Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 7:15 - ପବିତ୍ର ବାଇବଲ

15 ଯିଏ ଲୁଣ୍ଠନ ଦ୍ରବ୍ୟ ରଖିବାରେ ଦୋଷୀ ମିଳିବ, ଯେଉଁ ଦ୍ରବ୍ୟଟି ନଷ୍ଟ ହେବାର ଉଚିତ୍ ଥିଲା, ତାହା ନିଆଁରେ ପୋଡ଼ି ପାଉଁଶ କରାଯିବ। ଏବଂ ତା'ର ଅଧୀନରେ ଥିବା ସବୁକିଛିକୁ ପୋଡ଼ି ପାଉଁଶ କରାଯିବ, ଯେହେତୁ ସେ ସଦାପ୍ରଭୁଙ୍କର ନିୟମ ଭଙ୍ଗ କଲା। ଆଉ ମଧ୍ୟ ସେ ଇସ୍ରାଏଲର ଲୋକମାନଙ୍କ ବହୁତ ପାପପୂର୍ଣ୍ଣ କାର୍ଯ୍ୟ କଲା।’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ତହିଁରେ ଯାହାଠାରେ ବର୍ଜିତ ବସ୍ତୁ ଥିବାର ନିର୍ଣ୍ଣୟ କରାଯିବ, ସେ ଓ ତାହାର ସର୍ବସ୍ଵ ଅଗ୍ନିରେ ଦଗ୍ଧ ହେବ; ଯେହେତୁ ସେ ସଦାପ୍ରଭୁଙ୍କ ନିୟମ ଲଙ୍ଘନ କଲା ଓ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା।

Gade chapit la Kopi

ଓଡିଆ ବାଇବେଲ

15 ତହିଁରେ ଯାହାଠାରେ ବର୍ଜିତ ବସ୍ତୁ ଥିବାର ନିର୍ଣ୍ଣୟ କରାଯିବ, ସେ ଓ ତାହାର ସର୍ବସ୍ୱ ଅଗ୍ନିରେ ଦଗ୍ଧ ହେବ; ଯେହେତୁ ସେ ସଦାପ୍ରଭୁଙ୍କ ନିୟମ ଲଙ୍ଘନ କଲା ଓ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ତହିଁରେ ଯାହାଠାରେ ବର୍ଜିତ ବସ୍ତୁ ଥିବାର ନିର୍ଣ୍ଣୟ କରାଯିବ, ସେ ଓ ତାହାର ସର୍ବସ୍ୱ ଅଗ୍ନିରେ ଦଗ୍ଧ ହେବ; ଯେହେତୁ ସେ ସଦାପ୍ରଭୁଙ୍କ ନିୟମ ଲଙ୍ଘନ କଲା ଓ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା।”

Gade chapit la Kopi




ଯିହୋଶୂୟ 7:15
11 Referans Kwoze  

ଯେତେବେଳେ ସେମାନେ କ୍ଷେତରୁ ଫେରିଲେ, ତା'ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସେମାନେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇସ୍ରାଏଲରେ ଏପରି ଅପମାନଜନକ କାର୍ଯ୍ୟ କଲା। ସେ ଯାକୁବର କନ୍ୟାକୁ ଧର୍ଷଣ କରିବା ଉଚିତ୍ ନ ଥିଲା।


ତେଣୁ ମୁଁ ମୋର ଉପପତ୍ନୀଙ୍କୁ ଗୃହକୁ ନେଇ ଆସିଲି ଏବଂ ତାକୁ କାଟି ଖଣ୍ତ ଖଣ୍ତ କରିଦେଲି। ତା'ପରେ ମୁଁ ତା'ର ଶରୀରର ଖଣ୍ତଗୁଡ଼ିକ ସାରା ଇସ୍ରାଏଲ ମଧ୍ୟକୁ ପଠାଇଦେଲି, କାରଣ ବିନ୍ୟାମୀନର ଏହିସବୁ ଲୋକମାନେ ଇସ୍ରାଏଲରେ ଏହିପରି ଜଘନ୍ୟ ଅପମାନଜନକ କାର୍ଯ୍ୟ କରିଥିଲେ।


ଯଦି ତୁମ୍ଭେ ଏହା କର, ମୁଁ ଲଜ୍ଜାରୁ କେବେ ମୁକ୍ତ ହୋଇ ପାରିବି ନାହିଁ। ଏବଂ ଇସ୍ରାଏଲରେ ତୁମ୍ଭେ ଜଣେ ସାଧାରଣ ଦୋଷୀ ରୂପେ ବିବେଚିତ ହେବ। ଏଣୁ ମୁଁ ବିନୟ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତୁମ୍ଭ ପ୍ରତି ମୋତେ ଦେବା ପାଇଁ ଅସମ୍ମତ ହେବେ ନାହିଁ।”


ତା'ପରେ ଶାଉଲ କହିଲେ, “ମୁଁ ପାପ କଲି, ହେ ମୋର ପୁତ୍ର ଦାଉଦ ଫେରି ଆସ। ମୁଁ ତୁମ୍ଭକୁ ଆଉ ଆଘାତ କରିବାକୁ ଚେଷ୍ଟା କରିବି ନାହିଁ। ଆଜି ମୋର ଜୀବନ ତୁମ୍ଭ ନିକଟରେ ବହୁମୂଲ୍ୟ ହେଲା। ମୁଁ ମୁର୍ଖତାର କର୍ମ କରିଅଛି ଓ ଅତିଶୟ ଭୁଲ୍ କରିଅଛି।”


ଇସ୍ରାଏଲୀୟ ଲୋକମାନେ ମୋ’ ବିରୁଦ୍ଧରେ ପାପ କରିଛନ୍ତି। ମୁଁ ସେମାନଙ୍କୁ ଯେଉଁ ନିୟମ ମାନିବାକୁ ଦେଇଥିଲି, ସେମାନେ ତାହାକୁ ଅମାନ୍ୟ କରିଛନ୍ତି। ସେମାନେ କିଛି ଜିନିଷ ଆଣିଛନ୍ତି, ଯାହାକୁ ମୁଁ ଧ୍ୱଂସ କରିବାକୁ କହିଥିଲି। ସେମାନେ ମୋ'ଠାରୁ ଏହା ଗ୍ଭେରି କରିଛନ୍ତି। ତା'ପରେ ସେମାନେ ଏହାକୁ ଅସ୍ୱୀକାର କଲେ। ଆଉ ସେଗୁଡ଼ିକୁ ନିଜର ସାମଗ୍ରୀ ସହିତ ରଖିଲେ।


ତା’ ପରଦିନ ପ୍ରତ୍ୟୁଷରୁ ଯିହୋଶୂୟ ଇସ୍ରାଏଲର ସମସ୍ତ ଇସ୍ରାଏଲୀୟ ଲୋକମାନଙ୍କ ପରିବାରବର୍ଗ ଅନୁଯାୟୀ ସଦାପ୍ରଭୁଙ୍କ ଆଗକୁ ଆଣିଲେ। ଏବଂ ସଦାପ୍ରଭୁ ସେଥିମଧ୍ୟରୁ ଯିହୁଦା ପରିବାରବର୍ଗକୁ ବାଛିଲେ।


କିନ୍ତୁ ସେହି ରାତ୍ରିରେ ଗିବିୟାର ଅଧିପତି ସେଠାକୁ ଆସିଲେ। ଯେଉଁଠାରେ ମୁଁ ରହୁଥିଲି। ସେମାନେ ସେ ଗୃହକୁ ଘେରିଗଲେ। ଏବଂ ସେମାନେ ଗ୍ଭହିଁଲେ ମୋତେ ମାରିଦେବା ପାଇଁ ସେମାନେ ମୋର ଉପପତ୍ନୀଙ୍କୁ ଧର୍ଷଣ କଲେ। ଏବଂ ସେ ମରିଗଲା।


ଆମ୍ଭେମାନେ 100 ଜଣ ଲୋକମାନଙ୍କରୁ ଦଶ ଜଣଙ୍କୁ, 1,000 ଜଣରୁ 100 ଜଣଙ୍କୁ, ଆମ୍ଭର ସୈନ୍ୟବାହିନୀର ଖାଦ୍ୟ ସଂଗ୍ରହ କରିବାକୁ ମନୋନୀତ କଲୁ। ତେଣୁ ସୈନିକମାନେ ବିନ୍ୟାମୀନର ଗିଲିୟଦକୁ ଆକ୍ରମଣ କରିବେ। ସେମାନେ ସେହି ଲୋକମାନଙ୍କୁ ସେମାନଙ୍କର କୁକର୍ମ ଯୋଗୁଁ ଇସ୍ରାଏଲରେ ଦଣ୍ତ ଦେବେ।”


Swiv nou:

Piblisite


Piblisite