Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 22:33 - ପବିତ୍ର ବାଇବଲ

33 ଇସ୍ରାଏଲର ଲୋକମାନେ ଏ କଥା ଶୁଣି ସନ୍ତୁଷ୍ଟ ହେଲେ। ସେମାନେ ବହୁତ ଖୁସୀ ହେଲେ ଏବଂ ସଦାପ୍ରଭୁଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ। ସେମାନେ ପୁନର୍ବାର ନିଷ୍ପତ୍ତି ନେଲେ, ରୁବେନ୍, ଗାଦ୍ ଓ ମନଃଶିର ବଂଶ ବିରୁଦ୍ଧରେ ଯୁଦ୍ଧ ନ କରିବା ପାଇଁ। ଏବଂ ସେ ସ୍ଥାନକୁ ଧ୍ୱଂସ ନ କରିବା ପାଇଁ ଯେଉଁଠାରେ ରୁବେନ୍, ଗାଦ୍ ଓ ମନଃଶିର ବଂଶର ଲୋକମାନେ ବାସ କରୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

33 ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହି କଥାରେ ସନ୍ତୁଷ୍ଟ ହେଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପରମେଶ୍ଵରଙ୍କର ଧନ୍ୟବାଦ କଲେ, ଆଉ ରୁବେନ୍-ସନ୍ତାନଗଣର ଓ ଗାଦ୍-ସନ୍ତାନଗଣର ବସତି-ଦେଶ ବିନାଶ କରିବା ପାଇଁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା କଥା ଆଉ କହିଲେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

33 ତହିଁରେ ଇସ୍ରାଏଲ ସନ୍ତାନଗଣ ସେହି କଥାରେ ସନ୍ତୁଷ୍ଟ ହେଲେ; ପୁଣି ଇସ୍ରାଏଲ ସନ୍ତାନଗଣ ପରମେଶ୍ୱରଙ୍କର ଧନ୍ୟବାଦ କଲେ, ଆଉ ରୁବେନ୍‍-ସନ୍ତାନଗଣର ଓ ଗାଦ୍‍ ସନ୍ତାନଗଣର ବସତି-ଦେଶ ବିନାଶ କରିବା ପାଇଁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା କଥା ଆଉ କହିଲେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

33 ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହି କଥାରେ ସନ୍ତୁଷ୍ଟ ହେଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପରମେଶ୍ୱରଙ୍କର ଧନ୍ୟବାଦ କଲେ, ଆଉ ରୁବେନ୍‍-ସନ୍ତାନଗଣର ଓ ଗାଦ୍‍-ସନ୍ତାନଗଣର ବସତି-ଦେଶ ବିନାଶ କରିବା ପାଇଁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା କଥା ଆଉ କହିଲେ ନାହିଁ।

Gade chapit la Kopi




ଯିହୋଶୂୟ 22:33
13 Referans Kwoze  

ଶିମିୟୋନ ଶିଶୁ ଯୀଶୁଙ୍କୁ କୋଳକୁ ନେଇ ପରମେଶ୍ୱରଙ୍କ ସ୍ତୁତିଗାନ କରି କହିଲେ:


ଏହା ପରେ ପରମେଶ୍ୱର ଦାନିୟେଲକୁ ଦର୍ଶନ ଦେଇ ଗୁପ୍ତ ବିଷୟରେ ଜଣାଇଲେ। ତହୁଁ ଦାନିୟେଲ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ଧନ୍ୟବାଦ କଲେ।


ଏହା ପରେ ଦାଉଦ ସବୁ ଦଳର ଲୋକମାନଙ୍କୁ ଏକତ୍ରିତ କରି କହିଲେ, “ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କର।” ତେଣୁ ସମସ୍ତ ଲୋକ ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା ଗାନ କଲେ, ଯେଉଁ ପରମେଶ୍ୱରଙ୍କ ଉପାସନା ସେମାନଙ୍କର ପୂର୍ବପୁରୁଷମାନେ ମଧ୍ୟ କରୁଥିଲେ। ସେମାନେ ସଦାପ୍ରଭୁ ଓ ରାଜାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଭୂମିରେ ଆଣ୍ଠୁମାଡ଼ି ପଡ଼ିଲେ।


ପୀନହସ୍ ଯାଜକ ଏବଂ ତାଙ୍କ ସହିତ ଯାଇଥିବା ମୁଖିଆ, ଏହିପରି କଥା ରୁବେନ୍, ଗାଦ୍ ଓ ମନଃଶିର ବଂଶର ଲୋକମାନଙ୍କଠାରୁ ଶୁଣିଲେ। ସେମାନେ ମଧ୍ୟ ବୁଝିଲେ ଯେ ବାସ୍ତବରେ ସତ କଥା ଏବଂ ଠିକ୍ କଥା କହୁଛନ୍ତି।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଥିବା ହେତୁ ପରମେଶ୍ୱର ଆମ୍ଭକୁ ସ୍ୱର୍ଗରେ ସମସ୍ତ ଆଧ୍ୟାତ୍ମିକ ଆଶୀର୍ବାଦ ଦେଇଛନ୍ତି।


ସେ ଆସିବା ଦ୍ୱାରା ଆମ୍ଭେ ସାନ୍ତ୍ୱନା ପାଇଲୁ। କିନ୍ତୁ ତୁମ୍ଭେମାନେ ଦେଇଥିବା ସୁଖ ଦ୍ୱାରା ଆମ୍ଭେ ଅଧିକ ଉତ୍ସାହ ଲାଭ କଲୁ। ତୀତସ କହିଲେ ଯେ ତୁମ୍ଭେମାନେ ମୋତେ ଦେଖିବା ପାଇଁ ବ୍ୟାକୁଳ। ତୁମ୍ଭେମାନେ ପୂର୍ବରୁ କରିଥିବା ବିଷୟ ପାଇଁ ଦୁଃଖିତ ଏବଂ ତୁମ୍ଭେମାନେ ମୋତେ ଅତି ମାତ୍ରାରେ ଗ୍ଭହୁଁଛ। ଏହା ଶୁଣିଲା ପରେ ମୁଁ ଅଧିକ ପ୍ରସନ୍ନ ହେଲି।


ଆନ୍ତିୟଖିଆର ବିଶ୍ୱାସୀମାନେ ଏ ପତ୍ର ପଢ଼ି ଆନନ୍ଦିତ ହେଲେ। କାରଣ ଏହା ସେମାନଙ୍କୁ ଅନ୍ୟନ୍ତ ଉତ୍ସାହିତ କରିଥିଲା।


ତା'ପରେ ସମସ୍ତେ ନୀରବ ହୋଇଗଲେ। ସେମାନେ ବର୍ଣ୍ଣ‌ବ୍‌‌ବା ଓ ପାଉଲଙ୍କ କଥା ଶୁଣିଲେ। ପରମେଶ୍ୱର ଅନ୍ୟ ଜାତୀୟମାନଙ୍କ ମଧ୍ୟରେ ସେମାନଙ୍କ ଜରିଆରେ, ଯେଉଁସବୁ ଆଶ୍ଚର୍ଯ୍ୟକର୍ମ ଓ ଚିହ୍ନମାନ କରିଥିଲେ, ସେ ସବୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ବର୍ଣ୍ଣନା କଲେ।


ଏହା ପରେ ପୀନହ‌ସ୍‌ ଏବଂ ସମସ୍ତ ମୂଖିଆମାନେ ସେ ସ୍ଥାନ ପରିତ୍ୟାଗ କରି ଗୃହକୁ ଫେରିଲେ। ସେମାନେ ରୁବେନ୍, ଗାଦ୍ ବଂଶର ଲୋକମାନଙ୍କୁ ସେହି ଗିଲିୟଦରେ ଛାଡ଼ି କିଣାନ ଦେଶକୁ ଫେରି ଆସିଲେ। ସେମାନେ ଇସ୍ରାଏଲର ଲୋକମାନଙ୍କ ନିକଟକୁ ଫେରି ଆସି ଯାହାସବୁ ଘଟିଥିଲା ତାହା ଜଣାଇଲେ।


ତୃଷିତ ପ୍ରାଣକୁ ଶୀତଳ ଜଳ ଯେପରି, ଦୂର ଦେଶରୁ ଆସିଥିବା ସୁସମାଗ୍ଭର ସେହିପରି ଅଟେ।


Swiv nou:

Piblisite


Piblisite