ଯିହୋଶୂୟ 7:26 - ପବିତ୍ର ବାଇବଲ26 ଆଖନ୍କୁ ପୋଡ଼ି ସାରିବା ପରେ ତାହାକୁ ପଥରରେ ପୋତି ଦେଲେ, ସେହି ପଥର ଗଦା ଆଜି ପର୍ଯ୍ୟନ୍ତ ସେଠାରେ ଅଛି। ଯେହେତୁ ସଦାପ୍ରଭୁ ଆଖନ୍କୁ ସେଠାରେ ଏପରି ଦୁଃଖ ଦେଲେ, ସେଥିପାଇଁ ସେହି ସ୍ଥାନ ଆଜି ପର୍ଯ୍ୟନ୍ତ ଆଖୋର ଉପତ୍ୟକା ନାମରେ ପରିଚିତ। ଏହା ପରେ ସଦାପ୍ରଭୁ ଇସ୍ରାଏଲବାସୀଙ୍କ ଉପରୁ କ୍ରୋଧରୁ ନିବୃତ୍ତ ହୋଇ ଶାନ୍ତ ହେଲେ। Gade chapit laପବିତ୍ର ବାଇବଲ (Re-edited) - (BSI)26 ଆଉ ସେମାନେ ତାହା ଉପରେ ଏକ ବୃହତ ପ୍ରସ୍ତର ଢିପି କଲେ, ତାହା ଆଜିଯାଏ ଅଛିନ୍ତଏହିରୂପେ ସଦାପ୍ରଭୁ ଆପଣା ପ୍ରଚଣ୍ତ କ୍ରୋଧରୁ ନିବୃତ୍ତ ହେଲେ। ଏହେତୁ ସେହି ସ୍ଥାନ ଆଜିଯାଏ ଆଖୋର୍ (ଦୁଃଖ) ଉପତ୍ୟକା ବୋଲି ଖ୍ୟାତ ଅଛି। Gade chapit laଓଡିଆ ବାଇବେଲ26 ଆଉ ସେମାନେ ତାହା ଉପରେ ଏକ ବୃହତ ପ୍ରସ୍ତର ଢିପି କଲେ, ତାହା ଆଜିଯାଏ ଅଛି; ଏହିରୂପେ ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେଲେ। ଏହେତୁ ସେହି ସ୍ଥାନ ଆଜିଯାଏ ଆଖୋର୍ ଉପତ୍ୟକା ବୋଲି ଖ୍ୟାତ ଅଛି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ଆଉ ସେମାନେ ତାହା ଉପରେ ଏକ ବୃହତ ପ୍ରସ୍ତର ଢିପି କଲେ, ତାହା ଆଜିଯାଏ ଅଛି; ଏହିରୂପେ ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେଲେ। ଏହେତୁ ସେହି ସ୍ଥାନ ଆଜିଯାଏ ଆଖୋର୍ ଉପତ୍ୟକା ବୋଲି ଖ୍ୟାତ ଅଛି। Gade chapit la |
କିନ୍ତୁ ଯଦି ତୁମ୍ଭେ ଆପଣା ଲୋକମାନଙ୍କୁ ଧ୍ୱଂସ କର, ତାହାହେଲେ ମିଶରୀୟମାନେ କହିବେ, ‘ସଦାପ୍ରଭୁ ତାଙ୍କର କ୍ଷତି କରିବାକୁ ଯୋଜନା କରିଥିଲେ। ସେହି କାରଣରୁ ସେ ତାଙ୍କୁ ମିଶରରୁ ବାହାର କରି ସେହି ପର୍ବତଗୁଡ଼ିକରେ ମାରି ପୃଥିବୀରୁ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ଯୋଜନା କରିଥିଲେ।’ ତେଣୁ ସେମାନଙ୍କ ଉପରେ କ୍ରୋଧ ହୁଅ ନାହିଁ। ଦୟାକରି ତୁମ୍ଭର ମନ ପରିବର୍ତ୍ତନ କର। ଦୟାଳୁ ହୁଅ ଓ ସେମାନଙ୍କୁ ଧ୍ୱଂସ କର ନାହିଁ।
ଏଣୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହୁଅନ୍ତୁ। ଯେଉଁ ଲୋକମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଛନ୍ତି, ସେମାନେ ସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଗ୍ଭରକର୍ତ୍ତାଗଣ ଆସନ୍ତୁ। ଆମ୍ଭ ପରମେଶ୍ୱରଙ୍କର କ୍ରୋଧ ଯେପର୍ଯ୍ୟନ୍ତ ଅତିକ୍ରମ ନ ହୋଇଛି ଏହି କାରଣ ଯୋଗୁଁ ଏହି ବିଷୟ ଗ୍ରହଣୀୟ ହେବ ନାହିଁ।”