Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 9:13 - ପବିତ୍ର ବାଇବଲ

13 ପୁଣି ଦେଖ, ଏହିସବୁ ଦ୍ରାକ୍ଷାରସର କୁମ୍ପା ନୂତନ ଦ୍ରାକ୍ଷା ରସରେ ଭର୍ତ୍ତି କରିଥିଲୁ ତାହା ଫାଟି ଯାଇଛି। ଏବଂ ଆମ୍ଭକୁ ଲକ୍ଷ୍ୟକର, ବହୁତ ଦୂର ଯାତ୍ରା କରିଥିବାରୁ ଆମ୍ଭମାନଙ୍କର ଲୁଗା ଓ ଜୋତା କିପରି ପୁରୁଣା ହୋଇଗଲାଣି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ପୁଣି ଏହି ଯେସବୁ ଦ୍ରାକ୍ଷାରସ-କୁମ୍ପା ଭର୍ତ୍ତି କରି ଆଣିଥିଲୁ, ତାହା ନୂଆ ଥିଲା, ମାତ୍ର ଦେଖନ୍ତୁ, ସବୁ ଆସି ଚିରି ଗଲାଣି; ଆଉ ଆମ୍ଭମାନଙ୍କ ଏହି ଲୁଗା ଓ ଜୋତା ଅତି ଦୂର ଯାତ୍ରା ସକାଶୁ ପୁରୁଣା ହୋଇଗଲାଣି।

Gade chapit la Kopi

ଓଡିଆ ବାଇବେଲ

13 ପୁଣି ଏହି ଯେସବୁ ଦ୍ରାକ୍ଷାରସ-କୁମ୍ପା ଭର୍ତ୍ତି କରି ଆଣିଥିଲୁ, ତାହା ନୂଆ ଥିଲା, ମାତ୍ର ଦେଖନ୍ତୁ, ସବୁ ଆସି ଚିରି ଗଲାଣି; ଆଉ ଆମ୍ଭମାନଙ୍କ ଏହି ଲୁଗା ଓ ଜୋତା ଅତି ଦୂର ଯାତ୍ରା ସକାଶୁ ପୁରୁଣା ହୋଇଗଲାଣି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପୁଣି ଏହି ଯେସବୁ ଦ୍ରାକ୍ଷାରସ କୁମ୍ପା ଭର୍ତ୍ତି କରି ଆଣିଥିଲୁ, ତାହା ନୂଆ ଥିଲା, ମାତ୍ର ଦେଖନ୍ତୁ, ସବୁ ଆସି ଚିରି ଗଲାଣି; ଆଉ ଆମ୍ଭମାନଙ୍କ ଏହି ଲୁଗା ଓ ଜୋତା ଅତି ଦୂର ଯାତ୍ରା ସକାଶୁ ପୁରୁଣା ହୋଇଗଲାଣି।

Gade chapit la Kopi




ଯିହୋଶୂୟ 9:13
8 Referans Kwoze  

ଆହୁରି ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା ପାତ୍ରରେ ଢାଳନ୍ତି ନାହିଁ। ତା କଲେ, ପୁରୁଣା ପାତ୍ର ଫାଟିଯାଏ ଓ ଅଙ୍ଗୁରରସ ଢାଳି ହୋଇଯାଏ, ସେଥିପାଇଁ ସେମାନେ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ପାତ୍ରରେ ରଖନ୍ତି, ଏଥିରେ ଦ୍ରାକ୍ଷାରସ ଓ ପାତ୍ର ଦୁଇଟି ସୁରକ୍ଷିତ ରଖାଯାଇ ପାରିବ।”


ତା'ପରେ ସେମାନେ କପଟଭାବରେ କାର୍ଯ୍ୟ କଲେ। ସେମାନେ ପୁରୁଣା ଅଖା ଓ ତାଳିପକା ଦ୍ରାକ୍ଷାକୁମ୍ପା ଗଧ ଉପରେ ନଦିଲେ।


“ଦେଖ ଆମ୍ଭେ ଘରୁ ଆସିଲାବେଳେ ଆଣିଥିବା ତଟକା ରୋଟୀ କିପରି ଶୁଖି ଫିମ୍ପି ମାରି ଗଲାଣି।


ତେଣୁ ସେମାନେ ସେମାନଙ୍କର ଖାଦ୍ୟ ନମୁନାକୁ ପରୀକ୍ଷା କଲେ। କିନ୍ତୁ ଏହା ପାଇଁ ସେମାନେ ସଦାପ୍ରଭୁଙ୍କର ଅନୁମତି ଲୋଡ଼ି ନ ଥିଲେ।


ସଦାପ୍ରଭୁ ତୁମ୍ଭମାନଙ୍କୁ ଗ୍ଭଳିଶ୍ ବର୍ଷ ମରୁ ଅଞ୍ଚଳରେ ଆଗେଇ ଆଣିଲେ ତୁମ୍ଭେମାନେ ଦେଖିଲ ଯେ ତୁମ୍ଭର ପୋଷାକ ଆଦୌ ଚିରି ନ ଥିଲା। ତୁମ୍ଭର ଜୋତା ମଧ୍ୟ ନଷ୍ଟ ହୋଇ ନ ଥିଲା।


ସେମାନେ ମଧ୍ୟ ପାଦରେ ପୁରୁଣା ତାଳିପକା ଜୋତା ଓ ଦେହରେ ପୁରୁଣା ତାଳିପକା ଲୁଗା ପିନ୍ଧିଲେ। ସେମାନେ ଶୁଖିଲା ଓ ଫିମ୍ପା ରୋଟୀ ଗଧ ଉପରେ ନଦିଲେ।


ସେହିଭଳି କେହି କେବେ ହେଲେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ପାତ୍ରରେ ରଖେ ନାହିଁ। ଯଦି ତାହା କରେ ତେବେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ପାତ୍ରକୁ ଫଟାଇ ଦେବ ଓ ଚମଡ଼ା ପାତ୍ର ସହିତ ଦ୍ରାକ୍ଷାରସ ମଧ୍ୟ ନଷ୍ଟ ହୋଇଯିବ। ସେଥିପାଇଁ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ପାତ୍ରରେ ହିଁ ରଖାଯାଇଥାଏ।”


କୌଣସି ଲୋକ ପୁରୁଣା ଚମଡ଼ା ଥଳିଗୁଡ଼ିକରେ ନୂଆ ଦ୍ରାକ୍ଷାରସ ଢାଳେ ନାହିଁ। ଯଦି ସେ ଏପରି କରେ ତେବେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ଥଳିଗୁଡ଼ିକୁ ଚିରିଦେବ। ଦ୍ରାକ୍ଷାରସ ଢାଳି ହୋଇଯିବ ଓ ଥଳିଗୁଡ଼ିକ ନଷ୍ଟ ହୋଇଯିବ।


Swiv nou:

Piblisite


Piblisite