Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 6:24 - ପବିତ୍ର ବାଇବଲ

24 ଏହା ପରେ ଇସ୍ରାଏଲ ଲୋକମାନେ ସେ ସହରରେ ଅଗ୍ନି ସଂଯୋଗ କଲେ। ସେମାନେ ସହରର ସୁନା, ରୂପା, ଲୌହବସ୍ତୁ ଓ ପିତ୍ତଳ ଇତ୍ୟାଦିକୁ ଛାଡ଼ି ସମସ୍ତ ବସ୍ତୁକୁ ପୋଡ଼ି ନଷ୍ଟ କରି ଦେଲେ ଏବଂ ଏହି ବସ୍ତୁମାନଙ୍କୁ ସଦାପ୍ରଭୁଙ୍କର ଭଣ୍ତାର ଗୃହରେ ଜମା କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ଆହୁରି ଲୋକମାନେ ନଗର ଓ ତନ୍ମଧ୍ୟସ୍ଥିତ ସକଳ ବସ୍ତୁ ଅଗ୍ନିରେ ଦଗ୍ଧ କଲେ; କେବଳ ରୂପା ଓ ସୁନା, ପୁଣି ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଗୃହର ଭଣ୍ତାରରେ ରଖିଲେ।

Gade chapit la Kopi

ଓଡିଆ ବାଇବେଲ

24 ଆହୁରି ଲୋକମାନେ ନଗର ଓ ତନ୍ମଧ୍ୟସ୍ଥିତ ସକଳ ବସ୍ତୁ ଅଗ୍ନିରେ ଦଗ୍ଧ କଲେ; କେବଳ ରୂପା ଓ ସୁନା, ପୁଣି ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଗୃହର ଭଣ୍ଡାରରେ ରଖିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ଆହୁରି ଲୋକମାନେ ନଗର ଓ ତନ୍ମଧ୍ୟସ୍ଥିତସକଳ ବସ୍ତୁ ଅଗ୍ନିରେ ଦଗ୍ଧ କଲେ; କେବଳ ରୂପା ଓ ସୁନା, ପୁଣି ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଗୃହର ଭଣ୍ଡାରରେ ରଖିଲେ।

Gade chapit la Kopi




ଯିହୋଶୂୟ 6:24
13 Referans Kwoze  

ଏହା ପରେ ଯିହୋଶୂୟ ଅୟ ସହରକୁ ପୋଡ଼ି ପାଉଁଶ କଲେ। ସେ ଏକ ଧ୍ୱଂସ ସ୍ତୁପରେ ପରିଣତ କଲେ ଏବଂ ଏହା ଆଜିଯାଏ ଅନୁର୍ବର ସ୍ଥାନ ହୋଇ ରହିଛି।


ତୁମ୍ଭେ ଯେଉଁ ପଶୁ ଓ ଦଶ ଶିଙ୍ଗ ଦେଖିଲ, ସେମାନେ ସେହି ବେଶ୍ୟାକୁ ଘୃଣା କରିବେ। ସେମାନେ ତା'ର ସବୁ ନେଇଯିବେ ଓ ତାହାକୁ ଉଲଗ୍ନ କରି ଛାଡ଼ି ଦେବେ। ସେମାନେ ତାହାର ଶରୀରର ମାଂସ ଖାଇବେ ଓ ତାହାକୁ ଅଗ୍ନିରେ ପୋଡ଼ି ଦେବେ।


ନବୂସ‌ର୍‌ଦ‌‌ନ୍‌ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ, ଯିରୁଶାଲମର ସମସ୍ତ ଗୃହ ଓ ଏପରିକି ବୃହତ୍ ଗୃହ ଗୁଡ଼ିକୁ ଅଗ୍ନିରେ ଦ‌ଗ୍‌ଧ କଲା।


ସେଥିପାଇଁ ଗୋଟିଏ ଦିନ ଭିତରେ ଏହି କ୍ଳେଶ ତାକୁ ଆକ୍ରମଣ କରିବ: ମୃତ୍ୟୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା। ସେ ଅଗ୍ନିରେ ଜଳିଯିବ, କାରଣ ପ୍ରଭୁ ପରମେଶ୍ୱର ତା'ର ବିଗ୍ଭର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।


ଆଉ ତୁମ୍ଭେମାନେ ତହିଁର ଲୁଟିତ ଦ୍ରବ୍ୟ ସବୁ ନଗର ମଧ୍ୟରେ ସଂଗ୍ରହ କର ଓ ନେଇଯାଅ, ସେହି ନଗରକୁ ସେଥି ମଧ୍ୟରେ ଥିବା ସମସ୍ତ ସାମଗ୍ରୀକୁ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଦ‌‌ଗ୍‌‌ଧ କର। ସେହି ସହର ସବୁଦିନ ପାଇଁ ଧ୍ୱଂସ ହେବା ଉଚିତ୍। ଆଉ ଏହା ପୂନଃନିର୍ମିତ ହେବା ଉଚିତ୍ ନୁହେଁ।


ସମସ୍ତ ରୂପା, ସୁନା, ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ଓ କରେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ଓ ଏହା ସଦାପ୍ରଭୁଙ୍କ ଭଣ୍ଡାରକୁ ଗ୍ଭଲିଯିବ।”


“ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଶ୍ୱାସଧାରୀ କାହାରିକି ସଜୀବ ରଖିବ ନାହଁ।


ଯିହୋଶୂୟ ରାହାବକୁ ଓ ତା'ର ପରିବାରବର୍ଗମାନଙ୍କୁ ରକ୍ଷା କଲେ କାରଣ ସେ ଗୁପ୍ତଚରମାନଙ୍କୁ ସାହାଯ୍ୟ କରିଥିଲା ଓ ରକ୍ଷା କରିଥିଲା। ଯିରୀହୋ ସହର ଉପରେ ଗୁପ୍ତ ଦୃଷ୍ଟି ରଖିବା ପାଇଁ ଯିହୋଶୂୟ ପଠାଇଥିବା ଗୁପ୍ତଚରମାନଙ୍କୁ ଲୁଗ୍ଭଇ ରଖିଥିଲା। ତେଣୁ ରାହାବ ଏବେ ମଧ୍ୟ ଇସ୍ରାଏଲମାନଙ୍କ ସହିତ ବାସ କରୁଅଛି।


ତା'ପରେ ସେମାନଙ୍କର ସକଳ ନଗର ଓ ସକଳ ଗ୍ରାମଗୁଡ଼ିକ ଦ‌ଗ୍‌ଧ କଲେ।


ସେହି ଦ୍ରବ୍ୟରୁ ଯାହା ଧ୍ୱଂସ ହେବା ଉଚିତ୍, ତୁମ୍ଭେମାନେ କିଛି ସଂଗ୍ରହ କରିବା ଉଚିତ୍ ନୁହଁ। ଏଥିରେ ସଦାପ୍ରଭୁ ଆପଣା ପ୍ରଚଣ୍ତ କ୍ରୋଧରୁ ଫେରିବେ ଓ ତୁମ୍ଭ ପ୍ରତି କରୁଣା କରିବେ ଏବଂ ତୁମ୍ଭର ସଂଖ୍ୟା ବଢ଼ାଇବେ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କୁ ପ୍ରତିଜ୍ଞା କରିଥିଲେ।


ଇସ୍ରାଏଲର ସୈନ୍ୟମାନେ ସେ ସହରର ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। ସେମାନେ ସହରର ସମସ୍ତ ଲୋକକୁ ଧ୍ୱଂସ କଲେ। କାହାରିକୁ ଜୀବିତ ଛାଡ଼ିଲେ ନାହିଁ। ତା'ପରେ ସେମାନେ ହା‌ତ୍‌ସୋର ସହରକୁ ଅଗ୍ନି ସଂଯୋଗ କଲେ।


ଏହି ଲୋକମାନଙ୍କୁ ପରେ ଦାଉଦ କହିଲେ ଓ ସେ ସେମାନଙ୍କୁ ଭେଟିବା ପାଇଁ ପୁରୁଷମାନଙ୍କୁ ପଠାଇଲେ, କାରଣ ସେମାନେ ଅତି ଲଜ୍ଜିତ ହୋଇଥିଲେ। ରାଜା ସେମାନଙ୍କୁ କହିଲେ, “ତୁମ୍ଭର ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୀହୋରେ ଥାଅ। ଏହା ପରେ ଯିରୁଶାଲମକୁ ଫେରି ଆସିବ।”


ରାଜା ଦାଉଦ ସେହିସବୁ ବସ୍ତୁକୁ ପବିତ୍ର କଲେ ଓ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ଇଦୋମ, ମୋୟାବ ଓ ଅମ୍ମୋନୀୟ, ପଲେଷ୍ଟୀୟ ଓ ଅମାଲେକୀୟମାନଙ୍କଠାରୁ ଆଣିଥିବା ରୂପା ଓ ସୁନାରେ ଠିକ୍ ସେହି ପ୍ରକାର ସାମଗ୍ରୀ ତିଆରି କଲେ।


Swiv nou:

Piblisite


Piblisite