Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 21:39 - ପବିତ୍ର ବାଇବଲ

39 ହି‌ଷ୍‌ବୋନ୍, ଯାସେର ଓ ତା'ର ତଳଭୂମି, ଏହିପରି ଭାବରେ ଗ୍ଭରିଟି ନଗର ଓ ତଳଭୂମି ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ହିଷବୋନ୍ ଓ ତହିଁ ତଳିଭୂମି, ଯାସେର ଓ ତହିଁ ତଳିଭୂମି, ସର୍ବସୁଦ୍ଧା ଚାରି ନଗର ଦେଲେ।

Gade chapit la Kopi

ଓଡିଆ ବାଇବେଲ

39 ହିଷ୍‍ବୋନ ଓ ତହିଁ ତଳିଭୂମି, ଯାସେର ଓ ତହିଁ ତଳିଭୂମି, ସର୍ବସୁଦ୍ଧା ଚାରି ନଗର ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ହିଷ୍‍ବୋନ ଓ ତହିଁ ତଳିଭୂମି, ଯାସେର ଓ ତହିଁ ତଳିଭୂମି, ସର୍ବସୁଦ୍ଧା ଚାରି ନଗର ଦେଲେ।

Gade chapit la Kopi




ଯିହୋଶୂୟ 21:39
14 Referans Kwoze  

ହେ ଶ‌‌‌ିବ୍‌‌‌ମାର ଦ୍ରାକ୍ଷାଲତେ, ଯାସେର ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ପାଇଁ ଅଧିକ ଶୋକ କରିବା। ତୁମ୍ଭର ଦ୍ରାକ୍ଷାଲତାର ଶାଖାସବୁ ସମୁଦ୍ର ଅତିକ୍ରମ କରିଥିଲା ଓ ସେସବୁ ଯାସେର ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା। ମାତ୍ର ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ ବିନାଶକ ଆସି ସବୁକିଛି ନେଇଗଲା।


ଏହିପରି ସମତଳର ସମସ୍ତ ନଗରକୁ ମିଶାଇ ଓ ଇମୋରୀୟର ରାଜା ସୀହୋନ, ଯିଏ ହି‌ଷ୍‌ବୋନରେ ରାଜତ୍ୱ କରୁଥିଲେ, ତାଙ୍କର ସମସ୍ତ ଅଞ୍ଚଳକୁ ମିଶାଇ ଏହି ଦେଶ ଗଠିତ ହେଲା। ମୋଶା ତାଙ୍କୁ ଓ ମିଦିୟନର ନେତୃବର୍ଗ ଓ ସୀହୋନର ରାଜପୁତ୍ରମାନଙ୍କୁ ମଧ୍ୟ ଇବି, ରେକମ, ସୂର, ହର ଓ ରେବାକୁ ପରାସ୍ତ କଲେ।


ହି‌ଷ୍‌ବୋନ୍ ଓ ସମତଳ ଭୂମିସ୍ଥିତ ଦୀବୋନ ଓ ବାମ‌ତ୍‌ବାଲ ଓ ବୈ‌ତ୍‌ବାଲ ମିୟୋନ।


ରୁବେନ୍ ଗୋଷ୍ଠୀଗଣ ହି‌ଷ୍‌ବୋନ୍, ଇଲିୟାଲୀ ଓ କିରିୟାଥୟିମଙ୍କୁ।


ଅ‌‌ଟ୍‌‌ରୋତ୍-ଶୋଫନ, ଯାସେର ଓ ଜଗବିହ,


ସେମାନେ କହିଲେ, “ତୁମ୍ଭର ଏହି ସେବକମାନଙ୍କର ବହୁ ମେଷ ଓ ଗୋରୁଗାଈ ଅଛନ୍ତି। ଯେଉଁସବୁ ଦେଶକୁ ସଦାପ୍ରଭୁ ଇସ୍ରାଏଲ ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମେଷଗୁଡ଼ିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ। ସେ ସବୁ ଦେଶଗୁଡ଼ିକ ହେଲେ, ଅଟାରୋତ୍, ଦୀବୋନ, ଯାସେର, ନିମ୍ରା, ହି‌ଷ୍‌ବୋନ, ଇଲିୟାଲୀ, ସି‌ବ୍‌ମା, ନବୋ ଓ ବିୟୋନ।


ରୁବେନ୍ ସନ୍ତାନଗଣର ଓ ଗାଦ୍-ସନ୍ତାନଗଣର ଅନେକ ପଶୁ ପଲ ଥିଲା। ଏଣୁ ସେମାନେ ଯାସେର ଓ ଗିଲିୟଦ ଦେଶଗୁଡ଼ିକୁ ଦେଖିଲେ, ସେ ସ୍ଥାନଗୁଡ଼ିକ ପଶୁପଲ ପାଇଁ ଉପଯୁକ୍ତ।


ଯାସେରମାନଙ୍କର ଭୂମି ଏବଂ ଗିଲିୟଦର ସମସ୍ତ ସହର ମୋଶା ସେମାନଙ୍କୁ ଦେଲେ। ସେ ମଧ୍ୟ ଅମ୍ମୋନ ସନ୍ତାନଗଣର ଅର୍ଦ୍ଧେକ ଜମିକୁ ଦାନ କରିଥିଲେ। ତାହା ଅରୋୟେର ପୂର୍ବସ୍ଥିତ ରବ୍ବାରଠାରେ ଥିଲା।


ଗାଦ୍ ପରିବାରବର୍ଗ ସେମାନଙ୍କୁ ଗିଲିୟଦ ଅନ୍ତର୍ଗତ ରାମୋତ୍, ନିରାପଦ ନଗରୀ ଓ ତା’ ପାର୍ଶ୍ୱବର୍ତ୍ତୀ କ୍ଷେତ୍ର ଏବଂ ମହନୀୟିମ୍ ଓ ତା'ର ପାର୍ଶ୍ୱବର୍ତ୍ତୀ କ୍ଷେତ୍ର ଦେଲେ।


ଏହିପରି ଭାବରେ ଲେବୀୟମାନଙ୍କ ଅବଶିଷ୍ଟ ବଂଶ, ମରାରି ସନ୍ତାନଗଣର ନିଜ ନିଜ ବଂଶ ଅନୁସାରେ ସେମାନେ ବାରଟି ନଗର ପାଇଲେ।


ହିବ୍ରୋଣ ପରିବାରର ଇତିହାସ ଦର୍ଶାଏ ଯେ, ଯିରିୟ ସେମାନଙ୍କର ନେତା ଥିଲେ। ଦାଉଦ ଗ୍ଭଳିଶ୍ ବର୍ଷ ବ୍ୟାପି ରାଜା ଥିବା ସମୟରେ ପାରିବାରିକ ଇତିହାସଗୁଡ଼ିକୁ ଅନୁସନ୍ଧାନ କରି ବଳବାନ୍ ଓ ଦକ୍ଷ ଲୋକମାନଙ୍କୁ ଖୋଜି ବାହାର କରିବାକୁ ଆଦେଶ ଦେଇଥିଲେ। ଗିଲିୟଦର ଯାସେର ସହରରେ ବାସ କରୁଥିବା ହିବ୍ରୋଣ ପରିବାର ମଧ୍ୟରେ ଏହିପରି କେତେଜଣ ଲୋକ ମିଳିଲେ।


Swiv nou:

Piblisite


Piblisite