Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 8:17 - ପବିତ୍ର ବାଇବଲ

17 ଅୟର ସମସ୍ତ ଲୋକ ଓ ବୈଥେ‌ଲ୍‌ର ସମସ୍ତ ଲୋକ ଇସ୍ରାଏଲୀୟ ସୈନ୍ୟମାନଙ୍କ ପଛରେ ଗୋଡ଼ଇ ଥିଲେ। ନଗରରେ କୌଣସି ଲୋକ ନ ଥିଲେ ଯେକି ନଗରକୁ ରକ୍ଷା କରି ପାରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ପୁଣି ଇସ୍ରାଏଲର ପଛରେ ଯେ ନ ଗଲା, ଏପରି ଜଣେ ହେଲେ ଅୟ କି ବୈଥେଲରେ ଅବଶିଷ୍ଟ ନ ଥିଲା; ସମସ୍ତେ ନଗର ମୁକ୍ତ କରି ଇସ୍ରାଏଲ ପଛେ ପଛେ ଗୋଡ଼ାଇଲେ।

Gade chapit la Kopi

ଓଡିଆ ବାଇବେଲ

17 ପୁଣି ଇସ୍ରାଏଲର ପଛରେ ଯେ ନ ଗଲା, ଏପରି ଜଣେ ହେଲେ ଅୟ କି ବେଥେଲ୍‍ରେ ଅବଶିଷ୍ଟ ନ ଥିଲା; ସମସ୍ତେ ନଗର ମୁକ୍ତ କରି ଇସ୍ରାଏଲ ପଛେ ପଛେ ଗୋଡ଼ାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ପୁଣି ଇସ୍ରାଏଲର ପଛରେ ଯେ ନ ଗଲା, ଏପରି ଜଣେ ହେଲେ ଅୟ କି ବେଥେଲ୍‍ରେ ଅବଶିଷ୍ଟ ନ ଥିଲା; ସମସ୍ତେ ନଗର ମୁକ୍ତ କରି ଇସ୍ରାଏଲ ପଛେ ପଛେ ଗୋଡ଼ାଇଲେ।

Gade chapit la Kopi




ଯିହୋଶୂୟ 8:17
9 Referans Kwoze  

ପରମେଶ୍ୱର ଚତୁର ଲୋକମାନଙ୍କୁ ମଧ୍ୟ ତାଙ୍କ ଫାନ୍ଦରେ ଧରନ୍ତି, ସେମାନଙ୍କର ଚତୁର ଯୋଜନା ସଫଳ କରାନ୍ତି ନାହିଁ।


ସଦାପ୍ରଭୁ ସେମାନଙ୍କର ହୃଦୟ କଠିନ କଲେ। ଯେପରି ସେମାନେ ଇସ୍ରାଏଲ ବିପକ୍ଷରେ ଯୁଦ୍ଧ କରିବା ପାଇଁ ଆସିବେ ଓ ସମ୍ପୂର୍ଣ୍ଣ ରୂପେ ବିନା କରୁଣାରେ ଧ୍ୱଂସ ହେବେ। ଏହା ମୋଶାଙ୍କୁ ସଦାପ୍ରଭୁଙ୍କର ଆଜ୍ଞାନୁସାରେ ହେଲା।


ତେଣୁ ଯିହୋଶୂୟ ତାଙ୍କର ସମସ୍ତ ସୈନ୍ୟଦଳ ଅୟକୁ ଆକ୍ରମଣ କରିବାକୁ ଆଗେଇ ନେଲେ। ଏହା ପରେ ଯିହୋଶୂୟ ତାଙ୍କର 30,000 ନିପୁଣ ସୈନ୍ୟମାନଙ୍କୁ ବାଛିଲେ। ସେମାନଙ୍କୁ ସେହି ରାତ୍ରିରେ ପଠାଇ ଦେଲେ।


“କିନ୍ତୁ ହି‌ଷ୍‌ବୋନର ରାଜା ସୀହୋନ୍ ତାଙ୍କ ଦେଶ ମଧ୍ୟଦେଇ ଆମ୍ଭମାନଙ୍କୁ ଯିବାକୁ ଦେଲେ ନାହିଁ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତାଙ୍କର ହୃଦୟ କଠିନ କରାଇଲେ। ସଦାପ୍ରଭୁ ଏପରି କଲେ, ତୁମ୍ଭେମାନେ ସୀହୋନକୁ ପରାସ୍ତ କରି ପାରିବ, ଏବଂ ଆଜି ଆମ୍ଭେ ଜାଣିଲୁ ବାସ୍ତବରେ କ’ଣ ସବୁ ଘଟିଲା।


ତେଣୁ ନଗରର ସମସ୍ତ ସୈନ୍ୟ ସେମାନଙ୍କ ପଛରେ ପାଟିକରି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ପଛରେ ଦୌଡ଼ିଲେ। ଏହିପରି ଭାବରେ ସମସ୍ତ ଲୋକ ନଗର ପରିତ୍ୟାଗ କରିଥିଲେ।


ଏହା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ନିଜର ବର୍ଚ୍ଛା ଅୟ ନଗର ଆଡ଼କୁ ବିସ୍ତାର କର।” ଯେହେତୁ ମୁଁ ତୁମ୍ଭକୁ ସେହି ନଗର ହସ୍ତାନ୍ତର କରିବି। ତେଣୁ ଯିହୋଶୂୟ ନିଜର ବର୍ଚ୍ଛା ନଗର ଆଡ଼କୁ ବିସ୍ତାର କଲେ।


ବିନ୍ୟାମୀନର ସୈନ୍ୟମାନେ ଇସ୍ରାଏଲୀୟ ସୈନ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଗିବିୟାରୁ ବାହାରି ଆସିଲେ। ଇସ୍ରାଏଲର ସୈନ୍ୟମାନେ ପଳାୟନ କଲେ ଓ ବିନ୍ୟାମୀନ ସୈନ୍ୟମାନେ ସେମାନଙ୍କର ପଛରେ ଗୋଡ଼ାଇଲେ। ଏହି ପ୍ରକାରେ ସେମାନେ ଇସ୍ରାଏଲୀୟମାନଙ୍କୁ ଗୋଡ଼ାଇ ଗୋଡ଼ାଇ ନଗରକୁ ପଛରେ ଛାଡ଼ି ଯିବାର କଲେ। ବିନ୍ୟାମୀନର ସୈନ୍ୟମାନେ ପୂର୍ବଥର ପରି ଇସ୍ରାଏଲର କେତେକ ସୈନ୍ୟମାନଙ୍କୁ ମାରିବାକୁ ଲାଗିଲେ। ଏହିପରି ଭାବରେ ତିରିଶ୍ ଜଣ ସୈନ୍ୟ ହତ ହେଲେ। ସେମାନେ କେତେକ ଲୋକଙ୍କୁ କ୍ଷେତ ମଧ୍ୟରେ ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ସଡ଼କରେ ହତ୍ୟା କଲେ। ଗୋଟିଏ ରାସ୍ତା ଗିବିୟାକୁ ପଡ଼ିଥିଲା, ଅନ୍ୟଟି ବୈଥେ‌ଲ୍‌କୁ।


Swiv nou:

Piblisite


Piblisite