ଯିହୋଶୂୟ 23:16 - ପବିତ୍ର ବାଇବଲ16 ଏହିପରି ଭାବରେ ଘଟିବ ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ସଙ୍ଗରେ କରିଥିବା ଚୁକ୍ତିର ଖିଲାପ କର। ତୁମ୍ଭେ ପାଇଥିବା ସମସ୍ତ ଭୂମି ହରାଇବ ଯଦି ତୁମ୍ଭେ ଅନ୍ୟ ଲୋକମାନଙ୍କର ପ୍ରଭୁଙ୍କୁ ଉପାସନା କର ବା ଅନ୍ୟ ଦେବତାମାନଙ୍କୁ ସେବା କର, ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କୋପଦୃଷ୍ଟି ପକାଇବେ। ଏହା ପରେ ତୁମ୍ଭକୁ ସଦାପ୍ରଭୁ ଦେଇଥିବା ଭଲ ଭୂମିକୁ ହରାଇବାକୁ ପଡ଼ିବ।” Gade chapit laପବିତ୍ର ବାଇବଲ (Re-edited) - (BSI)16 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ତୁମ୍ଭମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଅଛନ୍ତି, ତାହା ଯେବେ ତୁମ୍ଭେମାନେ ଲଙ୍ଘନ କରିବ ଓ ଯାଇ ଅନ୍ୟ ଦେବତାମାନଙ୍କର ସେବା କରିବ, ପୁଣି ସେମାନଙ୍କୁ ପ୍ରଣାମ କରିବ, ତେବେ ତୁମ୍ଭମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ଵଳିତ ହେବ ଓ ସେ ଯେଉଁ ଉତ୍ତମ ଦେଶ ତୁମ୍ଭମାନଙ୍କୁ ଦେଇଅଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ବିନଷ୍ଟ ହେବ। Gade chapit laଓଡିଆ ବାଇବେଲ16 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଅଛନ୍ତି, ତାହା ଯେବେ ତୁମ୍ଭେମାନେ ଲଙ୍ଘନ କରିବ ଓ ଯାଇ ଅନ୍ୟ ଦେବତାମାନଙ୍କର ସେବା କରିବ, ପୁଣି ସେମାନଙ୍କୁ ପ୍ରଣାମ କରିବ, ତେବେ ତୁମ୍ଭମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ ଓ ସେ ଯେଉଁ ଉତ୍ତମ ଦେଶ ତୁମ୍ଭମାନଙ୍କୁ ଦେଇଅଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ବିନଷ୍ଟ ହେବ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଅଛନ୍ତି, ତାହା ଯେବେ ତୁମ୍ଭେମାନେ ଲଙ୍ଘନ କରିବ ଓ ଯାଇ ଅନ୍ୟ ଦେବତାମାନଙ୍କର ସେବା କରିବ, ପୁଣି ସେମାନଙ୍କୁ ପ୍ରଣାମ କରିବ, ତେବେ ତୁମ୍ଭମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ ଓ ସେ ଯେଉଁ ଉତ୍ତମ ଦେଶ ତୁମ୍ଭମାନଙ୍କୁ ଦେଇଅଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ବିନଷ୍ଟ ହେବ।” Gade chapit la |
ତା'ପରେ ସଦାପ୍ରଭୁ ଇସ୍ରାଏଲକୁ ଆଘାତ କରିବେ। ଇସ୍ରାଏଲୀୟମାନେ ପାଣି ଭିତରେ ଥରୁଥିବା ଘାସ ପରି ଥରିବେ। ପୁଣି ସେମାନଙ୍କ ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁ ଏହି ଯେଉଁ ଉତ୍ତମ ଦେଶ ଦେଇଥିଲେ, ତହିଁରୁ ଇସ୍ରାଏଲକୁ ଉତ୍ପାଟନ କରି ଫରାତ୍ ନଦୀ ଆରପାରିକୁ ଛିନ୍ନଭିନ୍ନ କରିବେ। ଏହା ଘଟିବାର କାରଣ ହେଉଛି ସେମାନେ ନିଜ ପାଇଁ ଆଶେରା ସ୍ତମ୍ଭମାନ ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରିଅଛନ୍ତି।
ସଦାପ୍ରଭୁ ଇସ୍ରାଏଲ ଉପରେ କୋପଦୃଷ୍ଟି ପକାଇଲେ। ପରମେଶ୍ୱର ଲୁଣ୍ଠନକାରୀମାନଙ୍କୁ ସେମାନଙ୍କ ଆକ୍ରମଣ ପାଇଁ ଆଦେଶ ଦେଲେ। ତେଣୁ ସେମାନେ ଇସ୍ରାଏଲର ଲୋକମାନଙ୍କୁ ଲୁଣ୍ଠନ କଲେ। ସଦାପ୍ରଭୁ ସେମାନଙ୍କର ଚତୁର୍ପାର୍ଶ୍ୱରେ ଥିବା ଶତ୍ରୁମାନଙ୍କୁ ସାହାଯ୍ୟ କଲେ, ସେମାନଙ୍କୁ ହରାଇବାକୁ। ତେଣୁ ଇସ୍ରାଏଲର ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କ ବିରୁଦ୍ଧରୁ ନିଜକୁ ରକ୍ଷା କରି ପାରିଲେ ନାହିଁ।
“ମାତ୍ର ତୁମ୍ଭେ କିମ୍ବା ତୁମ୍ଭର ସନ୍ତାନମାନେ ଯଦି ଆମ୍ଭକୁ ଅନୁସରଣ କରିବାରେ ବିଫଳ ହୁଅନ୍ତି ଓ ଆମ୍ଭର ନିର୍ଦ୍ଦେଶ ଓ ନିୟମ ମାନିବାକୁ ଯତ୍ନ ନ କରନ୍ତି, ଯଦି ତୁମ୍ଭେମାନେ ଅନ୍ୟ ଦେବତାମାନଙ୍କର କି ପ୍ରତିମାର ସେବାକର ଓ ପ୍ରଣାମ କର, ତେବେ ଆମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଭୂମିରୁ ବିତାଡ଼ିତ କରିବା, ଯାହା ଆମ୍ଭେ ସେମାନଙ୍କୁ ଦେଇଥିଲୁ ଏବଂ ଆପଣା ନାମ ନିମନ୍ତେ ଯେଉଁ ମନ୍ଦିର ଆମ୍ଭେ ପବିତ୍ର କଲୁ, ତାହା ଆମ୍ଭେ ପ୍ରତ୍ୟାଖ୍ୟାନ କରିବା ଏବଂ ଉଚ୍ଛିନ୍ନ କରିବା ଓ ଏହା ଇସ୍ରାଏଲର ସମସ୍ତ ଗୋଷ୍ଠୀ ସମ୍ମୁଖରେ ଉପହାସର ଉଦାହରଣ ହେବ।