Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 7:19 - ପବିତ୍ର ବାଇବଲ

19 ତା'ପରେ ଯିହୋଶୂୟ ଆଖ‌ନ୍‌କୁ କହିଲେ, “ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର, ତୁମ୍ଭେ କ’ଣ କରିଛ ମୋତେ କୁହ ସେ କଥା ଲୁଗ୍ଭଅ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ତେବେ ଯିହୋଶୂୟ ଆଖନ୍କୁ କହିଲେ, ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ଵୀକାର କର; ଆଚ୍ଛା, ତୁମ୍ଭେ କଅଣ କରିଅଛ, ମୋତେ କୁହ ; ମୋଠୁଁ ତାହା ଲୁଚାଅ ନାହିଁ।

Gade chapit la Kopi

ଓଡିଆ ବାଇବେଲ

19 ତେବେ ଯିହୋଶୂୟ ଆଖନ୍‍କୁ କହିଲେ, ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର; ଆଚ୍ଛା, ତୁମ୍ଭେ କଅଣ କରିଅଛ, ମୋତେ କୁହ; ମୋଠୁଁ ତାହା ଲୁଚାଅ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ତେବେ ଯିହୋଶୂୟ ଆଖନ୍‍କୁ କହିଲେ, “ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର; ଆଚ୍ଛା, ତୁମ୍ଭେ କଅଣ କରିଅଛ, ମୋତେ କୁହ; ମୋʼ ଠାରୁ ତାହା ଲୁଚାଅ ନାହିଁ।”

Gade chapit la Kopi




ଯିହୋଶୂୟ 7:19
25 Referans Kwoze  

ତୁମ୍ଭେମାନେ ଆପଣାମାନଙ୍କ ଅର୍ଶ ପ୍ରତିମା ଓ ଦେଶନାଶକାରୀ ମୂଷିକ ପ୍ରତିମା ନିର୍ମାଣ କର। ଯେଉଁଗୁଡ଼ିକ ତୁମ୍ଭର ଭୂମିକୁ ଆକ୍ରମଣ କରନ୍ତି ଓ ଧ୍ୱଂସ କରନ୍ତି ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ମାନ ଦିଅ। ତାହାହେଲେ ସେ ହୁଏତ ତୁମ୍ଭମାନଙ୍କୁ, ତୁମ୍ଭର ଦେବତାଗଣଙ୍କୁ ଓ ତୁମ୍ଭର ଦେଶକୁ ଦଣ୍ତିତ କରିବା ବନ୍ଦ କରିବ।


ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ସମ୍ମାନ ଦିଅ ଓ ତାଙ୍କର ଗୌରବ ଗାନ କର। ସେ ଅନ୍ଧକାର ଆଣିବା ପୂର୍ବରୁ, ଅନ୍ଧକାରମୟ ପର୍ବତରେ ତୁମ୍ଭମାନଙ୍କର ପାଦ ଝୁଣ୍ଟିବା ପୂର୍ବରୁ, ସେ ମୃତ୍ୟୁଚ୍ଛାୟା ଓ ଘୋର ଅନ୍ଧକାର ଆଣିବା ପୂର୍ବରୁ, ଆଲୁଅର ଅପେକ୍ଷାରେ ତୁମ୍ଭେମାନେ ତାଙ୍କର ପ୍ରଶଂସା କର।


ତେଣୁ ଯିହୂଦୀ ନେତାମାନେ ସେହି ପୂର୍ବରୁ ଅନ୍ଧଥିବା ଲୋକକୁ ଆଉଥରେ ଭିତରକୁ ଡାକିଲେ। ସେମାନେ କହିଲେ, “ତୁମ୍ଭେ ସତ୍ୟ କହି ପରମେଶ୍ୱରଙ୍କୁ ଗୌରବ ଦେବା ଉଚିତ୍। ଆମ୍ଭେ ଜାଣୁ ଯେ, ଏହି ଲୋକ (ଯୀଶୁ) ଜଣେ ପାପୀ।”


ପୁଣି ମୁଁ ମୋର ପରମେଶ୍ୱର ସଦାପ୍ରଭୁଙ୍କୁ ପ୍ରାର୍ଥନା କଲି ଓ ମୋର ପାପ ସ୍ୱୀକାର କରି କହିଲି, “ହେ ସଦାପ୍ରଭୁ, ତୁମ୍ଭେ ମହାନ ଓ ଭୟାନକ ପରମେଶ୍ୱର। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଚୁକ୍ତି ପାଳନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ଦୟା ଓ ନିୟମ କରିଥାଅ।


ସଦାପ୍ରଭୁଙ୍କ ସେବାକାର୍ଯ୍ୟ କିପରି କରିବାକୁ ହେବ, ଏହା ଯେଉଁ ଲେବୀୟମାନେ ଜାଣିଥିଲେ, ସେମାନଙ୍କୁ ରାଜା ହିଜକିୟ ଉତ୍ସାହିତ କଲେ। ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ଉତ୍ସବ ପାଳନ କଲେ ଓ ବଳି ଉତ୍ସର୍ଗ କଲେ। ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ ଓ ପ୍ରଶଂସା କଲେ।


ଶାଉଲ ଯୋନାଥନଙ୍କୁ କହିଲେ, “କୁହ, ତୁମ୍ଭେ କ’ଣ କରିଛ।” ଯୋନାଥନ ଶାଉଲଙ୍କୁ କହିଲା, “ମୁଁ କେବଳ ମୋ’ ବାଡ଼ିର ଅଗ୍ରଭାଗରେ ଅଳ୍ପ ମହୁ ଆହାର କରିଛି। ଏଇଥିପାଇଁ ମୁଁ କ’ଣ ମରିବି?”


ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ତାକୁ ପରିତ୍ୟାଗ କରେ, ସେ ଦୟା ପାଇବ।


କିନ୍ତୁ ତା'ପରେ ମୁଁ ନିଷ୍ପତ୍ତି ନେଲି ମୋର ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି। ସଦାପ୍ରଭୁ ତୁମ୍ଭଙ୍କୁ ମୋର ସମସ୍ତ ପାପ ବିଷୟରେ କହିଲି। ମୋର କୌଣସି ପାପ ଲୁଗ୍ଭଇ ରଖିଲି ନାହିଁ ଓ ତୁମ୍ଭେ ମୋତେ ମୋର ସମସ୍ତ ପାପରୁ କ୍ଷମା କରିଦେଲ। ସେଲା


ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସେମାନେ ପରମେଶ୍ୱରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କେବଳ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସେମାନେ ସେମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ୱରଙ୍କ ମହିମା ଗାନ କଲେ ନାହିଁ।


କାରଣ ଜଣେ ମଣିଷର କ୍ରୋଧ ତାହାକୁ ପରମେଶ୍ୱରଙ୍କ ଇଚ୍ଛାନୁମୋଦିତ ଧାର୍ମିକ ଜୀବନ କାଟିବାକୁ ସାହାଯ୍ୟ କରେ ନାହିଁ।


ବୃଦ୍ଧ ଲୋକମାନଙ୍କୁ ଶିକ୍ଷା ଦିଅ ଯେ ସେମାନେ ଆତ୍ମସଂଯମୀ, ଗମ୍ଭୀର ଓ ଜ୍ଞାନୀ ହୁଅନ୍ତୁ। ସେମାନେ ବିଶ୍ୱାସରେ, ପ୍ରେମରେ ଓ ଧୈର୍ଯ୍ୟରେ ଦୃଢ଼ ହେବା ଉଚିତ୍।


ଯେଉଁମାନେ ତାଙ୍କୁ ବିରୋଧ କରନ୍ତି, ସେମାନଙ୍କୁ ଭଦ୍ର ଭାବରେ ଶିଖାଇବା ଉଚିତ୍। ହୁଏତ ପରମେଶ୍ୱର ସେମାନଙ୍କ ହୃଦୟରେ ଗୋଟିଏ ପରିବର୍ତ୍ତନ ପ୍ରଦାନ କରିବେ, ଯାହାଦ୍ୱାରା ସେମାନେ ସତ୍ୟକୁ ଗ୍ରହଣ କରିବେ।


ହୃଦୟରେ ବିଶ୍ୱାସ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେଉ ଓ ମୁଖ ଦ୍ୱାରା କହି ବିଶ୍ୱାସକୁ ପ୍ରକାଶ କଲେ ଆମ୍ଭେ ଉଦ୍ଧାର ପାଉ।


ସୁସ୍ଥ ହୋଇ ସାରିବା ପରେ ପୁଣି ଫେରି ଆସି ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ପାଇଁ କ’ଣ ଏହି ଶମିରୋଣୀୟ ଜଣକ କେବଳ ଥିଲା?”


ଦୁର୍ଲୋଭ ସୁବର୍ଣ୍ଣ ପରି ଅଳ୍ପ, କେତେକ ଉତ୍ତମ ଲୋକ ରହିବେ ଓ ସେମାନେ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉଜ୍ଜ୍ୱଳ ଭାବରେ ଦୀପ୍ତି ବିକାଶ କରିବେ।


ମୁଁ ଜାଣେ ମୁଁ ପାପ କରିଛି। ମୋର ପାପ ସବୁ ସର୍ବଦା ମୋର ସମ୍ମୁଖରେ ଦେଖାଯାଉଛି।


ଆଖନ୍ ଉତ୍ତରରେ କହିଲା, “ଏହା ସତ୍ୟ! ମୁଁ ପାପ କରିଛି ସଦାପ୍ରଭୁଙ୍କ ସମ୍ମୁଖରେ। ମୁଁ ଏହିପରି କରିଅଛି।


ତହୁଁ ଯିଶାଇୟ କହିଲେ, “ତୁମ୍ଭେ ସେମାନଙ୍କୁ କ’ଣ ସବୁ ଦେଖାଇଲ?” ହିଜକିୟ ଉତ୍ତର କଲେ, “ସେମାନେ ମୋ’ ଗୃହରେ ଥିବା ସମସ୍ତ ଜିନିଷ ଦେଖିଛନ୍ତି। ମୋ’ ଭଣ୍ତାରରେ ଏପରି କିଛି ଜିନିଷ ନାହିଁ, ଯାହାକୁ ସେମାନେ ଦେଖି ନାହାନ୍ତି।”


Swiv nou:

Piblisite


Piblisite