Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 22:20 - ପବିତ୍ର ବାଇବଲ

20 “‘ମନେରଖ ସେରହର ପୁତ୍ର ଆଖନ୍, ବର୍ଜିତ ବସ୍ତ୍ର ବିଷୟରେ ସତ୍ୟ ଲଂଘନ କରନ୍ତେ ଇସ୍ରାଏଲର ସମସ୍ତ ମଣ୍ଡଳୀକି ସଦାପ୍ରଭୁଙ୍କର କ୍ରୋଧ ପଡ଼ିଲା, କେବଳ ସେହି ଜଣେ ବ୍ୟକ୍ତି ସଦାପ୍ରଭୁଙ୍କର ନିୟମ ଭଙ୍ଗ କଲା, କିନ୍ତୁ ସମସ୍ତ ଇସ୍ରାଏଲଗଣ ତା'ର ଦଣ୍ତ ଭୋଗିଲେ। ଆଖନ୍ କେବଳ ତା'ର ପାପ ପାଇଁ ମଲା। ଏବଂ ତା'ର ପାପ ପାଇଁ ବହୁତ ଲୋକ ମଧ୍ୟ ମୃତ୍ୟୁବରଣ କଲେ।’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ସେରହର ପୁତ୍ର ଆଖନ ବର୍ଜିତ ବସ୍ତୁ ବିଷୟରେ ସତ୍ୟ ଲଘଂନ କରନ୍ତେ, ଇସ୍ରାଏଲର ସମଗ୍ର ମଣ୍ତଳୀ ଉପରେ କି କ୍ରୋଧ ପଡ଼ିଲା ନାହିଁ? ଆଉ ସେ ବ୍ୟକ୍ତି ଆପଣା ଅପରାଧରେ ଏକାକୀ ବିନଷ୍ଟ ହେଲା ନାହିଁ?

Gade chapit la Kopi

ଓଡିଆ ବାଇବେଲ

20 ସେରହର ପୁତ୍ର ଆଖନ୍‍ ବର୍ଜିତ ବସ୍ତୁ ବିଷୟରେ ସତ୍ୟ-ଲଙ୍ଘନ କରନ୍ତେ, ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କି କ୍ରୋଧ ପଡ଼ିଲା ନାହିଁ ? ଆଉ ସେ ବ୍ୟକ୍ତି ଆପଣା ଅପରାଧରେ ଏକାକୀ ବିନଷ୍ଟ ହେଲା ନାହିଁ ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ସେରହର ପୁତ୍ର ଆଖନ୍‍ ବର୍ଜିତ ବସ୍ତୁ ବିଷୟରେ ସତ୍ୟ-ଲଙ୍ଘନ କରନ୍ତେ, ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କି କ୍ରୋଧ ପଡ଼ିଲା ନାହିଁ? ଆଉ ସେ ବ୍ୟକ୍ତି ଆପଣା ଅପରାଧରେ ଏକାକୀ ବିନଷ୍ଟ ହେଲା ନାହିଁ?’”

Gade chapit la Kopi




ଯିହୋଶୂୟ 22:20
11 Referans Kwoze  

କିନ୍ତୁ ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଦ୍ରବ୍ୟ ନଷ୍ଟ ସମ୍ବନ୍ଧୀୟ ଆଦେଶ ମାନିଲେ ନାହିଁ। ସେଠାରେ ଜଣେ ଯିହୁଦା ଗୋଷ୍ଠୀୟ ଲୋକ ଥିଲା, ଯାହାର ନାମ ଆଖନ୍। ସେ କର୍ମିର ପୁତ୍ର ଥିଲା ଏବଂ କର୍ମି ଜିମୀର ପୁତ୍ର ଥିଲା। ଯାହା ଧ୍ୱଂସ କରିବାର ଥିଲା, ସେଥିରୁ କିଛି ଆଖନ୍ ରଖିଥିଲା। ଯେଉଁଥିପାଇଁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ଉପରେ କ୍ରୋଧିତ ହେଲେ।


ଏହି ଘଟଣାଗୁଡ଼ିକ ଆମ୍ଭ ପାଇଁ ଦୃଷ୍ଟାନ୍ତ ସ୍ୱରୂପ ଅଛି, ଅତଏବ ଆମ୍ଭେ ସେମାନଙ୍କ ଭଳି ମନ୍ଦ କାର୍ଯ୍ୟ କରିବା ପାଇଁ ଇଚ୍ଛା କରିବା ନାହିଁ।


ଏହା ପରେ ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେରହର ପୁତ୍ର ଆଖ‌ନ୍‌କୁ ଓ ତା'ର ପୁତ୍ର ଓ କନ୍ୟାମାନଙ୍କୁ ଓ ତା'ର ଗୋରୁଗାଈ, ଗଧ ଓ ମେଣ୍ଢା ଓ ତମ୍ବୁ ସର୍ବସ୍ୱ ଯଥା: ରୂପା, ସୁନା ଓ ବସ୍ତ୍ରକୁ ଆଖୋର ଉପତ୍ୟକାକୁ ଆଣିଲେ।


ଏହା ପରେ ଯିହୋଶୂୟ ସେ ପରିବାରର ସମସ୍ତ ମନୁଷ୍ୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବାକୁ କହିଲେ। ସଦାପ୍ରଭୁ କର୍ମିର ପୁତ୍ର ଆଖ‌ନ୍‌କୁ ମନୋନୀତ କଲେ। କାର୍ମି ଜିମିରର ପୁତ୍ର ଥିଲା ଏବଂ ଜିମିରି ସେରହର ପୁତ୍ର ଥିଲା।


ପରମେଶ୍ୱର ଦଣ୍ଡ ସ୍ୱରୂପେ ଦୁଷ୍ଟ ନଗରୀ ସଦୋମ ଓ ଗମୋରାକୁ ପୋଡ଼ି ପାଉଁଶ କରିଦେଇଥିଲେ। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ, ସେମାନଙ୍କ ପ୍ରତି କ’ଣ ଘଟିବ, ଏହି ନଗରଗୁଡ଼ିକ ତାହାର ଉଦାହରଣ ସ୍ୱରୂପ ଅଟେ।


ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ର ଇଲୀୟାସର ଓ ଈଥାମରଙ୍କୁ କହିଲେ, “ତୁମ୍ଭମାନଙ୍କ ବସ୍ତ୍ର ଚିର ନାହିଁ କି କେଶ ମୁକୁଳା କର ନାହିଁ, ତୁମ୍ଭେମାନେ ତୁମ୍ଭମାନଙ୍କର ଦୁଃଖ ପ୍ରକାଶ କର ନାହିଁ। ତୁମ୍ଭେ ମୁଁ ଆଦେଶ ଦେବାଭଳି କାର୍ଯ୍ୟ କର ଓ ତୁମ୍ଭେମାନେ ମୃତ୍ୟୁବରଣ କରିବ ନାହିଁ ଏବଂ ପରମେଶ୍ୱର ସମଗ୍ର ମଣ୍ଡଳୀ ଉପରେ ରାଗିବେ ନାହିଁ। ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ୱଳିତ କରିଅଛନ୍ତି, ସେଥିପାଇଁ ତୁମ୍ଭ ଭାତୃବର୍ଗଙ୍କ ପାଇଁ ସମସ୍ତ ଇସ୍ରାଏଲ ବଂଶ ରୋଦନ କରନ୍ତୁ।


ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧ ପରିବାରବର୍ଗଗଣ ଇସ୍ରାଏଲ ପରିବାରବର୍ଗର ମୂଖ୍ୟମାନଙ୍କୁ ଉତ୍ତର ଦେଇ କହିଲେ,


ରାଜା ଓ ସେହି ନେତାମାନେ ସଦାପ୍ରଭୁ ପରମେଶ୍ୱରଙ୍କର ମନ୍ଦିରକୁ ଅଗ୍ରାହ୍ୟ କଲେ। ସେମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗମନ କରିଥିଲେ। ସେମାନେ ଆଶେରା ସ୍ତମ୍ଭ ଓ ଅନ୍ୟ ମୂର୍ତ୍ତିଗୁଡ଼ିକୁ ପୂଜା କଲେ। ପରମେଶ୍ୱର ଯିହୁଦାର ଓ ଯିରୁଶାଲମର ଲୋକମାନଙ୍କ ଉପରେ କ୍ରୋଧ କଲେ, କାରଣ ରାଜା ଓ ସେହି ନେତାମାନେ ଦୋଷୀ ଥିଲେ।


ଆୟୁବ, ତୁମ୍ଭେ କରୁଥିବା ଭଲ ଓ ମନ୍ଦକାର୍ଯ୍ୟସବୁ ତୁମଭଳି ଲୋକମାନଙ୍କୁ ଆକ୍ରାନ୍ତ କରେ। ସେ ସବୁ ପରମେଶ୍ୱରଙ୍କ ସାହାଯ୍ୟ ବା କ୍ଷତି କରେ ନାହିଁ।


Swiv nou:

Piblisite


Piblisite