Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 24:25 - ପବିତ୍ର ବାଇବଲ

25 ତେଣୁ ସେହି ଦିନ ଯିହୋଶୂୟ ସେହି ଲୋକମାନଙ୍କ ସହିତ ଏକ ଚୁକ୍ତି କଲେ। ଯିହୋଶୂୟ ଏହି ଚୁକ୍ତିନାମା ଶିଖିମ୍ ସହରରେ କଲେ। ଏହା ସେମାନଙ୍କ ପାଇଁ ଅନୁସରଣ କରିବାର ଏକ ନିୟମ ସ୍ୱରୂପ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ତହିଁରେ ଯିହୋଶୂୟ ସେହି ଦିନ ଲୋକମାନଙ୍କ ସହିତ ନିୟମ ସ୍ଥିର କରି ଶିଖିମରେ ସେମାନଙ୍କ ନିମନ୍ତେ ବିଧି ଓ ଶାସନ ସ୍ଥାପନ କଲେ।

Gade chapit la Kopi

ଓଡିଆ ବାଇବେଲ

25 ତହିଁରେ ଯିହୋଶୂୟ ସେହି ଦିନ ଲୋକମାନଙ୍କ ସହିତ ନିୟମ ସ୍ଥିର କରି ଶିଖିମରେ ସେମାନଙ୍କ ନିମନ୍ତେ ବିଧି ଓ ଶାସନ ସ୍ଥାପନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ତହିଁରେ ଯିହୋଶୂୟ ସେହି ଦିନ ଲୋକମାନଙ୍କ ସହିତ ନିୟମ ସ୍ଥିର କରି ଶିଖିମରେ ସେମାନଙ୍କ ନିମନ୍ତେ ବିଧି ଓ ଶାସନ ସ୍ଥାପନ କଲେ।

Gade chapit la Kopi




ଯିହୋଶୂୟ 24:25
17 Referans Kwoze  

ମୋଶା ସଦାପ୍ରଭୁଙ୍କୁ ଡାକ ପକାଇଲେ। ତେଣୁ ସଦାପ୍ରଭୁ ତାଙ୍କୁ ଏକ ବୃକ୍ଷ ଦେଖାଇଲେ। ମୋଶା ସେହି ବୃକ୍ଷର ଶାଖାକୁ ଜଳରେ ପକାନ୍ତେ ଏହା ମଧୁର ହୋଇଗଲା। ସେହି ସ୍ଥାନରେ, ସଦାପ୍ରଭୁ ତାଙ୍କୁ ବ୍ୟବସ୍ଥା ଓ ଆଜ୍ଞା ଦେଲେ। ସେଠାରେ ସେ ତାଙ୍କୁ ପରୀକ୍ଷା କଲେ।


“ତଥାପି ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖିଅଛୁ। ଆଉ ଆମ୍ଭମାନଙ୍କର ଅଧିପତିମାନେ, ଆମ୍ଭମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି।’’


ଏହା ପରେ ଯିହୋୟାଦା ସମସ୍ତ ଲୋକ ଓ ରାଜାଙ୍କ ସହିତ ଏକ ନିୟମ କଲେ। ସେମାନେ ସମସ୍ତେ ଯେ ସଦାପ୍ରଭୁଙ୍କ ଲୋକ ହେବେ, ଏଥିରେ ସମ୍ମତ ହେଲେ।


ତା'ପରେ ଯିହୋୟାଦା ସଦାପ୍ରଭୁ, ରାଜା ଓ ଲୋକମାନଙ୍କ ମଧ୍ୟରେ ଏକ ଚୁକ୍ତି କଲେ। ଏହି ଚୁକ୍ତି ଅନୁସାରେ ରାଜା ଓ ଲୋକମାନେ ସଦାପ୍ରଭୁଙ୍କର ଲୋକ ହେଲେ। ପୁଣି ଯିହୋୟାଦା ରାଜା ଓ ଲୋକମାନଙ୍କ ପାଇଁ ଏକ ଚୁକ୍ତି କରି କହିଲେ ଯେ, ରାଜା ଲୋକମାନଙ୍କ ପାଇଁ ଯାହା କରିବେ ଓ ଲୋକମାନେ ରାଜାଙ୍କୁ ମାନିବେ ଓ ତାଙ୍କ ଅନୁଗାମୀ ହେବେ।


ତେଣୁ ବର୍ତ୍ତମାନ ମୁଁ ହିଜକିୟ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ସହିତ ଏକ ନିୟମ କରିବାକୁ ମନସ୍ଥ କରିଅଛି। ତେବେ ସେ ଆମ୍ଭମାନଙ୍କ ଉପରେ ଆଉ କ୍ରୋଧ କରିବେ ନାହିଁ।


ଯିହୁଦାର ସମସ୍ତ ଲୋକ ଯେତେବେଳେ ଏହି ଶପଥ ବିଷୟରେ ଶୁଣିଲେ ଅତି ଆନନ୍ଦିତ ହେଲେ, କାରଣ ସେମାନେ ସେମାନଙ୍କର ସମସ୍ତ ହୃଦୟ ସହିତ ପରମେଶ୍ୱରଙ୍କର ଅନୁସରଣ କଲେ। ସେମାନେ ପରମେଶ୍ୱରଙ୍କୁ ଖୋଜିଲେ ଓ ତାଙ୍କୁ ପାଇଲେ। ତେଣୁ ସଦାପ୍ରଭୁ ସେମାନଙ୍କୁ ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କଲେ।


ସେମାନେ ସେମାନଙ୍କର ସମସ୍ତ ହୃଦୟ ଓ ସମସ୍ତ ଆତ୍ମା ସହିତ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କରିବେ ବୋଲି ଏକ ଚୁକ୍ତି କଲେ। ସେମାନଙ୍କର ପୂର୍ବପୁରୁଷମାନେ ସେହି ପରମେଶ୍ୱରଙ୍କର ହିଁ ସେବା ଆରାଧନା କରୁଥିଲେ।


ଯିହୋଶୂୟ ଏହାକୁ ଲେଖି ରଖିଲେ, ସଦାପ୍ରଭୁଙ୍କ ନିୟମ ପୁସ୍ତକରେ ଏବଂ ଏକ ବୃହତ୍ତ ପ୍ରସ୍ତର ନେଇ ସଦାପ୍ରଭୁଙ୍କ ପବିତ୍ର ଆବାସର ନିକଟବର୍ତ୍ତୀ ଅଲୋନବୃକ୍ଷମୂଳେ ସ୍ଥାପନ କଲେ।


ଯିହୋଶୂୟ ଇସ୍ରାଏଲ ବଂଶଗଣକୁ ଶିଖିମଠାରେ ଏକତ୍ରିତ କଲେ। ଏହା ପରେ ଯିହୋଶୂୟ ସମସ୍ତ ପ୍ରାଚୀନବର୍ଗ, ସେମାନଙ୍କର ପ୍ରାଚୀନମାନଙ୍କୁ ସେମାନଙ୍କର ବିଗ୍ଭରକର୍ତ୍ତାଗଣଙ୍କୁ ଏବଂ ସମସ୍ତ ଅଧ୍ୟକ୍ଷମାନଙ୍କୁ ଡକାଇ ସଦାପ୍ରଭୁଙ୍କ ସମ୍ମୁଖରେ ଏକତ୍ରିତ କରାଇଲେ।


ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ସହିତ ହୋରେବ ପର୍ବତରେ ଏକ ଚୁକ୍ତି କରିଥିଲେ। ତାହାଛଡ଼ା ସେ ମୋୟାବ ଦେଶରେ ତାଙ୍କ ସହିତ ଆଉ ଏକ ଚୁକ୍ତି କରିଥିଲେ। ତାହା ସବୁ ଏହି ଯେ,


ମୋଶା ସଦାପ୍ରଭୁଙ୍କ ନିୟମ ଏବଂ ଆଜ୍ଞା ସେମାନଙ୍କୁ ଜଣାଇଲେ। ଏହା ପରେ ସମସ୍ତ ଲୋକ ଏକ ସ୍ୱରରେ କହିଲେ, “ସଦାପ୍ରଭୁଙ୍କର ସମସ୍ତ ନିୟମଗୁଡ଼ିକ ଆମ୍ଭେମାନେ ପାଳନ କରିବୁ।”


ତେଣୁ ସମସ୍ତ ଲୋକ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ଯାକୁବଙ୍କୁ ଦେଲେ। ସେମାନେ ମଧ୍ୟ ତାଙ୍କର କର୍ଣ୍ଣକୁଣ୍ଡଳ ସମସ୍ତ ଯାକୁବଙ୍କୁ ଦେଲେ। ଯାକୁବ ସେଗୁଡ଼ିକ ନେଇ ଶିଖିମ ନିକଟବର୍ତ୍ତୀ ଅଲୋନ ବୃକ୍ଷମୂଳେ ପୋତି ଦେଲେ।


Swiv nou:

Piblisite


Piblisite