Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 3:17 - ପବିତ୍ର ବାଇବଲ

17 ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ନେଇ ଯାଉଥିବା ଯାଜକଗଣ ଦୃଢ଼ ଭାବରେ ଯର୍ଦ୍ଦନ ନଦୀର ମଝିରେ ଅଟକି ଗଲେ, ଯେପର୍ଯ୍ୟନ୍ତ ଇସ୍ରାଏଲର ସମସ୍ତ ଲୋକ ଶୁଖିଲା ଭୂମିରେ ନଦୀ ପାର ହୋଇ ନାହାନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଆଉ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଯାଜକମାନେ ଯର୍ଦ୍ଦନ ମଧ୍ୟରେ ଶୁଷ୍କ ଭୂମିରେ ସ୍ଥିର ରୂପେ ସ୍ଥଗିତ ରହିଲେ; ତହିଁରେ ସମୁଦାୟ ଇସ୍ରାଏଲ ଗୋଷ୍ଠୀ ନିଃଶେଷ ରୂପେ ଯର୍ଦ୍ଦନ ପାର ହେବାଯାଏ ସମସ୍ତେ ଶୁଷ୍କ ଭୂମି ଦେଇ ପାର ହୋଇଗଲେ।

Gade chapit la Kopi

ଓଡିଆ ବାଇବେଲ

17 ଆଉ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଯାଜକମାନେ ଯର୍ଦ୍ଦନ ମଧ୍ୟରେ ଶୁଷ୍କ ଭୂମିରେ ସ୍ଥିର ରୂପେ ସ୍ଥଗିତ ରହିଲେ; ତହିଁରେ ସମୁଦାୟ ଇସ୍ରାଏଲ ଗୋଷ୍ଠୀ ନିଃଶେଷ ରୂପେ ଯର୍ଦ୍ଦନ ପାର ହେବାଯାଏ ସମସ୍ତେ ଶୁଷ୍କ ଭୂମି ଦେଇ ପାର ହୋଇଗଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଆଉ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଯାଜକମାନେ ଯର୍ଦ୍ଦନ ମଧ୍ୟରେ ଶୁଷ୍କ ଭୂମିରେ ସ୍ଥିର ରୂପେ ସ୍ଥଗିତ ରହିଲେ; ତହିଁରେ ସମୁଦାୟ ଇସ୍ରାଏଲ ଗୋଷ୍ଠୀ ନିଃଶେଷ ରୂପେ ଯର୍ଦ୍ଦନ ପାର ହେବା ଯାଏ ସମସ୍ତେ ଶୁଷ୍କ ଭୂମି ଦେଇ ପାର ହୋଇଗଲେ।

Gade chapit la Kopi




ଯିହୋଶୂୟ 3:17
14 Referans Kwoze  

ମାତ୍ର ଇସ୍ରାଏଲର ଲୋକମାନେ ଶୁଷ୍କ ଭୂମିରେ ଗମନ କଲେ। ସମୁଦ୍ରର ଜଳ ସେମାନଙ୍କର ବାମ ଓ ଡାହାଣ ପାର୍ଶ୍ୱରେ କାନ୍ଥପରି ଛିଡ଼ା ହୋଇ ରହିଲା।


ଇସ୍ରାଏଲୀୟମାନେ ଶୁଷ୍କ ଭୂମିରେ ସମୁଦ୍ର ମଧ୍ୟଦେଇ ଗଲେ। ସମୁଦ୍ରର ଜଳଭାଗ ଦୁଇଟି କାନ୍ଥ ପରି ସେମାନଙ୍କର ବାମପଟେ ଓ ଦକ୍ଷିଣ ପଟେ ରହିଲା।


ପରମେଶ୍ୱର ପର୍ଯ୍ୟାୟକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ। ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଗ୍ଭଲିଲେ।


ମାତ୍ର ଅନନ୍ତକାଳ ପାଇଁ ଦୂରୀଭୂତ ହେବ। ମୋର ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖମଣ୍ଡଳରୁ ଲୋତକ ପୋଛି ଦେବେ। ଅତୀତରେ ଲୋକଙ୍କର ଯେଉଁ ଦୁଃଖ ଥିଲା, ପରମେଶ୍ୱର ସେ ସମସ୍ତ ଦୁଃଖକୁ ପୃଥିବୀରୁ ପୋଛି ଦେବେ। ଏ ସମସ୍ତ ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି।


ଏଲିୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଠିଆ ହୋଇ ପାଣିକୁ ଆଘାତ କଲେ। ତହିଁରେ ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଓ ସେ ଦୁହେଁ ଶୁଷ୍କ ଭୂମି ଦେଇ ନଦୀ ପାର ହେଲେ।


ଏହିପରି ଭାବେ ସେମାନଙ୍କୁ ଆଦେଶ ଦିଅ, ଯେଉଁଠାରେ ଯାଜକଗଣ ନଦୀ ମଝିରେ ଛିଡ଼ା ହୋଇଥିଲେ ବାରଟି ଶିଳାଖଣ୍ତ ସଂଗ୍ରହ କର। ତୁମ୍ଭ ସହିତ ସେହି ବାରଟି ଶିଳାଖଣ୍ଡକୁ ବହିନିଅ। ତୁମ୍ଭେ ଯେଉଁଠାରେ ରାତି କଟାଇବାକୁ ଯୋଜନା କରିଛ, ସେଗୁଡ଼ିକ ସେଠାରେ ରଖ।”


ବିଶ୍ୱାସଥିବା ହେତୁ ହିଁ ମୋଶାଙ୍କ ନେତୃତ୍ୱରେ ସମସ୍ତେ ସୁଫସାଗର ମଧ୍ୟଦେଇ ଶୁଖିଲା ଭୂଇଁ ଥିଲା ଭଳି ଗ୍ଭଲିଗ୍ଭଲି ପାର ହୋଇଗଲେ। ଯେତେବେଳେ ମିଶରଦେଶର ଲୋକେ ସୁଫସାଗର ଦେଇ ଯିବା ପାଇଁ ଚେଷ୍ଟା କଲେ ସେମାନେ ବୁଡ଼ି ଗଲେ।


ମୋଶା ତାଙ୍କର ଆଶାବାଡ଼ି ସୂଫସମୁଦ୍ର ଉପରେ ବୁଲାଇବାରୁ ସଦାପ୍ରଭୁ ପୂର୍ବଦିଗରୁ ରାତିସାରା ପ୍ରଚଣ୍ଡ ବେଗରେ ପବନ ସମୁଦ୍ର ଉପରେ ବୁହାଇଲେ। ପାଣି ଦୁଇ ଭାଗ ହୋଇଗଲା ଏବଂ ସମୁଦ୍ର ମଧ୍ୟ ଶୁଷ୍କ ଭୂମିରେ ପରିଣତ ହୋଇଗଲା।


“ଇସ୍ରାଏଲ ଲୋକମାନଙ୍କୁ କୁହ, ‘ଯେତେବେଳେ ତୁମ୍ଭେମାନେ ଯର୍ଦ୍ଦନ ନଦୀ ପାରହେବ ଏବଂ କିଣାନ ଦେଶରେ ପ୍ରବେଶ କରିବ,


ସମସ୍ତ ଲୋକ ଯର୍ଦ୍ଦନ ନଦୀ ପାର ହୋଇ ସାରିବା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ,


ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ, ‘ଏହି ଶିଳାଖଣ୍ତଗୁଡ଼ିକ ଅତୀତର ସ୍ମୃତି, କିପରି ଇସ୍ରାଏଲର ଲୋକମାନେ ଶୁଖିଲା ଭୂମିରେ ଯର୍ଦ୍ଦନ ନଦୀ ପାର ହୋଇଥିଲେ।


ସଦାପ୍ରଭୁ ଯିହୋଶୂୟଙ୍କୁ ନିର୍ଦ୍ଦେଶ କରିଥିଲେ, ଲୋକମାନଙ୍କୁ କହିବା ପାଇଁ, ଯାହା ମୋଶା ଯିହୋଶୂୟଙ୍କୁ କହିଥିଲେ। ତେଣୁ ଯାଜକମାନେ ଯେଉଁମାନେ ସଦାପ୍ରଭୁଙ୍କର ସିନ୍ଦୁକ ବହୁଥିଲେ, ସମସ୍ତ ଇସ୍ରାଏଲ ଲୋକମାନେ ନଦୀ ପାର ନ ହେବା ପର୍ଯ୍ୟନ୍ତ, ସେମାନେ ସେହି ନଦୀ ଶଯ୍ୟାରେ ଠିଆ ହୋଇ ରହିଲେ।


ଯେତେବେଳେ ସମସ୍ତ ଲୋକମାନେ ନଦୀ ପାର ହୋଇଗଲେ, ଏହା ପରେ ଯାଜକଗଣ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଯର୍ଦ୍ଦନ ନଦୀ ପାର ହୋଇଗଲେ।


ଇସ୍ରାଏଲର ଲୋକମାନେ ନଦୀ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଯର୍ଦ୍ଦନ ନଦୀକୁ ଶୁଷ୍କ ରଖିଲେ। ଯେତେବେଳେ ଯର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରୀୟ ରାଜାମାନେ ଓ ଭୂମଧ୍ୟ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାମାନେ ଏହା ଶୁଣିଲେ, ସେତେବେଳେ ସେମାନଙ୍କର ହୃଦୟ ତରଳି ଗଲା ଓ ଇସ୍ରାଏଲୀୟମାନଙ୍କୁ ସମ୍ମୁଖୀନ ହେବା ସକାଶେ ସେମାନେ ସେମାନଙ୍କର ସାହସ ହରାଇଲେ।


Swiv nou:

Piblisite


Piblisite