Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 23:9 - ପବିତ୍ର ବାଇବଲ

9 “ସଦାପ୍ରଭୁ ତୁମ୍ଭମାନଙ୍କୁ ବହୁତ ଶକ୍ତିଶାଳୀ ଦେଶମାନଙ୍କୁ ପରାସ୍ତ କରିବା ପାଇଁ ସାହାଯ୍ୟ କଲେ। ସଦାପ୍ରଭୁ ସେମାନଙ୍କୁ ବିତାଡ଼ିତ କରି ଦେଲେ। କୌଣସି ଦେଶ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହୋଇ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ମହାନ ଓ ବଳବାନ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇଅଛନ୍ତି; ପୁଣି ଆଜି ପର୍ଯ୍ୟନ୍ତ କୌଣସି ମନୁଷ୍ୟ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇ ପାରି ନାହିଁ।

Gade chapit la Kopi

ଓଡିଆ ବାଇବେଲ

9 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ମହାନ ଓ ବଳବାନ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇଅଛନ୍ତି; ପୁଣି ଆଜି ପର୍ଯ୍ୟନ୍ତ କୌଣସି ମନୁଷ୍ୟ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇ ପାରି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ମହାନ ଓ ବଳବାନ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇଅଛନ୍ତି; ପୁଣି ଆଜି ପର୍ଯ୍ୟନ୍ତ କୌଣସି ମନୁଷ୍ୟ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇ ପାରି ନାହିଁ।

Gade chapit la Kopi




ଯିହୋଶୂୟ 23:9
14 Referans Kwoze  

ମୁଁ ତୁମ୍ଭମାନଙ୍କ ସହିତ ରହିବି ଯେପରି ମୋଶା ସହିତ ଥିଲି। ତୁମ୍ଭେ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ୍ଭକୁ ପ୍ରତିବାଦ କରିବାକୁ କେହି ସମର୍ଥ ହୋଇ ପାରିବେ ନାହିଁ। ମୁଁ ତୁମ୍ଭକୁ ଛାଡ଼ିବି ନାହିଁ। ମୁଁ ତୁମ୍ଭକୁ ପରିତ୍ୟାଗ କରିବି ନାହିଁ।


ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ଏହିସବୁ ଗୋଷ୍ଠୀୟ ଲୋକମାନଙ୍କୁ ତଡ଼ି ଦେବେ, ଏବଂ ତୁମ୍ଭେମାନେ, ତୁମ୍ଭମାନଙ୍କଠାରୁ ଅଧିକ ବଳବାନ ଲୋକମାନଙ୍କୁ ପରାସ୍ତ କରିବ ଏବଂ ତାଙ୍କର ଦେଶକୁ ଅଧିକାର କରିବ।


କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ସେଠାରେ ବାସ କରିଥିବା ଲୋକମାନଙ୍କୁ ଘଉଡ଼ାଇ ଦେବେ! ଯାହାଫଳରେ ତୁମ୍ଭେମାନେ ସେମାନଙ୍କର ଦେଶକୁ ନେଇ ପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏପରି କରିବାକୁ ପ୍ରତିଜ୍ଞା କରିଛନ୍ତି।


ଆମ୍ଭେ ସେମାନଙ୍କୁ ଧୀରେ ଧୀରେ ତୁମ୍ଭ ସମ୍ମୁଖରୁ ଘଉଡ଼ାଇ ଦେବା ତୁମ୍ଭମାନଙ୍କର ବର୍ଦ୍ଧିତ ହେବା ପର୍ଯ୍ୟନ୍ତ ଓ ଦେଶ ଅଧିକାର କରିବା ପର୍ଯ୍ୟନ୍ତ।


କାଲେବ୍ ସେଠାରୁ ଅନାକର ବଂଶ ଶେଶୟ ଓ ଅହୀମାନ୍ ଓ ତଲ୍ମୟ ନାମକ ଅନାକର ତିନି ପୁତ୍ରକୁ ତଡ଼ି ଦେଲେ।


ଆଉ ସେ ସେମାନଙ୍କର ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ଯାହାଫଳରେ ତୁମ୍ଭେ ଆକାଶ ମଣ୍ତଳର ତଳୁ ସେମାନଙ୍କ ନାମ ପୋଛି ଦେବ। ଯେତେବେଳେ ତୁମ୍ଭେ ସେମାନଙ୍କୁ ବିନାଶ କରିବ କେହି ତୁମ୍ଭମାନଙ୍କୁ ଅଟକାଇବାକୁ ସମର୍ଥ ହେବ ନାହିଁ।


ଆମ୍ଭର ପୂର୍ବପୁରୁଷମାନେ ସେହି ପବିତ୍ର ତମ୍ବୁ ସାଙ୍ଗରେ ଆଣିଥିଲେ। ସେହି ସମୟରେ ଯିହୋଶୂୟଙ୍କ ନେତୃତ୍ୱରେ ସେମାନେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନେଇଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନାରେ ବାହାର କରିଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଥିଲା।


ପରମେଶ୍ୱର କହିଲେ, “ଆମ୍ଭର ଦୂତ ତୁମ୍ଭକୁ କ୍ଷେତ୍ର ମଧ୍ୟଦେଇ ଆଗେଇ ନେବେ। ସେ ତୁମ୍ଭମାନଙ୍କୁ ଇମୋରୀୟ, ହିତ୍ତୀୟ, ପିରିଷୀୟ, କିଣାନୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶକୁ ଆଣିବେ। ପୁଣି ଆମ୍ଭେ ସେମାନଙ୍କୁ ଉଚ୍ଛିନ୍ନ କରିବା।


ତୁମ୍ଭେମାନେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ଅନୁସରଣ କରିବ। ତୁମ୍ଭେମାନେ ଆଜି ପର୍ଯ୍ୟନ୍ତ ଯେପରି କରି ଆସୁଅଛ।


ସଦାପ୍ରଭୁ ଆମ୍ଭମାନଙ୍କୁ ସହାୟ ହେଲେ, ସେମାନଙ୍କୁ ପରାସ୍ତ କରିବା ପାଇଁ, ଯେଉଁମାନେ ଏହି ଦେଶରେ ବାସ କରୁଥିଲେ। ସଦାପ୍ରଭୁ ଏହି ଦେଶନିବାସୀ ଇମୋରୀୟମାନଙ୍କୁ ମଧ୍ୟ ପରାସ୍ତ କରିଛନ୍ତି, ଯେଉଁଠାରେ ଆମ୍ଭେ ବର୍ତ୍ତମାନ ବାସ କରୁଅଛୁ। ତେଣୁ ଆମ୍ଭେ ସଦାପ୍ରଭୁଙ୍କୁ ସେବା କରିବା ଉଚିତ୍, ଯେହେତୁ ସେ ହେଉଛନ୍ତି ଆମ୍ଭର ସଦାପ୍ରଭୁ ପରମେଶ୍ୱର।”


ଆହାବ ପ୍ରତିମାଗଣକୁ ଉପାସନା କରି ଇମୋରୀୟମାନଙ୍କ ପରି ଅତିଶୟ ପାପ କଲେ। ତେଣୁ ସଦାପ୍ରଭୁ ସେମାନଙ୍କର ସମସ୍ତ ଭୂମି ନେଇ ଇସ୍ରାଏଲୀୟମାନଙ୍କୁ ଦେଇ ଦେଲେ।


ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ। ତୁମ୍ଭେ ଏହି ଦେଶର ଲୋକମାନଙ୍କୁ ବଳପୂର୍ବକ ତଡ଼ି ଦେଲ। ତୁମ୍ଭେ ଏହି କର୍ମ ତୁମ୍ଭର ଲୋକ ଇସ୍ରାଏଲର ସମ୍ମୁଖରେ କଲ। ତୁମ୍ଭେ ଅନନ୍ତକାଳ ନିମନ୍ତେ ଅବ୍ରହାମଙ୍କ ବଂଶଧରମାନଙ୍କୁ ଏହି ଦେଶ ଦେଇଅଛ। ଅବ୍ରହାମ ତୁମ୍ଭର ବନ୍ଧୁ ଥିଲେ।


Swiv nou:

Piblisite


Piblisite