ରତି ହୋଇଥିବା ଅପମାନକୁ ଅବଲୋକନ କର।


Swiv nou:

Piblisite


Piblisite