Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 9:18 - ପବିତ୍ର ବାଇବଲ

18 କିନ୍ତୁ ଇସ୍ରାଏଲର ସୈନ୍ୟମାନେ ସେହିସବୁ ନଗର ବିରୁଦ୍ଧରେ ଯୁଦ୍ଧ କରିବାକୁ ରାଜି ହେଲେ ନାହିଁ। କାରଣ ଇସ୍ରାଏଲର ନେତୃବର୍ଗ, ଏପରି ନ କରିବାକୁ ସଦାପ୍ରଭୁଙ୍କ ଆଗରେ ଶପଥ କରିଥିଲେ। ତେଣୁ ସମସ୍ତ ଇସ୍ରାଏଲୀୟଗଣ ସେମାନଙ୍କର ନେତୃବର୍ଗ ବିରୁଦ୍ଧରେ ଶାନ୍ତି ଚୁକ୍ତି ପାଇଁ ଅଭିଯୋଗ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ମାତ୍ର ମଣ୍ତଳୀର ଅଧିପତିଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ନାମରେ ସେମାନଙ୍କ ସହିତ ଶପଥ କରିଥିବାରୁ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ ଆଘାତ କଲେ ନାହିଁ, ଏହେତୁ ସମସ୍ତ ମଣ୍ତଳୀ ଅଧିପତିମାନଙ୍କ ବିରୁଦ୍ଧରେ ବଚସା କରିବାକୁ ଲାଗିଲେ।

Gade chapit la Kopi

ଓଡିଆ ବାଇବେଲ

18 ମାତ୍ର ମଣ୍ଡଳୀର ଅଧିପତିଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ସେମାନଙ୍କ ସହିତ ଶପଥ କରିଥିବାରୁ ଇସ୍ରାଏଲ ସନ୍ତାନଗଣ ସେମାନଙ୍କୁ ଆଘାତ କଲେ ନାହିଁ, ଏହେତୁ ସମସ୍ତ ମଣ୍ଡଳୀ ଅଧିପତିମାନଙ୍କ ବିରୁଦ୍ଧରେ ବଚସା କରିବାକୁ ଲାଗିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ମାତ୍ର ମଣ୍ଡଳୀର ଅଧିପତିଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ସେମାନଙ୍କ ସହିତ ଶପଥ କରିଥିବାରୁ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ ଆଘାତ କଲେ ନାହିଁ, ଏହେତୁ ସମସ୍ତ ମଣ୍ଡଳୀ ଅଧିପତିମାନଙ୍କ ବିରୁଦ୍ଧରେ ବଚସା କରିବାକୁ ଲାଗିଲେ।

Gade chapit la Kopi




ଯିହୋଶୂୟ 9:18
11 Referans Kwoze  

ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ, କିନ୍ତୁ ସେହି ବ୍ୟକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସେବା କରୁଥିବା ଲୋକମାନଙ୍କୁ ସମ୍ମାନ ଦେଖାଏ। ଯଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦେଇଥାଏ ତେବେ ସେହି ପ୍ରତିଶ୍ରୁତିକୁ ପାଳନ କରେ।


ଧାର୍ମିକ ଓ ଦୁଷ୍ଟପ୍ରତି, ଭଲ ଓ ମନ୍ଦ ପ୍ରତି, ଶୌଚ ଓ ଅଶୌଚ ପ୍ରତି, ଯେଉଁମାନେ ବଳିଦାନ କରୁଛନ୍ତି ଓ ଯେଉଁମାନେ କରୁ ନାହାନ୍ତି, ଉତ୍ତମ ଲୋକ ଓ ପାପୀ ପ୍ରତି, ଯେଉଁମାନେ ପରମେଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କରନ୍ତି ଓ ଯେଉଁମାନେ କରନ୍ତି ନାହିଁ, ପ୍ରତ୍ୟେକଙ୍କ ପାଇଁ ସବୁକିଛି ସମାନ।


ତୁମ୍ଭ ମୁଖକୁ ତୁମ୍ଭ ପାଇଁ ପାପର କାରଣ ହେବାକୁ ଦିଅ ନାହିଁ, କିଅବା ଏହା ଭୁଲ୍ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ। ପରମେଶ୍ୱର ତୁମ୍ଭ ଉପରେ କାହିଁକି କ୍ରୋଧ ହେବେ ଓ ତୁମ୍ଭର କଠିନ ପରିଶ୍ରମକୁ ବିନାଶ କରିବେ।


ପରମେଶ୍ୱରଙ୍କଠାରେ ପ୍ରତିଜ୍ଞା କରିବା ସମୟରେ ସାବଧାନ ହୁଅ। ପରମେଶ୍ୱରଙ୍କ ଆଗରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ। କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି ଓ ତୁମ୍ଭେ ପୃଥିବୀରେ ଅଛ। ଏଣୁ ତୁମ୍ଭର କଥା ଅଳ୍ପ ହେଉ।


ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତକୁ ରାଜା ରକ୍ଷା କଲେ। ଯେହେତୁ ସେମାନଙ୍କ ମଧ୍ୟରେ ଅର୍ଥାତ୍ ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କ ଶପଥ ଥିଲା।


ତେଣୁ ଇସ୍ରାଏଲର ଲୋକମାନେ ସେ ଲୋକମାନେ ଯେଉଁଠାରେ ବାସ କରୁଥିଲେ, ସେହି ସ୍ଥାନକୁ ଗଲେ ଏବଂ ତୃତୀୟ ଦିନ, ଗିବିୟୋନ, କଫୀରା, ବେରୋତ୍ ଓ କିରିୟ‌‌ତ୍‌‌ଯିଆରିମ୍ ନଗରମାନଙ୍କୁ ଆସିଲେ।


କିନ୍ତୁ ଅଧିପତିଗଣ କହିଲେ, “ଆମ୍ଭେମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଗରେ ଶପଥ କରିଅଛୁ। ତେଣୁ ଏବେ ସେମାନଙ୍କର କ୍ଷତି କରି ପାରିବୁ ନାହିଁ।


“ଆଉ ମଧ୍ୟ କୌଣସି ଯୁବତୀ ନିଜ ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଦି ପ୍ରତିଜ୍ଞା କରେ ଓ ବ୍ରତଦ୍ୱାରା ନିଜକୁ ଆବଦ୍ଧ କରେ,


କିନ୍ତୁ ଯଦି ତୁମ୍ଭେ ମାନସିକ ନ କର ତେବେ ତହିଁରେ ତୁମ୍ଭର ପାପ ହେବ ନାହିଁ।


ଯାହା ତୁମ୍ଭ ଓଠରୁ ନିର୍ଗତ ହୋଇଅଛି, ତାହା କରିବାକୁ ମନୋଯୋଗ କରିବ। ତୁମ୍ଭେ ନିଜ ମୁଖରେ ପ୍ରତିଜ୍ଞା କର ଯେପରି ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମାନସିକ କରିଅଛ, ସେହି ଅନୁସାରେ କରିବ।


“ତୁମ୍ଭେ ଆପଣା ପ୍ରତିବାସୀର ଦ୍ରାକ୍ଷାକ୍ଷେତ୍ର‌କୁ ଗଲେ ସ୍ୱେଚ୍ଛାନୁସାରେ ଆପଣା ତୃପ୍ତି ପର୍ଯ୍ୟନ୍ତ ଦ୍ରାକ୍ଷାଫଳ ଭୋଜନ କରି ପାରିବ। ମାତ୍ର ତୁମ୍ଭେ ଆପଣା ପାତ୍ରରେ କିଛି ଅବଶିଷ୍ଟ ରଖିବ ନାହିଁ।


Swiv nou:

Piblisite


Piblisite