Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 23:3 - ପବିତ୍ର ବାଇବଲ

3 ତୁମ୍ଭେମାନେ ଦେଖିଅଛ ସଦାପ୍ରଭୁ ଆମ୍ଭମାନଙ୍କ ଶତ୍ରୁମାନଙ୍କ ପାଇଁ ଯାହା ଯାହା କରିଛନ୍ତି। ସେ ଏପରି କରି ଆମ୍ଭକୁ ସାହାଯ୍ୟ କରିଥିଲେ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ତୁମ୍ଭମାନଙ୍କ ସକାଶୁ ଏହିସବୁ ଦେଶୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ତାହାସବୁ ତୁମ୍ଭେମାନେ ଦେଖିଅଛ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ଆପେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

3 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସକାଶୁ ଏହିସବୁ ଦେଶୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ତାହାସବୁ ତୁମ୍ଭେମାନେ ଦେଖିଅଛ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସକାଶୁ ଏହିସବୁ ଦେଶୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ତାହାସବୁ ତୁମ୍ଭେମାନେ ଦେଖିଅଛ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିଅଛନ୍ତି।

Gade chapit la Kopi




ଯିହୋଶୂୟ 23:3
13 Referans Kwoze  

ଏବଂ ତୁମ୍ଭମାନଙ୍କୁ କିଛି କରିବାକୁ ପଡ଼ିବ ନାହିଁ। ତୁମ୍ଭେମାନେ ଏଠାରେ ଶାନ୍ତିରେ ଛିଡ଼ା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ।”


ଯିହୋଶୂୟ ଏହି ସମସ୍ତ ଦେଶ ଓ ରାଜାଗଣଙ୍କୁ ଏକାବେଳକେ ହସ୍ତଗତ କଲେ। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ।


ଏହା ପୂର୍ବରୁ ବା ଏହା ପରେ ଏପରି ଦିନ ଆଉ ହୋଇ ନାହିଁ। ସେହି ଦିନ ସଦାପ୍ରଭୁ ମନୁଷ୍ୟର କଥା ଏରୂପେ ଶୁଣିଲେ। କାରଣ ସଦାପ୍ରଭୁ ଇସ୍ରାଏଲ ସପକ୍ଷରେ ଯୁଦ୍ଧ କଲେ।


ତୁମ୍ଭେମାନେ ଏହିସବୁ ଦେଖିବ ଓ କହିବ, “ସଦାପ୍ରଭୁ ଇସ୍ରାଏଲର ବାହାରେ ମଧ୍ୟ ମହିମାନ୍ୱିତ ହୁଅନ୍ତୁ।”


କାରଣ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ଅଛନ୍ତି। ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧରେ ସାହାଯ୍ୟ କରିବେ ଓ ସେ ତୁମ୍ଭକୁ ଯୁଦ୍ଧରେ ଜୟ ଯୁକ୍ତ କରାଇବେ।’


କିନ୍ତୁ ସାବଧାନ ହୁଅ। ନିଶ୍ଚିତ ରୂପେ ତୁମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଦେଖିଥିବା କାର୍ଯ୍ୟଗୁଡ଼ିକ କଦାପି ଭୁଲିବ ନାହିଁ। ତୁମ୍ଭେମାନେ ତୁମ୍ଭର ସନ୍ତାନମାନଙ୍କୁ ଓ ତୁମ୍ଭର ନାତୀନାତୁଣୀମାନଙ୍କୁ ସେଗୁଡ଼ିକ ଶିକ୍ଷା ଦିଅ।


ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ଆଗେ ଆଗେ ଗମନ କରୁଛନ୍ତି। ସେ ମିଶରରେ ଯେପରି କରିଥିଲେ, ଏହିଠାରେ ମଧ୍ୟ ସେହିପରି କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ସପକ୍ଷରେ ଯୁଦ୍ଧ କରିବେ।


ସଦାପ୍ରଭୁଙ୍କ ସହାୟତାରେ ଇସ୍ରାଏଲର ଯେକୌଣସି ଜଣେ ସୈନିକ ଏକ ହଜାର ସୈନିକମାନଙ୍କୁ ପରାସ୍ତ କରି ପାରିବ। କାହିଁକି ଜାଣ? ଯେହେତୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ, ଯେହେତୁ ସେ ପ୍ରତିଜ୍ଞା କରିଥିଲେ।


ତଥାପି ମୁଁ ଆଗରେ ଯେଉଁ ଦେଶ ସେମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲି, ସେହି ଦେଶକୁ ସେମାନଙ୍କୁ ଆଣିଲି। ସେତେବେଳେ ସେମାନେ ପ୍ରତ୍ୟେକ ଉଚ୍ଚପର୍ବତ ଓ ପ୍ରତ୍ୟେକ ଗହଳିଆ ବୃକ୍ଷ ଦେଖି ସେମାନଙ୍କର ବଳିଦାନ କଲେ। ସେମାନେ ସେମାନଙ୍କର ବଳିଦାନ ଦ୍ୱାରା ମୋତେ ବିରକ୍ତ କଲେ। ସେମାନେ ନିଜର ସୁଗନ୍ଧି ଦ୍ରବ୍ୟ ରଖିଲେ ଓ ନିଜ ନିଜର ପେୟନୈବେଦ୍ୟ ଢାଳିଲେ।


ତୁମ୍ଭେମାନେ ଦେଖିଛ ମୁଁ ମିଶର ବାସୀମାନଙ୍କର ଯାହା କରିଛି। ତୁମ୍ଭେମାନେ ଦେଖିଛ ମୁଁ ତୁମ୍ଭକୁ କିପରି ମିଶରରୁ ଉତ୍କ୍ରୋଶପକ୍ଷୀ ସଦୃଶ ଉଠାଇ ମୋ’ ପାଖକୁ ଆଣିଲି।


“ଯଦି ତୁମ୍ଭେମାନେ ‘ସେହି ଦେଶକୁ ତୁମ୍ଭମାନଙ୍କଠାରୁ ବଳଶାଳି ବୋଲି ବିବେଚନା କର, ତେବେ ତୁମ୍ଭେମାନେ ନିଜେ ଚିନ୍ତା କରିପାର ଆମ୍ଭେ କିପରି ସେମାନଙ୍କୁ ତଡ଼ି ଦେବା? ତଥାପି ତୁମ୍ଭେ ସେମାନଙ୍କୁ ଭୟ କରିବ ନାହିଁ।’


ଆଉ ସେ ସେମାନଙ୍କର ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ଯାହାଫଳରେ ତୁମ୍ଭେ ଆକାଶ ମଣ୍ତଳର ତଳୁ ସେମାନଙ୍କ ନାମ ପୋଛି ଦେବ। ଯେତେବେଳେ ତୁମ୍ଭେ ସେମାନଙ୍କୁ ବିନାଶ କରିବ କେହି ତୁମ୍ଭମାନଙ୍କୁ ଅଟକାଇବାକୁ ସମର୍ଥ ହେବ ନାହିଁ।


Swiv nou:

Piblisite


Piblisite