Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 6:2 - ପବିତ୍ର ବାଇବଲ

2 ତେଣୁ ଯିହୋଶୂୟଙ୍କୁ ସଦାପ୍ରଭୁ ପୁଣି ଥରେ କହିଲେ, “ଦେଖ, ଯିରୀହୋ ନଗର ସହିତ ରାଜାମାନଙ୍କୁ ଓ ଶକ୍ତିଶାଳୀ ସୈନ୍ୟମାନଙ୍କୁ ପରାସ୍ତ କରିବାକୁ ମୁଁ ତୁମ୍ଭକୁ ଅନୁମତି ଦେବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ଯିରୀହୋ ନଗର ଓ ତହିଁର ରାଜା ଓ ମହା-ବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କଲୁ।

Gade chapit la Kopi

ଓଡିଆ ବାଇବେଲ

2 ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ଯିରୀହୋ ନଗର ଓ ତହିଁର ରାଜା ଓ ମହା- ବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ଯିରୀହୋ ନଗର ଓ ତହିଁର ରାଜା ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କଲୁ।

Gade chapit la Kopi




ଯିହୋଶୂୟ 6:2
20 Referans Kwoze  

ଆଉ ସେ ସେମାନଙ୍କର ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ଯାହାଫଳରେ ତୁମ୍ଭେ ଆକାଶ ମଣ୍ତଳର ତଳୁ ସେମାନଙ୍କ ନାମ ପୋଛି ଦେବ। ଯେତେବେଳେ ତୁମ୍ଭେ ସେମାନଙ୍କୁ ବିନାଶ କରିବ କେହି ତୁମ୍ଭମାନଙ୍କୁ ଅଟକାଇବାକୁ ସମର୍ଥ ହେବ ନାହିଁ।


ଏହା ପରେ ସଦାପ୍ରଭୁ ଯିହୋଶୂୟକୁ କହିଲେ, “ଭୟ କର ନାହିଁ। ନିରାଶ ହୁଅ ନାହିଁ। ତୁମ୍ଭର ସମସ୍ତ ସୈନ୍ୟଙ୍କ ସହିତ ଅୟକୁ ଯାତ୍ରା କର। ମୁଁ ତୁମ୍ଭର ସହାୟ ହେବି, ଅୟର ରାଜାଙ୍କୁ ପରାସ୍ତ କରିବା ପାଇଁ। ମୁଁ ତୁମ୍ଭକୁ ସେହି ନଗର, ଏହାର ରାଜା ଓ ଏହାର ଲୋକମାନଙ୍କୁ ତୁମ୍ଭକୁ ହସ୍ତାନ୍ତର କରିବି।


ସେମାନେ ଯିହୋଶୂୟଙ୍କୁ କହିଲେ, “ସଦାପ୍ରଭୁ ବାସ୍ତବରେ ଆମ୍ଭକୁ ସମସ୍ତ ଦେଶ ଦାନ କରିଛନ୍ତି। ସେହି ଦେଶରେ ସମସ୍ତ ଲୋକ ଆମ୍ଭକୁ ଭୟ କରୁଛନ୍ତି।”


“ମୁଁ ଜାଣେ, ସଦାପ୍ରଭୁ ଏହି ଦେଶକୁ ତୁମ୍ଭ ଲୋକମାନଙ୍କୁ ଦେଇଛନ୍ତି ଏବଂ ତୁମ୍ଭେମାନେ ଆମ୍ଭଙ୍କୁ ଭୟ ଜନ୍ମାଉଅଛ, ଏହି ସକାଶେ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କୁ ଭୟ କରିଛନ୍ତି।


ଏହିପରି ସେହି ସନ୍ତାନଗଣ ଦେଶରେ ପଶି ଅଧିକାର କଲେ। ଆଉ ତୁମ୍ଭେ ସେମାନଙ୍କ ସମ୍ମୁଖରେ ସେହି ଦେଶବାସୀ କିଣାନୀୟମାନଙ୍କୁ ପରାସ୍ତ କଲ। ସେମାନେ ଯେପରି ନିଜ ଇଚ୍ଛାମତେ ବ୍ୟବହାର କରିବେ। ଏଥିପାଇଁ ସେମାନଙ୍କୁ ଓ ସେମାନଙ୍କ ରାଜଗଣଙ୍କୁ ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସେମାନଙ୍କ ହସ୍ତରେ ସମର୍ପଣ କଲ।


“ଜଣେ ପବିତ୍ର ସ୍ୱର୍ଗଦୂତ ଏହି ଦଣ୍ତ ଘୋଷଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ୟମାନଙ୍କ ଉପରେ ସର୍ବୋପରିସ୍ଥ ପରମେଶ୍ୱର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ୱର ନମ୍ର ଲୋକକୁ ରାଜ୍ୟ ଶାସନ ପାଇଁ ନିଯୁକ୍ତ କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।


ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ୟୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତମାନଙ୍କୁ ସୁବିବେଚନା ଦିଅନ୍ତି।


ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ପଗ୍ଭରିଲେ, “ମୋର ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବା ଉଚିତ୍ କି? ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ପାଇଁ ଆପଣ ମୋତେ ସାହାଯ୍ୟ କରିବେ କି?” ସଦାପ୍ରଭୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ନିଶ୍ଚିତ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବାରେ ସାହାଯ୍ୟ କରିବି।”


ତୁମ୍ଭମାନଙ୍କର ଦେବତା ସେହି କମୋଶ ତୁମ୍ଭମାନଙ୍କୁ ଯେଉଁ ଦେଶ ଦିଅନ୍ତି, ସେହି ଦେଶ ତୁମ୍ଭେମାନେ ଅଧିକାର କରି ପାରିବ। ସେହିପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଅମ୍ମୋନୀୟମାନଙ୍କର ଯେଉଁ ଦେଶ ଦିଅନ୍ତି, ତାହା ଆମ୍ଭେମାନେ ଅଧିକାର କରିବୁ।


କିନ୍ତୁ ସଦାପ୍ରଭୁ ସୀହୋନର ସମସ୍ତ ଲୋକମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ଇସ୍ରାଏଲ ସେମାନଙ୍କୁ ପରାସ୍ତ କଲେ। ଏହିପରି ଭାବରେ ଇସ୍ରାଏଲ ଇମୋରୀୟମାନଙ୍କ ସମସ୍ତ ଦେଶକୁ ବଳପୂର୍ବକ ଅଧିକାର କଲେ।


ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ୱର୍ଗୀୟ ଶକ୍ତି ବଳରେ ପରମେଶ୍ୱର ନିଜ ଇଚ୍ଛାନୁସାରେ ପୃଥିବୀ ନିବାସୀମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି। କେହି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନ ପାରେ ଓ କେହି ତାଙ୍କୁ କିଛି ପ୍ରଶ୍ନ କରି ନ ପାରେ।


“ଚତୁର୍ଥ ରାଜ୍ୟର ରାଜତ୍ୱ ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ହୋଇ ରହିବ। ଆଉ ମଧ୍ୟ ତାହା ଅନ୍ୟ ହାତକୁ ଯିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକୁ ଧ୍ୱଂସ କରି ଦେବ।


“ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ୱର ଆପଣଙ୍କ ପିତା ନବୂଖ‌ଦ୍‌ନିତ୍ସରଙ୍କୁ ରାଜ୍ୟ, ମହିମା, ଗୌରବ ଓ ପ୍ରତାପ ଦେଲେ।


ଯିରୀହୋ ସହର ବନ୍ଦ ଥିଲା ଓ ଜଗା ହୋଇଥିଲା। ସେହି ସହରର ଲୋକମାନେ ଭୟଭୀତ ହୋଇ ଯାଇଥିଲେ। କାରଣ ଇସ୍ରାଏଲର ଲୋକମାନେ ସେହି ସହରର ନିକଟରେ ଥିଲେ, କୌଣସି ଲୋକ ସେହି ସହରର ଭିତରକୁ ପଶୁ ନ ଥିଲେ କି କେହି ମଧ୍ୟ ସହର ଭିତରୁ ବାହାରକୁ ମଧ୍ୟ ଆସୁ ନ ଥିଲେ।


ପ୍ରତ୍ୟେକ ଦିନ ଥରେ ସମସ୍ତ ଯୋଦ୍ଧା ନଗର ଗ୍ଭରିଆଡ଼େ ପ୍ରଦକ୍ଷିଣ କରିବେ। ଏହି ପ୍ରକାର ତୁମ୍ଭେମାନେ ଛଅ ଦିନ ଧରି କରିବା ଉଚିତ୍।


ଯିରୀହୋର ରାଜା 1 ବୈଥେ‌ଲ୍‌ର ନିକଟସ୍ଥ ଅୟର ରାଜା 1


ଏହା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ,


Swiv nou:

Piblisite


Piblisite