Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 9:3 - ପବିତ୍ର ବାଇବଲ

3 ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷୟରେ ଗିବିୟୋନର ଲୋକମାନେ ଶୁଣିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ମାତ୍ର ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯେ ଯେ କର୍ମ କରିଥିଲେ, ତାହା ଯେତେବେଳେ ଗିବିୟୋନ ନିବାସୀମାନେ ଶୁଣିଲେ,

Gade chapit la Kopi

ଓଡିଆ ବାଇବେଲ

3 ମାତ୍ର ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯେ ଯେ କର୍ମ କରିଥିଲେ, ତାହା ଯେତେବେଳେ ଗିବୀୟୋନ୍‍ ନିବାସୀମାନେ ଶୁଣିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ମାତ୍ର ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯେ ଯେ କର୍ମ କରିଥିଲେ, ତାହା ଯେତେବେଳେ ଗିବୀୟୋନ୍‍ ନିବାସୀମାନେ ଶୁଣିଲେ,

Gade chapit la Kopi




ଯିହୋଶୂୟ 9:3
17 Referans Kwoze  

ତେଣୁ ଆଦୋନିଷେଦକ୍ ଏବଂ ତାଙ୍କର ଲୋକମାନେ ଖୁବ୍ ଭୟଭୀତ ହେଲେ। ଗିବିୟୋନ ଅୟ ପରି ଛୋଟ ସହର ନ ଥିଲା। ଏହା ଏକ ବଡ଼ ସହର ଥିଲା। ଏହା ଏକ ରାଜଧାନୀ ତୁଲ୍ୟ ବୃହତ୍ ନଗର ଥିଲା ଏବଂ ସେହି ସହରର ଲୋକମାନେ ଯୋଦ୍ଧା ଥିଲେ। ତେଣୁ ରାଜା ବହୁତ ଭୟ କରି ଯାଇଥିଲେ।


ତେଣୁ ଇସ୍ରାଏଲର ଲୋକମାନେ ସେ ଲୋକମାନେ ଯେଉଁଠାରେ ବାସ କରୁଥିଲେ, ସେହି ସ୍ଥାନକୁ ଗଲେ ଏବଂ ତୃତୀୟ ଦିନ, ଗିବିୟୋନ, କଫୀରା, ବେରୋତ୍ ଓ କିରିୟ‌‌ତ୍‌‌ଯିଆରିମ୍ ନଗରମାନଙ୍କୁ ଆସିଲେ।


ତା'ପରେ ସେମାନେ କପଟଭାବରେ କାର୍ଯ୍ୟ କଲେ। ସେମାନେ ପୁରୁଣା ଅଖା ଓ ତାଳିପକା ଦ୍ରାକ୍ଷାକୁମ୍ପା ଗଧ ଉପରେ ନଦିଲେ।


ଯିହୋଶୂୟ ଗିବିୟୋନୀୟମାନଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଆମ୍ଭକୁ କାହିଁକି ମିଛ କହିଲ? ଆମ୍ଭର ସେନା ଛାଉଣି ନିକଟରେ ତୁମ୍ଭର ଦେଶ, କିନ୍ତୁ ତୁମ୍ଭେମାନେ କହିଲ ଯେ, ତୁମ୍ଭେମାନେ ବହୁତ ଦୂରରୁ ଆସିଅଛ।


କେବଳ ଗୋଟିଏ ନଗର ଇସ୍ରାଏଲ ସହିତ ଶାନ୍ତି ଚୁକ୍ତି କଲେ। ତାହା ଥିଲା ଗିବିୟୋନ ନିବାସୀ ହିବ୍ବୀୟ। ଅନ୍ୟ ସମସ୍ତ ସହର ଯୁଦ୍ଧରେ ଧ୍ୱଂସପ୍ରାପ୍ତ ହେଲା।


ପୁଣି ବିନ୍ୟାମୀନ ବଂଶରୁ ଗିବିୟୋନ ଓ ତା'ର ତଳଭୂମି, ଗେବା ଓ ତା'ର ତଳଭୂମି,


ଅନନ୍ତର ଯିହୁଦାର ରାଜା ସିଦିକିୟର ରାଜତ୍ୱର ଚତୁର୍ଥବର୍ଷର ପଞ୍ଚମ ମାସରେ ଗିବିୟୋନ ନିବାସୀ ଅସୂରର ପୁତ୍ର ହନାନିୟ ଭବିଷ୍ୟ‌ଦ୍‌ବକ୍ତା ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କର ଓ ସମସ୍ତ ଲୋକଙ୍କର ସାକ୍ଷାତରେ ମୋତେ ଏହି କଥା କହିଲେ।


ଏହି ସମୟରେ ଅଦୋନିଷେଦକ ଯିରୁଶାଲମର ରାଜା ଥିଲେ। ରାଜା ଶୁଣିବାକୁ ପାଇଲେ, ଯେ ଯିହୋଶୂୟ ଅୟକୁ ପରାସ୍ତ କରି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଛନ୍ତି। ରାଜା ଜାଣିବାକୁ ପାଇଲେ ଯେ, ଯିହୋଶୂୟ ଯିରୀହୋ ଓ ତାଙ୍କ ରାଜା ପ୍ରତି ଯାହା କରିଥିଲେ, ସେହିପରି ଅୟ ଓ ତା'ର ରାଜାଙ୍କୁ କଲେ। ଆଉ ରାଜା ଜାଣିବାକୁ ପାଇଲେ ଯେ, ଗିବିୟୋନୀୟମାନେ ଇସ୍ରାଏଲମାନଙ୍କ ସହିତ ଶାନ୍ତିଚୁକ୍ତି କରିଛନ୍ତି ଏବଂ ସେହି ଲୋକମାନେ ଯିରୁଶାଲମ ନିକଟରେ ବାସ କରୁଛନ୍ତି।


ଏହା ପରେ ଯିହୋଶୂୟ ସେହି ଦିନ ମ‌କ୍‌କେଦା ଅକ୍ତିଆର କରି ‌‌ଖ‌ଡ଼୍‌ଗ ଧାରରେ ନଗରକୁ ଓ ତାହାର ରାଜାକୁ ହତ୍ୟା କଲେ। ସେମାନଙ୍କୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀକୁ ବର୍ଜିତ ରୂପେ ବିନାଶ କଲେ। କାହାକୁ ଅବଶିଷ୍ଟ ରଖିଲେ ନାହିଁ, ପୁଣି ସେ ଯେପରି ଯିରୀହୋ ରାଜାଙ୍କ ପ୍ରତି କରିଥିଲେ, ସେହିପରି ମ‌କ୍‌କେଦା ରାଜା ପ୍ରତି କଲେ।


ସଦାପ୍ରଭୁ ସେହି ନଗରକୁ ତା'ର ରାଜା ସହିତ ଇସ୍ରାଏଲ ହସ୍ତରେ ସମର୍ପଣ କଲେ। ତେଣୁ ସେମାନେ ସହରର ସମସ୍ତ ସଜୀବ ପ୍ରାଣୀଙ୍କୁ ଖଣ୍ଡାରେ ହତ୍ୟା କଲେ, କାହାରିକୁ ଛାଡ଼ିଲେ ନାହିଁ, ସେ ଯେପରି ଯିରୀହୋ ରାଜାଙ୍କ ପ୍ରତି କରିଥିଲେ, ଏହି ରାଜାଙ୍କୁ ମଧ୍ୟ ଯିହୋଶୂୟ ସେହିପରି କଲେ।


ବିନ୍ୟାମୀନ ବଂଶ ମଧ୍ୟ ଗିବିୟୋନର ରାମତ୍, ବେରୋତ୍,


ନରର ପୁତ୍ର ଅ‌‌ବ୍‌‌ନର ଓ ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌ର କର୍ମଗ୍ଭରୀମାନେ ମହନୟିମରୁ ଗିବିୟୋନକୁ ଗଲେ।


ଗିବିୟୋନ ଯିଶ୍ମୟିୟ ତିରିଶ୍ ଜଣ ବୀରଙ୍କ ମଧ୍ୟରେ ବଳଶାଳୀ ଥିଲେ ଓ ସେ ଏହି ତିରିଶ୍ ଜଣ ବୀରଙ୍କର ଜଣେ ନେତା ଥିଲେ। ଗଦେରାଥୀୟ ଲୋକମାନଙ୍କ ମଧ୍ୟରୁ ଯିରିମିୟ, ଯହସୀୟେଲ, ଯୋହାନନ୍ ଓ ଯୋଷାବଦ୍ ଥିଲେ।


ଏହା ପରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ସମାଜ ଗିବିୟୋନର ପର୍ବତ ଶିଖସ୍ଥ ପୂଜାସ୍ଥଳକୁ ଗଲେ। ପରମେଶ୍ୱରଙ୍କ ସମାଗମ-ତମ୍ବୁ ସେଠାରେ ଥିଲା। ଯେତେବେଳେ ସେମାନେ ମରୁ ପ୍ରାନ୍ତରରେ ଥିଲେ ସଦାପ୍ରଭୁଙ୍କ ଦାସ ମୋଶା ସେହି ତମ୍ବୁ ନିର୍ମାଣ କରିଥିଲେ।


Swiv nou:

Piblisite


Piblisite