Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 21:27 - ପବିତ୍ର ବାଇବଲ

27 ଗେର୍ଶୋନ୍ ପରିବାର ମଧ୍ୟ ଲେବୀୟ ପରିବାରବର୍ଗରୁ ଥିଲେ। ମନଃଶିର ଅର୍ଦ୍ଧବଂଶ ବାଶନ ଅନ୍ତର୍ଗତ ଗୋଲନ୍ ନଗର ନିରାପତ୍ତାର ନଗର ଏବଂ ବିଷ୍ଟରା ଓ ତା'ର ତଳଭୂମି ଏହି ଦୁଇଟି ନଗର ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 ପୁଣି ସେମାନେ ଲେବୀ ବଂଶୀୟ ଗେର୍ଶୋନ-ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧ ବଂଶରୁ ବାଶନ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଗୋଲନ୍ ଓ ତହିଁ ତଳିଭୂମି, ଆଉ ବୀଷ୍ଟରା ଓ ତହିଁ ତଳିଭୂମି, ଏହି ଦୁଇ ନଗର ଦେଲେ।

Gade chapit la Kopi

ଓଡିଆ ବାଇବେଲ

27 ପୁଣି ସେମାନେ ଲେବୀ ବଂଶୀୟ ଗେର୍ଶୋନ-ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧ ବଂଶରୁ ବାଶନ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଗୋଲନ୍‍ ଓ ତହିଁ ତଳିଭୂମି, ଆଉ ବୀଷ୍ଟରା ଓ ତହିଁ ତଳିଭୂମି, ଏହି ଦୁଇ ନଗର ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ପୁଣି ସେମାନେ ଲେବୀ ବଂଶୀୟ ଗେର୍ଶୋନ-ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧ ବଂଶରୁ ବାଶନ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଗୋଲନ୍‍ ଓ ତହିଁ ତଳିଭୂମି, ଆଉ ବୀଷ୍ଟରା ଓ ତହିଁ ତଳିଭୂମି, ଏହି ଦୁଇ ନଗର ଦେଲେ।

Gade chapit la Kopi




ଯିହୋଶୂୟ 21:27
8 Referans Kwoze  

ଗେର୍ଶୋନଙ୍କ ଗୋଷ୍ଠୀ ମନଃଶିଙ୍କ ଅର୍ଦ୍ଧେକ ଗୋଷ୍ଠୀଠାରୁ ଭୂମି ପାଇଲେ, ସେମାନେ ଗୋଲନର ନଗରସବୁ ବାଶନର ଓ ଅଷ୍ଟାରୋତ ନଗରସବୁ ଗ୍ଭରଣଭୂମି ସହ ପାଇଲେ।


ଏହା ପରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ-ପୂର୍ବପାରିରେ ରୁବେନ୍ ବଂଶର ସମଭୂମି ପ୍ରାନ୍ତରରେ ବେ‌ତ୍‌ସର ଓ ଗାଦ୍ ବଂଶର ଗିଲିୟଦରେ ରାମୋତ୍ ମନଃଶି ବଂଶର ବାଶନର ଗୋଲନ୍ ନିରୂପଣ କଲେ।


ଯଥା ରୁବେନୀୟମାନଙ୍କ ନିମନ୍ତେ ପଦାଭୂମିସ୍ଥ ପ୍ରାନ୍ତରରେ ବେତ୍ସର, ଗାଦୀୟମାନଙ୍କ ନିମନ୍ତେ ରାମୋତ୍ ଆଉ ମନଃଶୀୟମାନଙ୍କ ନିମନ୍ତେ ବାଶନରେ ଗୋଲନ୍।


ସଦାପ୍ରଭୁ ହି‌ଷ୍‌ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ଅଷ୍ଠାରୋତ୍ ନିବାସୀ ବାଶନର ରାଜା ଓ‌ଗ୍‌କୁ ଇଦ୍ରିୟୀରେ ପରାସ୍ତ କଲାପରେ।


କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସୁଦ୍ଧା ତଳଭୂମି ସମେତ ଦଶ ଗୋଟି ନଗର ହେଲା।


ଇଷାଖର ପରିବାରବର୍ଗକୁ କିଶିୟୋନ ଓ ତହିଁର ତଳଭୂମି, ଦାବରତ୍ ଓ ତା'ର ତଳଭୂମି,


ଗେର୍ଶୋନର ସନ୍ତାନଗଣ ଇଷାଖର ବଂଶର ସମସ୍ତ ବଂଶରୁ ଏବଂ ଆଶେର ବଂଶ, ନପ୍ତାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧ ବଂଶରୁ ତେରଟି ନଗର ପାଇଲେ।


ଶେମର ମହଲିଙ୍କ ପୁତ୍ର ଥିଲେ। ମହଲି ମୂଶିଙ୍କ ପୁତ୍ର ଥିଲେ। ମୂଶି ମରାରିଙ୍କ ପୁତ୍ର ଥିଲେ। ମରାରି ଲେବୀଙ୍କ ପୁତ୍ର ଥିଲେ।


Swiv nou:

Piblisite


Piblisite