Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 24:32 - ପବିତ୍ର ବାଇବଲ

32 ଯେତେବେଳେ ଇସ୍ରାଏଲବାସୀମାନେ ମିଶରକୁ ପରିତ୍ୟାଗ କଲେ। ସେତେବେଳେ ଯୋଷେଫଙ୍କ ଅସ୍ଥିସବୁ ତାଙ୍କ ସହିତ ନେଇ ଆସିଥିଲେ। ତେଣୁ ଲୋକମାନେ ଯୋଷେଫଙ୍କର ସେହି ଅସ୍ଥିକୁ ଶିଖିମଠାରେ କବର ଦେଲେ। ସେମାନେ ତାଙ୍କର ଅସ୍ଥିକୁ ସେହି ଭୂମିରେ କବର ଦେଲେ, ଯେଉଁ ସ୍ଥାନ ଶିଖିମର ପିତା ହାମୋରସନ୍ତାନମାନଙ୍କଠାରୁ କ୍ରୟ କରିଥିଲେ। ଯାକୁବ ସେହି ଭୂମିକୁ ଏକ ଶହ ରୌପ୍ୟ ମୁଦ୍ରାରେ କ୍ରୟ କରିଥିଲେ। ଏହି ଭୂମି ଯୋଷେଫଙ୍କର ସନ୍ତାନମାନଙ୍କ ଅଧିକାରରେ ରହିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ପୁଣି ଯାକୁବ ଏକ ଶହ ରୌପ୍ୟମୁଦ୍ରାରେ ଶିଖିମର ପିତା ହମୋର ସନ୍ତାନମାନଙ୍କଠାରୁ ଯେଉଁ ଭୂମି କ୍ରୟ କରିଥିଲେ, ଶିଖିମସ୍ଥିତ ସେହି ଭୂମିଖଣ୍ତରେ ଇସ୍ରାଏଲ-ସନ୍ତାନଗଣ ଯୋଷେଫଙ୍କର ଯେଉଁ ଅସ୍ଥି ମିସରରୁ ଆଣିଥିଲେ, ତାହା ପୋତିଲେ, ଆଉ ତାହା ଯୋଷେଫ-ସନ୍ତାନମାନଙ୍କ ଅଧିକାର ହେଲା।

Gade chapit la Kopi

ଓଡିଆ ବାଇବେଲ

32 ପୁଣି ଯାକୁବ ଏକ ଶହ ରୌପ୍ୟ ମୁଦ୍ରାରେ ଶିଖିମର ପିତା ହମୋର ସନ୍ତାନମାନଙ୍କଠାରୁ ଯେଉଁ ଭୂମି କ୍ରୟ କରିଥିଲେ, ଶିଖିମ୍‍ସ୍ଥିତ ସେହି ଭୂମିଖଣ୍ଡରେ ଇସ୍ରାଏଲ ସନ୍ତାନଗଣ ଯୋଷେଫଙ୍କର ଯେଉଁ ଅସ୍ଥି ମିସରରୁ ଆଣିଥିଲେ, ତାହା ପୋତିଲେ, ଆଉ ତାହା ଯୋଷେଫ-ସନ୍ତାନମାନଙ୍କ ଅଧିକାର ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ପୁଣି ଯାକୁବ ଏକ ଶହ ରୌପ୍ୟ ମୁଦ୍ରାରେ ଶିଖିମର ପିତା ହମୋର ସନ୍ତାନମାନଙ୍କଠାରୁ ଯେଉଁ ଭୂମି କ୍ରୟ କରିଥିଲେ, ଶିଖିମସ୍ଥିତ ସେହି ଭୂମିଖଣ୍ଡରେ ଇସ୍ରାଏଲ-ସନ୍ତାନଗଣ ଯୋଷେଫଙ୍କର ଯେଉଁ ଅସ୍ଥି ମିସରରୁ ଆଣିଥିଲେ, ତାହା ପୋତିଲେ, ଆଉ ତାହା ଯୋଷେଫ-ସନ୍ତାନମାନଙ୍କ ଅଧିକାର ହେଲା।

Gade chapit la Kopi




ଯିହୋଶୂୟ 24:32
9 Referans Kwoze  

ଆଉ ଯୋଷେଫ ଇସ୍ରାଏଲଙ୍କର ବଂଶଧରମାନଙ୍କୁ ତାଙ୍କଠାରେ ପ୍ରତିଜ୍ଞା କରାଇଲେ। ସେ କହିଲେ, “ପରମେଶ୍ୱର ନିଶ୍ଚିତ ଭାବରେ ତୁମ୍ଭମାନଙ୍କର ଯତ୍ନ ନେବେ। ସେ ତୁମ୍ଭକୁ ତୁମ୍ଭର ଦେଶକୁ ଆଗେଇ ନେବେ। ସେହି ସମୟରେ ମୋର ଅସ୍ଥି ତୁମ୍ଭେମାନେ ନେଇଯିବ।”


ଏହା ପରେ ଶିଖିମର ପିତା ହମୋରର ସନ୍ତାନମାନଙ୍କୁ ଏକଶ କସୀତା ନାମକ ରୌପ୍ୟ ମୁଦ୍ରାଦେଇ ସେହି ତମ୍ବୁ ସ୍ଥାନଟିକୁ କିଣିଲେ।


ମୋଶା ଯୋଷେଫଙ୍କର ଅସ୍ଥି ସାଙ୍ଗରେ ନେଇ ଆସିଲେ। ଯୋଷେଫଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କର ପୁତ୍ରମାନଙ୍କୁ ପ୍ରତିଜ୍ଞା କରାଇଥିଲେ, ଏପରି କରିବା ପାଇଁ। ଯୋଷେଫ କହିଥିଲେ, “ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା କରିବେ। ମନେରଖ ତୁମ୍ଭେମାନେ ମୋର ଅସ୍ଥି ତୁମ୍ଭମାନଙ୍କ ସହିତ ମିଶରରୁ ନେଇଯିବ।”


ସେମାନଙ୍କୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରହାମ ହମୋରର ପୁତ୍ରମାନଙ୍କ ପାଖରୁ କିଛି ରୂପାଟଙ୍କା ଦେଇ କିଣିଥିଲେ।


ବିଶ୍ୱାସ ଦ୍ୱାରା ହଁ, ନିଜର ଶେଷ ସମୟ ନିକଟ ହେବା ପୂର୍ବରୁ ଯୋଷେଫ ଇସ୍ରାଏଲ ନିବାସୀମାନଙ୍କର ମିଶର ଦେଶରୁ ନିର୍ଗମନ ବିଷୟରେ, ତାହାଙ୍କ ମୃତ୍ୟୁ ପରେ ତାହାଙ୍କୁ କିପରି କବର ଦେବେ, ସେ ବିଷୟରେ କହିଥିଲେ।


ଯୀଶୁ ଶମିରୋଣର ସୁଖାରରେ ଆସି ପହଞ୍ଚିଲେ। ଏହି ନଗରଟି ଯାକୁବ ତାହାଙ୍କ ପୁତ୍ର ଯୋଷେଫଙ୍କୁ ଦେଇଥିବା ଜମି ପାଖରେ ଥିଲା।


ମୁଁ ତୁମ୍ଭକୁ ଯାହାକିଛି ଦେଲି ତୁମ୍ଭ ଭାଇମାନଙ୍କୁ ଦେଇ ନ ଥିଲି, ମୁଁ ଆପଣା ଖ‌‌‌‌ଡ଼୍‌‌‌‌ଗ ଓ ଧନୁ ଦ୍ୱାରା ଇମୋରୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭାତୃଗଣ ଅପେକ୍ଷା ସେହି ଅଧିକ ଅଂଶ ତୁମ୍ଭକୁ ଦେଲି।”


ତା'ପରେ ଯାକୁବ ମିଶର ଦେଶକୁ ଗଲେ। ସେଠାରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ୟୁ ବରଣ କଲେ।


ଏହା ପରେ ଯୋଷେଫ ତାଙ୍କର ସମ୍ପର୍କୀୟମାନଙ୍କୁ କହିଲେ, “ମୁଁ ମରୁଅଛି, ମାତ୍ର ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ଯତ୍ନ ନେବେ। ତା'ପରେ ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ନେବେ ଏବଂ ଯେଉଁ ଦେଶ ଦେବା ପାଇଁ ସେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କ ନିକଟରେ ଶପଥ କରିଅଛନ୍ତି, ସେଠାକୁ ତୁମ୍ଭମାନଙ୍କୁ ଆଗେଇ ନେବେ।”


Swiv nou:

Piblisite


Piblisite