Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 6:16 - ପବିତ୍ର ବାଇବଲ

16 ସପ୍ତମ ଥର ନଗର ପ୍ରଦକ୍ଷିଣ କରିବା ବେଳେ ଯାଜକମାନେ ତୂରୀ ବଜାଇଲେ। ଏହି ସମୟରେ ଯିହୋଶୂୟ ନିର୍ଦ୍ଦେଶ ଦେଲେ, “ବର୍ତ୍ତମାନ ଜୟଧ୍ୱନି ଦିଅ। ଯେହେତୁ ସଦାପ୍ରଭୁ ତୁମ୍ଭକୁ ଏ ନଗର ଦାନ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ପୁଣି ଯାଜକମାନେ ସପ୍ତମ ଥର ତୂରୀ ବଜାଇବା ବେଳେ ଯିହୋଶୂୟ ଲୋକମାନଙ୍କୁ କହିଲେ, ଜୟଧ୍ଵନି କର; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏ ନଗର ଦେଲେ।

Gade chapit la Kopi

ଓଡିଆ ବାଇବେଲ

16 ପୁଣି ଯାଜକମାନେ ସପ୍ତମ ଥର ତୂରୀ ବଜାଇବା ବେଳେ ଯିହୋଶୂୟ ଲୋକମାନଙ୍କୁ କହିଲେ, ଜୟଧ୍ୱନି କର; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏ ନଗର ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ପୁଣି ଯାଜକମାନେ ସପ୍ତମ ଥର ତୂରୀ ବଜାଇବା ବେଳେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ଜୟଧ୍ୱନି କର; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏ ନଗର ଦେଲେ।

Gade chapit la Kopi




ଯିହୋଶୂୟ 6:16
6 Referans Kwoze  

ଏହା ପରେ ଯିହୁଦାର ଲୋକମାନେ ଜୋ‌ର୍‌ରେ ଚିତ୍କାର କଲେ। ଯିହୁଦାର ଲୋକମାନେ ଯେତେବେଳେ ଜୋ‌ର୍‌ରେ ଚିତ୍କାର କଲେ, ପରମେଶ୍ୱର ଯାରବିୟାମଙ୍କ ସୈନ୍ୟଦଳକୁ ପରାସ୍ତ କଲେ। ଇସ୍ରାଏଲରୁ ଆଗତ ଯାରବିୟା‌ମଙ୍କ ସମସ୍ତ ସୈନ୍ୟଦଳ ଯିହୁଦାରୁ ଆଗତ ଅବିୟଙ୍କ ସୈନ୍ୟଦଳ ଦ୍ୱାରା ପରାସ୍ତ ହେଲେ।


ସମସ୍ତ ଯାଜକମାନେ ମେଷ ତୂରୀରେ ଦୀର୍ଘ ଧ୍ୱନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୂରୀ ଶବ୍ଦ ଶୁଣିବ ସେତେବେଳେ ସମସ୍ତ ଲୋକ ମହାଜୟ ଧ୍ୱନିରେ ଜୟଧ୍ୱନି କରିବେ ଏବଂ ପ୍ରାଚୀର ପଡ଼ିଯିବ ଓ ସମସ୍ତ ଲୋକମାନେ ସିଧା ନଗରକୁ ଯିବାକୁ ସକ୍ଷମ ହେବେ।”


ସପ୍ତମ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସେମାନେ ସହରକୁ ସାତଥର ପରିକ୍ରମା କଲେ। ପୂର୍ବଥର ଯେଉଁ ପଥରେ ପରିକ୍ରମା କରିଥିଲେ, ଏଥର ମଧ୍ୟ ସେହି ପଥଦେଇ ଗଲେ। କିନ୍ତୁ ସେହି ଦିନ ସେମାନେ ସାତଥର ନଗର ପରିକ୍ରମା କଲେ।


ଅବିୟଙ୍କ ସୈନ୍ୟଦଳରେ ଥିବା ଯିହୁଦାର ସୈନ୍ୟଗଣ ଯେତେବେଳେ ଚତୁର୍ଦ୍ଦିଗକୁ ଗ୍ଭହିଁଲେ, ସେମାନେ ଦେଖିଲେ ଯେ, ଯାରବିୟା‌ମଙ୍କ ସୈନ୍ୟଦଳ ସମ୍ମୁଖରୁ ଓ ପଶ୍ଚାତ୍‌ରୁ ଉଭୟ ପାର୍ଶ୍ୱରୁ ଆକ୍ରମଣ କରୁଛନ୍ତି। ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ନିକଟରେ ପାଟି କରି ଡାକ ପକାଇଲେ ଓ ଯାଜକମାନେ ତୂରୀ ବଜାଇଲେ।


Swiv nou:

Piblisite


Piblisite