Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 22:28 - ପବିତ୍ର ବାଇବଲ

28 ଭବିଷ୍ୟତରେ ତୁମ୍ଭମାନଙ୍କର ସନ୍ତାନଗଣ ଏହିପରି କହି ପାରନ୍ତି। ତୁମ୍ଭେମାନେ ଇସ୍ରାଏଲୀୟ ନୁହଁ। ଆମ୍ଭର ସନ୍ତାନଗଣ ହୁଏତ କହିପାରିନ୍ତି, ‘ଦେଖ! ଆମ୍ଭର ପୂର୍ବପୁରୁଷଗଣ ଆମ୍ଭମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କରିଛନ୍ତି। ସେହି ଯଜ୍ଞବେଦି ଠିକ୍ ସଦାପ୍ରଭୁ ପରମେଶ୍ୱରଙ୍କର ପବିତ୍ର ତମ୍ବୁ ସମ୍ମୁଖସ୍ଥିତ ତାଙ୍କ ଯଜ୍ଞବେଦି ପରି। ଏହି ଯଜ୍ଞବେଦି ହୋମ ଉତ୍ସର୍ଗ ପାଇଁ ବ୍ୟବହାର କରାଯାଏ ନାହିଁ। ଏହା କେବଳ ପ୍ରମାଣ ମାତ୍ର, ଯେ ଆମ୍ଭେମାନେ ମଧ୍ୟ ଇସ୍ରାଏଲର ଏକ ଅଂଶ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

28 ଆହୁରି ଆମ୍ଭେମାନେ କହିଲୁ, ସେମାନେ ଯେବେ ଆମ୍ଭମାନଙ୍କୁ କି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷକୁ ଏରୂପ କଥା କହିବେ, ତେବେ ଆମ୍ଭେମାନେ କହିବୁ, ସଦାପ୍ରଭୁଙ୍କ ଯଜ୍ଞବେଦିର ଆଦର୍ଶ ଦେଖ, ଏହା ଆମ୍ଭମାନଙ୍କ ପୂର୍ବପୁରୁଷମାନେ ନିର୍ମାଣ କରିଅଛନ୍ତି, ହୋମ କି ବଳିଦାନାର୍ଥେ ନୁହେଁ, ମାତ୍ର ଆମ୍ଭମାନଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଏହା ଏକ ସାକ୍ଷୀ ଅଟେ।

Gade chapit la Kopi

ଓଡିଆ ବାଇବେଲ

28 ଆହୁରି ଆମ୍ଭେମାନେ କହିଲୁ, ସେମାନେ ଯେବେ ଆମ୍ଭମାନଙ୍କୁ କି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷକୁ ଏରୂପ କଥା କହିବେ, ତେବେ ଆମ୍ଭେମାନେ କହିବୁ, ସଦାପ୍ରଭୁଙ୍କ ଯଜ୍ଞବେଦିର ଆଦର୍ଶ ଦେଖ, ଏହା ଆମ୍ଭମାନଙ୍କ ପୂର୍ବପୁରୁଷମାନେ ନିର୍ମାଣ କରିଅଛନ୍ତି, ହୋମ କି ବଳିଦାନାର୍ଥେ ନୁହେଁ, ମାତ୍ର ଆମ୍ଭମାନଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଏହା ଏକ ସାକ୍ଷୀ ଅଟେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 ଆହୁରି ଆମ୍ଭେମାନେ କହିଲୁ, ‘ସେମାନେ ଯେବେ ଆମ୍ଭମାନଙ୍କୁ କି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷକୁ ଏରୂପ କଥା କହିବେ, ତେବେ ଆମ୍ଭେମାନେ କହିବୁ, ସଦାପ୍ରଭୁଙ୍କ ଯଜ୍ଞବେଦିର ଆଦର୍ଶ ଦେଖ, ଏହା ଆମ୍ଭମାନଙ୍କ ପୂର୍ବପୁରୁଷମାନେ ନିର୍ମାଣ କରିଅଛନ୍ତି, ହୋମ କି ବଳିଦାନାର୍ଥେ ନୁହେଁ, ମାତ୍ର ଆମ୍ଭମାନଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଏହା ଏକ ସାକ୍ଷୀ ଅଟେ।’

Gade chapit la Kopi




ଯିହୋଶୂୟ 22:28
9 Referans Kwoze  

ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତରେ ସ୍ୱର୍ଗରେ ଥିବା କାମଗୁଡ଼ିକର ଛାୟା ଓ ନମୁନା ମାତ୍ର। ସେଥିପାଇଁ ମୋଶା ତମ୍ବୁ ନିର୍ମାଣ କରିବାକୁ ଗଲାବେଳେ ପରମେଶ୍ୱର ତାହାଙ୍କୁ ଚେତାବନୀ ଦେଇ କହିଥିଲେ: “ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦେଖାଇ ଥିଲି, ତଦନୁସାରେ ସମସ୍ତ ନିର୍ମାଣ କର।”


ନିଶ୍ଚିତ ହୁଅ ଯେ, ନିର୍ଦ୍ଦେଶ ମୁତାବକ ଆସବାବପତ୍ରଗୁଡ଼ିକ ତିଆରି କରୁଛ। ଯାହାକି ମୁଁ ତୁମ୍ଭକୁ ପର୍ବତ ଉପରେ ଦେଇଛି।”


ରାଜା ଆହାସ୍ ଅଶୂରର ରାଜା ତିଗ୍ଲତ-ପିଲେଷରଙ୍କୁ ଭେଟିବାକୁ ଦମ୍ମେଶକ ଗଲେ ଓ ଦମ୍ମେଶକରେ ଥିବା ଯଜ୍ଞବେଦି ଦେଖିଲେ। ତା'ପରେ ଆହାସର ରାଜା ସେହି ଯଜ୍ଞବେଦିରେ ସକଳ ଶିଳ୍ପକଳା ଅନୁସାରେ ସେହିପ୍ରକାର ଆକୃତି ଉରିୟ ଯାଜକ ନିକଟକୁ ପଠାଇଲେ।


ଏହାର ବାସ୍ତବ କାରଣ ହେଲା, ଆମ୍ଭେମାନେ ଏ ଯଜ୍ଞବେଦି ଆମ୍ଭମାନଙ୍କର ଭବିଷ୍ୟଦ୍ ବଂଶଧରଗଣଙ୍କ ପାଇଁ ତିଆରି କରିଛୁ କାରଣ ସେମାନେ ଏହା ଦେଖିଲା ପରେ ଜାଣି ପାରିବେ ଯେ ତୁମ୍ଭେମାନେ ଯେଉଁ ସଦାପ୍ରଭୁଙ୍କ ଉପାସନା କରୁଅଛ ଆମ୍ଭେମାନେ ମଧ୍ୟ ସେହି ସଦାପ୍ରଭୁଙ୍କୁ ଉପାସନା କରୁଅଛୁ। ଏହି ଯଜ୍ଞବେଦି ତୁମ୍ଭମାନଙ୍କ ପାଇଁ, ଆମ୍ଭମାନଙ୍କ ପାଇଁ ଓ ଆମ୍ଭର ଭବିଷ୍ୟଦ୍ ବଂଶଧରମାନଙ୍କ ପାଇଁ ପ୍ରମାଣ ରହିବ ଯେ, ଆମ୍ଭେମାନେ ସଦାପ୍ରଭୁଙ୍କୁ ଉପାସନା କରୁ। ଆମ୍ଭେ ଶସ୍ୟ ନୈବେଦ୍ୟ, ସହଭାଗିତାର ନୈବେଦ୍ୟ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବୁ। ତେଣୁ ଭବିଷ୍ୟତରେ ତୁମ୍ଭମାନଙ୍କର ପିଲାମାନେ ଆମ୍ଭ ଲୋକମାନଙ୍କୁ କହିବେ ନାହିଁ ଯେ, ତୁମ୍ଭର ସଦାପ୍ରଭୁଙ୍କ ସହିତ କିଛି କରିବାର ନାହିଁ।


“ବାସ୍ତବରେ ଆମ୍ଭେ କେବେ ସଦାପ୍ରଭୁଙ୍କର ବିରୋଧରେ ଯାଇ ନାହୁଁ। ଆମ୍ଭେମାନେ ମଧ୍ୟ ବର୍ତ୍ତମାନ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଚଳୁଅଛୁ। ଆମ୍ଭେ ଏହା ଜାଣୁ ଯେ, ଗୋଟିଏ ମାତ୍ର ପବିତ୍ର ଯଜ୍ଞବେଦି ଅଛି ଯାହାକି ପରମେଶ୍ୱରଙ୍କ ଆବାସ ସମ୍ମୁଖସ୍ଥିତ। ସେହି ଯଜ୍ଞବେଦି ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର।”


ଲାବନ ଯାକୁବକୁ କହିଲେ, “ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହୋଇ ରହିଲା” ଯେଉଁଥିପାଇଁ ତାହାର ନାମ ଗଲ-ୟଦ ଓ ମି‌ସ୍‌ପା ରଖିଲେ।


ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତିକୂଳରେ ସାକ୍ଷୀ ହେବ। କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ କଥା କହିଥିଲେ, ପ୍ରତ୍ୟେକ କଥାକୁ ଏହା ଶୁଣି ଅଛି। ତେଣୁ ଏହା ସାକ୍ଷୀ ହୋଇ ଠିଆ ହେବ, ଯାହା ଫଳରେ ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ବିରୁଦ୍ଧରେ ଯାଅ ନାହିଁ।”


ସେହି ସମୟରେ ମିଶରର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ପାଇଁ ଏକ ଯଜ୍ଞବେଦି ହେବ ଏବଂ ତାହାର ସୀମା ନିକଟରେ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ସ୍ତମ୍ଭ ରହିବ।


Swiv nou:

Piblisite


Piblisite