Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 9:21 - ପବିତ୍ର ବାଇବଲ

21 ତେଣୁ ସେମାନଙ୍କୁ ଜୀବିତ ଛାଡ଼ିଦିଅ। କିନ୍ତୁ ସେମାନେ ଆମ୍ଭର ସେବକଗଣ ହେବେ। ସେମାନଙ୍କୁ ଆମ୍ଭମାନଙ୍କ ପାଇଁ କାଠ କାଟିବାକୁ ଦିଅ ଓ ଆମ୍ଭର ଲୋକମାନଙ୍କ ପାଇଁ ପାଣି ଆଣନ୍ତୁ।” ତେଣୁ ଅଧିପତିମାନେ ସେମାନଙ୍କର ଶପଥ ଭାଙ୍ଗିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ଏନିମନ୍ତେ ଅଧିପତିମାନେ ସେମାନଙ୍କୁ କହିଲେ, ଏମାନେ ଜୀବିତ ଥାଉନ୍ତୁ; ମାତ୍ର ଅଧିପତିଗଣର ବାକ୍ୟାନୁସାରେ ସେମାନେ ସମସ୍ତ ମଣ୍ତଳୀର କାଠକଟାଳୀ ଓ ଜଳକଢ଼ାଳୀ ହେବେ।

Gade chapit la Kopi

ଓଡିଆ ବାଇବେଲ

21 ଏନିମନ୍ତେ ଅଧିପତିମାନେ ସେମାନଙ୍କୁ କହିଲେ, ଏମାନେ ଜୀବିତ ଥାଉନ୍ତୁ; ମାତ୍ର ଅଧିପତିଗଣର ବାକ୍ୟାନୁସାରେ ସେମାନେ ସମସ୍ତ ମଣ୍ଡଳୀର କାଠକଟାଳୀ ଓ ଜଳକଢ଼ାଳୀ ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଏନିମନ୍ତେ ଅଧିପତିମାନେ ସେମାନଙ୍କୁ କହିଲେ, ଏମାନେ ଜୀବିତ ଥାଉନ୍ତୁ; ମାତ୍ର ଅଧିପତିଗଣର ବାକ୍ୟାନୁସାରେ ସେମାନେ ସମସ୍ତ ମଣ୍ଡଳୀର କାଠକଟାଳୀ ଓ ଜଳକଢ଼ାଳୀ ହେବେ।

Gade chapit la Kopi




ଯିହୋଶୂୟ 9:21
9 Referans Kwoze  

ତୁମ୍ଭର ସ୍ତ୍ରୀ ଓ ପିଲାମାନେ ଏବଂ ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନେ ମଧ୍ୟ ଏହିଠାରେ ଉପସ୍ଥିତ ଅଛନ୍ତି। ଯେଉଁ ଲୋକମାନେ ତୁମ୍ଭକୁ କାଠ କାଟି ଦେଇଛନ୍ତି ଏବଂ ପାଣି ଯୋଗାଇଛନ୍ତି।


ଯିହୋଶୂୟ ଗିବିୟୋନୀୟମାନଙ୍କୁ ଇସ୍ରାଏଲ ପାଇଁ କ୍ରୀତଦାସ ଭାବେ ଗ୍ରହଣ କଲେ। ଆଉ ସେହି ଦିନଠାରୁ ସଦାପ୍ରଭୁଙ୍କ ଯଜ୍ଞବେଦିରେ ଇସ୍ରାଏଲ ଲୋକମାନଙ୍କ ପାଇଁ କାଠ ‌‌କଟାଳୀ ଓ ଜଳ ‌‌କଢ଼ାଳୀରୂପେ କାର୍ଯ୍ୟ କଲେ। ସଦାପ୍ରଭୁ ଏହା କରାଇବାକୁ ଯେବେ ପସନ୍ଦ କଲେ। ସେମାନେ ଆଜି ପର୍ଯ୍ୟନ୍ତ ଦାସ ଅଟନ୍ତି।


ଏଥିନିମନ୍ତେ ତୁମ୍ଭେମାନେ ଶାପଗ୍ରସ୍ତ ହେଲ। ତୁମ୍ଭେମାନେ ମୋର ପରମେଶ୍ୱରଙ୍କ ଗୃହର କାଠ ‌‌କଟାଳୀ ଓ ଜଳ ‌‌କଢ଼ାଳୀ ହୋଇ ସବୁଦିନ ପାଇଁ ରହିବ।”


ଯିହୋଶୂୟ ଶାନ୍ତିଚୁକ୍ତି ପାଇଁ ରାଜି ହୋଇଗଲେ। ସେ ସେମାନଙ୍କୁ ଜୀବିତ ରଖିବାକୁ ରାଜି ହେଲେ। ତେଣୁ ଇସ୍ରାଏଲର ନେତୃବର୍ଗ ସେମାନଙ୍କ ନିକଟରେ ଶପଥ କଲେ।


ଆମ୍ଭେମାନେ ଏହି ଲୋକମାନଙ୍କ ପ୍ରତି ଏହା କରିବା, ଆମ୍ଭେ ସେମାନଙ୍କୁ ଜୀବିତ ରଖିବା, ଆମ୍ଭେମାନେ ଏହି ଲୋକମାନଙ୍କ ସହିତ ଚୁକ୍ତି କରିଅଛୁ ଏବଂ ଯଦି ଆମ୍ଭେ ଏହାକୁ ଭଙ୍ଗ କରୁ, ସଦାପ୍ରଭୁ ଆମ୍ଭମାନଙ୍କ ଉପରେ ରାଗିବେ।


ମିଶର ସର୍ପତୁଲ୍ୟ ଶବ୍ଦକରି ପଳାଇବାକୁ ଚେଷ୍ଟା କରିବ। ମାତ୍ର ଶତ୍ରୁଗଣ ତା'ର ନିକଟରୁ ନିକଟତର ହେବେ। ସେମାନେ କାଠ ‌‌କଟାଳୀ ସଦୃଶ କୁହ୍ରାଡ଼ି ନେଇ ତା’ ବିରୁଦ୍ଧରେ ଆକ୍ରମଣ କରିବେ।”


“ଆଜି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ସମ୍ମୁଖରେ ଛିଡ଼ା ହୋଇଅଛ। ତୁମ୍ଭର ପ୍ରଧାନଗଣ, ତୁମ୍ଭମାନଙ୍କ ବଂଶ ସମୂହ, ତୁମ୍ଭମାନଙ୍କର ପ୍ରାଚୀନବର୍ଗ, ତୁମ୍ଭମାନଙ୍କ ଅଧ୍ୟକ୍ଷଗଣ ଓ ଇସ୍ରାଏଲର ସମସ୍ତ ପୁରୁଷ ଏହିଠାରେ ଉପସ୍ଥିତ ଅଛନ୍ତି।


ଏହି ସମୟରେ ଅଦୋନିଷେଦକ ଯିରୁଶାଲମର ରାଜା ଥିଲେ। ରାଜା ଶୁଣିବାକୁ ପାଇଲେ, ଯେ ଯିହୋଶୂୟ ଅୟକୁ ପରାସ୍ତ କରି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଛନ୍ତି। ରାଜା ଜାଣିବାକୁ ପାଇଲେ ଯେ, ଯିହୋଶୂୟ ଯିରୀହୋ ଓ ତାଙ୍କ ରାଜା ପ୍ରତି ଯାହା କରିଥିଲେ, ସେହିପରି ଅୟ ଓ ତା'ର ରାଜାଙ୍କୁ କଲେ। ଆଉ ରାଜା ଜାଣିବାକୁ ପାଇଲେ ଯେ, ଗିବିୟୋନୀୟମାନେ ଇସ୍ରାଏଲମାନଙ୍କ ସହିତ ଶାନ୍ତିଚୁକ୍ତି କରିଛନ୍ତି ଏବଂ ସେହି ଲୋକମାନେ ଯିରୁଶାଲମ ନିକଟରେ ବାସ କରୁଛନ୍ତି।


Swiv nou:

Piblisite


Piblisite