Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 7:13 - ପବିତ୍ର ବାଇବଲ

13 “ବର୍ତ୍ତମାନ ଯାଅ ଏବଂ ଲୋକମାନଙ୍କୁ ପ୍ରତିଷ୍ଠା କର। ଲୋକମାନଙ୍କୁ କୁହ, ‘ନିଜକୁ ପବିତ୍ର କାର୍ଯ୍ୟ ପାଇଁ ପବିତ୍ର କର। ଆସନ୍ତା କାଲି ପାଇଁ ପ୍ରସ୍ତୁତ ହୁଅ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି ମୁଁ ନଷ୍ଟ କରିବା ପାଇଁ କହିଥିବା ଲୁଣ୍ଠନ ଦ୍ରବ୍ୟକୁ ତୁମ୍ଭେମାନେ ଅଧିକାର କରିଅଛ। ତୁମ୍ଭେ ସେ ବସ୍ତୁ ନଷ୍ଟ ନ କରିବା ଯାଏ ଶତ୍ରୁମାନଙ୍କ ଉପରେ ଜୟଲାଭ କରି ପାରିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଉଠ, ଲୋକମାନଙ୍କୁ ପବିତ୍ର କର, ଆଉ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ହେ ଇସ୍ରାଏଲ, ତୁମ୍ଭ ମଧ୍ୟରେ ବର୍ଜିତ ବସ୍ତୁ ଅଛି, ଆପଣା ମଧ୍ୟରୁ ସେହି ବର୍ଜିତ ବସ୍ତୁ ଦୂର କରିବାଯାଏ ତୁମ୍ଭେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

13 ଉଠ, ଲୋକମାନଙ୍କୁ ପବିତ୍ର କର, ଆଉ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ହେ ଇସ୍ରାଏଲ, ତୁମ୍ଭ ମଧ୍ୟରେ ବର୍ଜିତ ବସ୍ତୁ ଅଛି, ଆପଣା ମଧ୍ୟରୁ ସେହି ବର୍ଜିତ ବସ୍ତୁ ଦୂର କରିବାଯାଏ ତୁମ୍ଭେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଉଠ, ଲୋକମାନଙ୍କୁ ପବିତ୍ର କର, ଆଉ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ହେ ଇସ୍ରାଏଲ, ତୁମ୍ଭ ମଧ୍ୟରେ ବର୍ଜିତ ବସ୍ତୁ ଅଛି, ଆପଣା ମଧ୍ୟରୁ ସେହି ବର୍ଜିତ ବସ୍ତୁ ଦୂର କରିବା ଯାଏ ତୁମ୍ଭେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିବ ନାହିଁ।

Gade chapit la Kopi




ଯିହୋଶୂୟ 7:13
13 Referans Kwoze  

ତା'ପରେ ଯିହୋଶୂୟ ତାଙ୍କର ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ନିଜକୁ ପବିତ୍ର କର। ଆସନ୍ତା କାଲି ସଦାପ୍ରଭୁ ତୁମ୍ଭମାନଙ୍କ ଆଗରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ।”


ରେ କପଟୀ, ଆଗ ନିଜ ଆଖିରୁ କାଠଗୁଣ୍ଡଟି ବାହାର କର, ତା'ହେଲେ ତୁମ୍ଭେ ନିଜେ ଠିକ୍ ଭାବରେ ଦେଖି ପାରିବ ଓ ତା'ପରେ ତୁମ୍ଭେ ତୁମ୍ଭ ଭାଇର ଆଖିରୁ କାଠଗୁଣ୍ଡଟି କାଢ଼ି ଆଣି ପାରିବ।


ଇସ୍ରାଏଲୀୟ ଲୋକମାନେ ମୋ’ ବିରୁଦ୍ଧରେ ପାପ କରିଛନ୍ତି। ମୁଁ ସେମାନଙ୍କୁ ଯେଉଁ ନିୟମ ମାନିବାକୁ ଦେଇଥିଲି, ସେମାନେ ତାହାକୁ ଅମାନ୍ୟ କରିଛନ୍ତି। ସେମାନେ କିଛି ଜିନିଷ ଆଣିଛନ୍ତି, ଯାହାକୁ ମୁଁ ଧ୍ୱଂସ କରିବାକୁ କହିଥିଲି। ସେମାନେ ମୋ'ଠାରୁ ଏହା ଗ୍ଭେରି କରିଛନ୍ତି। ତା'ପରେ ସେମାନେ ଏହାକୁ ଅସ୍ୱୀକାର କଲେ। ଆଉ ସେଗୁଡ଼ିକୁ ନିଜର ସାମଗ୍ରୀ ସହିତ ରଖିଲେ।


ତୁମ୍ଭେମାନେ ସେହି ଦ୍ରବ୍ୟରୁ କିଛି ନ ଦେବା ପାଇଁ ସାବଧାନ ହେବା ଉଚିତ୍, ଯାହାକି ନଷ୍ଟ କରାଯିବ। ଯଦି ତୁମ୍ଭେମାନେ ସେହି ଦ୍ରବ୍ୟଗୁଡ଼ିକୁ ଇସ୍ରାଏଲର ଛାଉଣି ଭିତରକୁ ନିଅ, ତେବେ ତୁମ୍ଭେମାନେ ଆପଣା ଉପରକୁ ବିପଦ ଆଣିବ ଏବଂ ତୁମ୍ଭେମାନେ ଇସ୍ରାଏଲ ଛାଉଣି ଧ୍ୱଂସ କରିବାର କାରଣ ହେବ।


ତୁମ୍ଭେମାନେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ତୁମ୍ଭର କ୍ରୀତଦାସରୂପେ ରଖିବା ନିମନ୍ତେ ଯୋଜନା କରିଅଛ। ଏହା କରି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ବିରୁଦ୍ଧରେ ମଧ୍ୟ ପାପ କରିଅଛ।


ଯାକୁବର ପୁତ୍ରମାନେ ସେହି ନଗରକୁ ଗଲେ, ଯେଉଁଠାରେ ତାଙ୍କ ଭଉଣୀ କଳୁଷିତା ହୋଇଥିଲା, ଏବଂ ପ୍ରତ୍ୟେକ ଦ୍ରବ୍ୟ ହରଣ କଲେ।


“ଧରାଯାଉ ତୁମ୍ଭମାନଙ୍କର ନିଜ ଲୋକ, ଏପରିକି ତୁମ୍ଭର ନିଜ ଭାଇ, ତୁମ୍ଭର ପୁତ୍ର ବା କନ୍ୟା, ତୁମ୍ଭର ସ୍ତ୍ରୀ କିଅବା ଅନ୍ତରଙ୍ଗ ବନ୍ଧୁ ଏହା କହି ତୁମ୍ଭକୁ ପ୍ରଲୋଭିତ କରିବାକୁ ଚୋଷ୍ଟାକରେ, ‘ଗ୍ଭଲ ଅନ୍ୟ ଦେବଗଣଙ୍କର ପୂଜା କରିବା।’ ଯେଉଁ ଦେବତାଗଣଙ୍କୁ ତୁମ୍ଭେମାନେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷ ଜାଣି ନାହାନ୍ତି।


Swiv nou:

Piblisite


Piblisite