Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 5:14 - ପବିତ୍ର ବାଇବଲ

14 ଅସ୍ତ୍ର ଧରିଥିବା ଲୋକଟି ଉତ୍ତର ଦେଲା, “ମୁଁ ତୁମ୍ଭର ଶତ୍ରୁ ନୁହେଁ, ମୁଁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଅଟେ। ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସିଲି।” ଏହା ପରେ ଯିହୋଶୂୟ ସମ୍ମାନ ଜଣାଇ ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ସେ କହିଲେ, “ମୋର ପ୍ରଭୁ ତାଙ୍କର ଦାସ ମୋ’ ପାଇଁ କିଛି ବାର୍ତ୍ତା ପଠାଇଛନ୍ତି କି?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ତହୁଁ ସେ କହିଲେ, ନା; ମାତ୍ର ଆମ୍ଭେ ସଦାପ୍ରଭୁଙ୍କ ସୈନ୍ୟର ସେନାପତି, ଏବେ ଆସିଲୁ; ତହିଁରେ ଯିହୋଶୂୟ ଭୂମିରେ ମୁହଁ ମାଡ଼ି ପଡ଼ି ପ୍ରଣାମ କରି ତାହାଙ୍କୁ କହିଲେ, ମୋହର ପ୍ରଭୁ ଆପଣା ଦାସକୁ କି ଆଜ୍ଞା ଦେଉଅଛନ୍ତି?

Gade chapit la Kopi

ଓଡିଆ ବାଇବେଲ

14 ତହୁଁ ସେ କହିଲେ, ନା; ମାତ୍ର ଆମ୍ଭେ ସଦାପ୍ରଭୁଙ୍କ ସୈନ୍ୟର ସେନାପତି, ଏବେ ଆସିଲୁ; ତହିଁରେ ଯିହୋଶୂୟ ଭୂମିରେ ମୁହଁମାଡ଼ି ପଡ଼ି ପ୍ରଣାମ କରି ତାହାଙ୍କୁ କହିଲେ, ମୋହର ପ୍ରଭୁ ଆପଣା ଦାସକୁ କି ଆଜ୍ଞା ଦେଉ ଅଛନ୍ତି ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତହୁଁ ସେ କହିଲେ, “ନା; ମାତ୍ର ଆମ୍ଭେ ସଦାପ୍ରଭୁଙ୍କ ସୈନ୍ୟର ସେନାପତି, ଏବେ ଆସିଲୁ;” ତହିଁରେ ଯିହୋଶୂୟ ଭୂମିରେ ମୁହଁ ମାଡ଼ି ପଡ଼ି ପ୍ରଣାମ କରି ତାହାଙ୍କୁ କହିଲେ, “ମୋହର ପ୍ରଭୁ ଆପଣା ଦାସକୁ କି ଆଜ୍ଞା ଦେଉଅଛନ୍ତି?”

Gade chapit la Kopi




ଯିହୋଶୂୟ 5:14
35 Referans Kwoze  

ଦେଖ, ଆମ୍ଭେ ତାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀରୂପେ, ଗୋଷ୍ଠୀବର୍ଗରେ ଶାସକ ଓ ଆଜ୍ଞାଦାତା ରୂପେ ନିଯୁକ୍ତ କରିଅଛୁ।”


ତହିଁରେ ଅବ୍ରାମ ପରମେଶ୍ୱରଙ୍କଠାରେ ମଥାନତ କଲେ। ପରମେଶ୍ୱର ତାଙ୍କୁ କହିଲେ,


ଗୀତସଂହିତାରେ ଦାଉଦ ନିଜେ କହିଛନ୍ତି: ‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁ ଖ୍ରୀଷ୍ଟଙ୍କୁ କହିଲେ, ମୋର ଡାହାଣ ପଟେ ମୋ’ ପାଖରେ ବସ।


ସେହି ଲୋକଟି ଦର୍ଶନରେ କହିଲେ, “ଦାନିୟେଲ, ସେ ସମୟରେ ତୁମ୍ଭ ଲୋକ ଯିହୁଦୀଙ୍କ, ତତ୍ତ୍ୱାବଧାରକ ରୂପେ ମୀଖାୟେଲ ମୁଖ୍ୟ ଅଧିପତିରୂପେ ଠିଆ ହେବେ। ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳ ଆରମ୍ଭରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର କାଳ କେବେ ହୋଇ ନାହିଁ। ଆଉ ତୁମ୍ଭ ଯିହୁଦୀୟ ଗୋଷ୍ଠୀୟ ଯେଉଁ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକ ସେ ସମୟରେ ଉଦ୍ଧାର ପାଇବେ।


ମାତ୍ର ପାରସ୍ୟ ରାଜ୍ୟର ରାଜକୁମାର ଏକୋଇଶ ଦିନ ପର୍ଯ୍ୟନ୍ତ ଆମ୍ଭକୁ ବାଧା ଦେଲା, ଆଉ ଦୂତମାନଙ୍କ ମଧ୍ୟରେ ପ୍ରଧାନ ମୀଖାୟେଲ ମୋତେ ସାହାଯ୍ୟ କରିବାକୁ ଆସିଲେ। କାରଣ ପାରସ୍ୟର ରାଜକୁମାର ମୋତେ ପଛରୁ ଟାଣି ଧରିଥିଲା।


ଏହିପରି ସମୟରେ ସ୍ୱର୍ଗରେ ଯୁଦ୍ଧ ହେଲା। ମୀଖାୟେଲ ଓ ତାହାଙ୍କର ଦୂତଗଣ ସେହି ସାପ ଓ ତାହାର ଦୂତମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସାପ ତା'ର ଦୂତମାନଙ୍କ ସହତ ପ୍ରତିଯୁଦ୍ଧ କଲା।


ଥୋମା ଯୀଶୁଙ୍କୁ କହିଲେ, “ମୋର ପ୍ରଭୁ, ମୋର ପରମେଶ୍ୱର।”


“ପ୍ରଭୁ ମୋର ପ୍ରଭୁ ଖ୍ରୀଷ୍ଟଙ୍କୁ କହିଥିଲେ, ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ନିୟନ୍ତ୍ରଣରେ ଦେବି ଏବଂ ତୁମ୍ଭେ ମୋର ଡାହାଣ ପଟେ ବସିବ।”


ସେମାନଙ୍କ ଭିତରୁ ଜଣେ କୁଷ୍ଠରୋଗୀ ଆସି ଯୀଶୁଙ୍କ ଆଗରେ ଆଣ୍ଠୁ ମାଡ଼ି ବସିପଡ଼ି କହିଲା, “ପ୍ରଭୁ, ଆପଣ ଗ୍ଭହିଁଲେ ମୋତେ ଭଲ କରିଦେଇ ପାରିବେ।”


ମାତ୍ର ପବିତ୍ର ପୁସ୍ତକରେ ଯାହା ଲିଖିତ ଅଛି ଆମ୍ଭେ ତୁମ୍ଭକୁ ଜଣାଇବୁ। କେବଳ ମୀଖାୟେଲ ମୋତେ ସେହି ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ସାହାଯ୍ୟ କରିବା ପାଇଁ ସେଠାରେ ଅଛନ୍ତି। ମୀଖାୟେଲ ହେଉଛନ୍ତି ତୁମ୍ଭର ଲୋକମାନଙ୍କର ରାଜକୁମାର।


ତା'ପରେ ମୁଁ ସଦାପ୍ରଭୁଙ୍କର ସ୍ୱର ଶୁଣିଲି। ସେ କହିଲେ, “ମୁଁ କାହାକୁ ପଠାଇବି? କିଏ ଆମ୍ଭମାନଙ୍କ ପାଇଁ ଯିବ?” ତେଣୁ ମୁଁ କହିଲି, “ମୁଁ ଏଠାରେ ଅଛି! ମୋତେ ପଠାଅ!”


“ତୁମ୍ଭେମାନେ ଏହି ମଣ୍ତଳୀ ମଧ୍ୟରୁ ଉଠିଯାଅ, ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା।” ଏଥିରେ ମୋଶା ଓ ହାରୋଣ ମୁହଁ ମାଡ଼ି ପଡ଼ିଲେ।


ପରମେଶ୍ୱର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। ସମସ୍ତ ବିଷୟ ଗୁଡ଼ିକ ତାହାଙ୍କ ଗୌରବ ପାଇଁ ଉଦ୍ଧିଷ୍ଟ। ଅନେକ ଲୋକ ଯେପରି ତାହାଙ୍କ ଗୌରବରେ ପ୍ରବେଶ କରନ୍ତି ଏହା ଇଚ୍ଛା କରି ସେ ଯୀଶୁଙ୍କୁ ଦୁଃଖ ଭୋଗ ମାଧ୍ୟମରେ ସିଦ୍ଧ କଲେ, ତହିଁରେ ସେ ଲୋକମାନଙ୍କୁ ପରିତ୍ରାଣର ମାର୍ଗ ଦେଖାଇଲେ।


ମୁଁ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହେତୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନେକରେ, ସେଗୁଡ଼ିକ ମୋ’ ପାଇଁ ମୂଲ୍ୟହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ୟାଗ କରିଛି। ମୁଁ ଏବେ ଜାଣେ ଯେ ସେଗୁଡ଼ିକ ମୂଲ୍ୟହୀନ ସଢ଼ାକୁଟା ପରି।


ଏବେ ଉଠ ଓ ନଗରକୁ ଯାଅ। ସେଠାରେ ତୁମ୍ଭକୁ କ’ଣ କରିବାକୁ ହେବ, ତାହା ତୁମ୍ଭକୁ ଜଣେ କହିବେ।”


ତୁମ୍ଭେ ମୋ’ ପ୍ରଭୁଙ୍କ ମା ଏବଂ ତୁମ୍ଭେ ମୋ’ ପାଖକୁ ଆସିଛ! ମୋ’ ପାଇଁ ଏତେ ବଡ଼ ଭଲ ଘଟଣା କାହିଁକି ଘଟିଲା?


ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ, “ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ। ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।”


ପୁଣି ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ଯଜ୍ଞବେଦି ଉପରିସ୍ଥ ହୋମବଳି ଓ ମେଦକୁ ଭସ୍ମ କଲା। ସେତେବେଳେ ସମସ୍ତ ଲୋକ ତାହା ଦେଖି ଉଚ୍ଚଧ୍ୱନି କରି ଭୂମିରେ ମଥାନତ କରି ପଡ଼ିଲେ।


କିନ୍ତୁ ମୋଶା ସଦାପ୍ରଭୁଙ୍କୁ କହିଲେ, “ହେ ସଦାପ୍ରଭୁ, କଥା କହିବାର ଗ୍ଭତୁର୍ଯ୍ୟ ମୋ'ଠାରେ ନାହିଁ। ଏବଂ ଅତୀତରେ ମୁଁ ଜଣେ ଉତ୍ତମ ବକ୍ତା ନ ଥିଲି। ବର୍ତ୍ତମାନ ମଧ୍ୟ ମୁଁ ଜଣେ ଉତ୍ତମ ବକ୍ତା ନୁହେଁ, ଯଦିଓ ତୁମ୍ଭେ ମୋତେ କହିଲ। ତୁମ୍ଭେ ଜାଣିଛ ଯେ, ମୁଁ ବହୁତ ଧିର କହେ ଏବଂ ଉତ୍ତମ ଶବ୍ଦ ବ୍ୟବହାର କରି ପାରିବି ନାହିଁ।”


ଅବ୍ରହାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, “କ’ଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କ’ଣ ସାରା ନବେ ବର୍ଷରେ ପିଲା ଧାରଣ କରି ପାରିବ?”


ଥରେ ଯୀଶୁ ଗୋଟିଏ ନଗରରେ ଥିଲେ। ସେଠାରେ ଦେହସାରା କୁଷ୍ଠ ହୋଇ ଯାଇଥିବା ଲୋକଟିଏ ରହୁଥିଲା। ଯେତେବେଳେ ସେ ଯୀଶୁଙ୍କୁ ଦେଖିଲା, ତାହାଙ୍କୁ ପ୍ରଣାମ କରି ଅନୁରୋଧ କଲା, “ହେ ପ୍ରଭୁ! ମୋତେ ସୁସ୍ଥ କରିଦିଅ। ମୁଁ ଜାଣେ ଯେ ତୁମ୍ଭେ ଇଚ୍ଛା କଲେ ମୋତେ ସୁସ୍ଥ କରିଦେଇ ପାରିବ।”


ତହୁଁ ସେମାନେ ମୁହଁ ମାଡ଼ି ପଡ଼ି କହିଲେ, “ହେ ପରମେଶ୍ୱର, ତୁମ୍ଭେ ଜାଣ ସମସ୍ତ ଲୋକମାନେ କ’ଣ ଚିନ୍ତା କରୁଛନ୍ତି, ଯଦି ମଣ୍ତଳୀର କେହି ପାପ କରେ, ସମସ୍ତ ମଣ୍ତଳୀକୁ ଉତ୍ପିଡ଼ୀନ କରିବା ଉଚିତ୍ କି?”


କିନ୍ତୁ ମୋଶା କହିଲେ, “ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ବିନୟ କରୁଅଛି ମୋତେ ନ ପଠାଇ ଅନ୍ୟ ଜଣକୁ ପଠାଅ।”


କିଏ ସେହି ଗୌରବମୟ ରାଜା? ସୈନ୍ୟାଧିପତି ସଦାପ୍ରଭୁ ସେହି ଗୌରବମୟ ରାଜା ଅଟନ୍ତି। ସେଲା


ଏଥିରେ ସଦାପ୍ରଭୁ ବିଲିୟମର ଚକ୍ଷୁ ଖୋଲି ଦେଲେ ଏବଂ ସେ ସଦାପ୍ରଭୁଙ୍କ ଦୂତକୁ ପଥ ମଧ୍ୟରେ ଖ‌ଡ଼୍‌ଗ ଧାରଣ କରି ଛିଡ଼ା ହୋଇଥିବା ଦେଖିଲା। ତହିଁରେ ସେ ହତାଶ ହୋଇ ଭୂମିରେ ପଡ଼ି ଗଲା।


ଏହା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ,


ସଦାପ୍ରଭୁ ମୋର ମୁନିବ, କେବଳ ମୁଁ ଜଣେ ତୁମ୍ଭର ସେବକ। ତଥାପି ତୁମ୍ଭେ ମୋର ଭବିଷ୍ୟଦ୍ ବଂଶଧର ପ୍ରତି ଏହି ସହାନୁଭୁତି ବାକ୍ୟ କହିଲ। ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ସର୍ବଦା ଏପରି ଲୋକମାନଙ୍କୁ କୁହ ନାହିଁ, କୁହ କି?


ଏଣୁ ଦାଉଦ ତୁମ୍ଭକୁ ଆଉ କ’ଣ କହିପାରେ? କାରଣ ହେ ପ୍ରଭୁ, ତୁମ୍ଭେ ଆପଣା ଦାସକୁ ଜାଣୁ ଅଛ।


ତେଣୁ ମୁଁ ଉଠି ପଡ଼ିଲି ଏବଂ ଉପତ୍ୟକାକୁ ଗଲି ସଦାପ୍ରଭୁଙ୍କର ମହିମା ସେ ସ୍ଥାନରେ ଠିଆ ହୋଇଥିଲା। ଏବଂ କବାର ନଦୀ କୂଳରେ ମୁଁ ଯେଉଁ ମହିମା ଦେଖିଥିଲି, ଏହା ହିଁ ତାହା ଥିଲା। ତେଣୁ ମୁଁ ମୁହଁ ମାଡ଼ି ଭୂମିରେ ପଡ଼ି ରହିଲି।


ଆଉ ସେହି ଶିଙ୍ଗଟି ଅତି ବଳିଷ୍ଠ ହୋଇ ପରମେଶ୍ୱରଙ୍କ ସ୍ୱର୍ଗୀୟ ସୈନ୍ୟମାନଙ୍କ ଦଳପତି ବିରୁଦ୍ଧରେ ଗଲା, ଏହା ତାଙ୍କଠାରୁ ଦୈନନ୍ଦିନ ହୋମାର୍ଥକ ବଳି ଛଡ଼େଇ ନେଲା ଓ ମନ୍ଦିରକୁ ଧ୍ୱଂସ କଲା।


Swiv nou:

Piblisite


Piblisite