Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 24:29 - ପବିତ୍ର ବାଇବଲ

29 ଏହା ପରେ ନୂନର ପୁତ୍ର, ସଦାପ୍ରଭୁଙ୍କର ସେବକ ଯିହୋଶୂୟଙ୍କର ମୃତ୍ୟୁ ହେଲା। ତାଙ୍କୁ ସେତେବେଳେ 110 ବର୍ଷ ହୋଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ଏ ସକଳ ଘଟନା ଉତ୍ତାରେ ସଦାପ୍ରଭୁଙ୍କ ସେବକ ନୂନର ପୁତ୍ର ଯିହୋଶୂୟ ଏକ ଶହ ଦଶ ବର୍ଷ ବୟସ୍କ ହୋଇ ମଲେ।

Gade chapit la Kopi

ଓଡିଆ ବାଇବେଲ

29 ଏ ସକଳ ଘଟଣା ଉତ୍ତାରେ ସଦାପ୍ରଭୁଙ୍କ ସେବକ ନୂନର ପୁତ୍ର ଯିହୋଶୂୟ ଏକ ଶହ ଦଶ ବର୍ଷ ବୟସ୍କ ହୋଇ ମଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ଏହିସବୁ ଘଟଣା ଉତ୍ତାରେ ସଦାପ୍ରଭୁଙ୍କ ସେବକ ନୂନର ପୁତ୍ର ଯିହୋଶୂୟ ଏକ ଶହ ଦଶ ବର୍ଷ ବୟସ୍କ ହୋଇ ମଲେ।

Gade chapit la Kopi




ଯିହୋଶୂୟ 24:29
10 Referans Kwoze  

ନୂନର ପୁତ୍ର ଯିହୋଶୂୟ ସଦାପ୍ରଭୁଙ୍କର ସେବକ 110 ବର୍ଷରେ ମୃତ୍ୟୁବରଣ କଲେ।


ତା'ପରେ ମୁଁ ଗୋଟିଏ ସ୍ୱର ସ୍ୱର୍ଗରୁ ଶୁଣିଲି। ସେହି ସ୍ୱର କହିଲା, “ଏହା ଲେଖିରଖ: ବର୍ତ୍ତମାନଠାରୁ ପ୍ରଭୁଙ୍କଠାରେ ବିଶ୍ୱାସ ରଖି ଯେଉଁମାନେ ମୃତ୍ୟୁବରଣ କରନ୍ତି, ସେମାନେ ଧନ୍ୟ।” ଆତ୍ମା କହନ୍ତି, “ହଁ, ତାହା ସତ୍ୟ। ସେହି ଲୋକମାନେ ସେମାନଙ୍କର କଠିନ ପରିଶ୍ରମରୁ ବିଶ୍ରାମ ନେବେ କାରଣ ସେମାନେ କରିଥିବା କାମ ସେମାନଙ୍କ ସାଙ୍ଗରେ ଯିବ।”


ମୃତ ଲୋକମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ। ଯେଉଁମାନେ କବରରେ ଅଛନ୍ତି ସେମାନେ ନୀରବ ଅଟନ୍ତି।


ତେଣୁ ସଦାପ୍ରଭୁଙ୍କର ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ।


ଏହି ପ୍ରକାରରେ ଯୋଷେଫ 110 ବର୍ଷ ବୟସରେ ମଲେ। ସେମାନେ ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କଲେ ଏବଂ ତାକୁ ମିଶରରେ ଏକ ସିନ୍ଦୁକ ମଧ୍ୟରେ ରଖିଲେ।


ଯୋଷେଫ ତାଙ୍କର ପିତାଙ୍କ ପରିବାର ସହିତ ମିଶରରେ ରହିଲେ। ଯୋଷେଫଙ୍କୁ ଯେତେବେଳେ 110 ବର୍ଷ ହେଲା, ସେ ମୃତ୍ୟୁବରଣ କଲେ।


ଏହା ପରେ ଯିହୋଶୂୟ ଉପସ୍ଥିତ ସମସ୍ତ ଲୋକମାନଙ୍କୁ ଗୃହକୁ ଫେରିଯିବା ପାଇଁ କହିଲେ। ତେଣୁ ପ୍ରତ୍ୟେକ ଲୋକ ନିଜ ନିଜ ଦେଶକୁ ଫେରିଗଲେ।


ଏହା ପରେ ଲୋକମାନେ ଗାଶ୍ ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମର ପର୍ବତମୟ ଦେଶସ୍ଥ ତିମ୍ନାତ୍-ସେରହରେ ତାଙ୍କର ନିଜର ଜମି ମଧ୍ୟରେ ତାଙ୍କୁ କବର ଦେଲେ।


ଇସ୍ରାଏଲର ଲୋକମାନେ ଯିହୋଶୂୟଙ୍କୁ କବର ଦେଲେ। ସେମାନେ ଗାଶ୍ ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମ ପର୍ବତମୟ ଦେଶସ୍ଥ ତିମ୍ନତ୍ ହେରସରେ ତାଙ୍କର ନିଜର ଭୂମିରେ ତାଙ୍କୁ କବର ଦେଲେ।


Swiv nou:

Piblisite


Piblisite